ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଣ୍ଡିଧୂଆଁ-ଘଣ୍ଟପଡ଼ା ଓଭର୍‌ ବ୍ରିଜ୍‌: ସରୁନି ନିର୍ମାଣ କାର୍ଯ୍ୟ, ସାଧାରଣରେ ବଢୁଛି ତୀବ୍ର ଅସନ୍ତୋଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ତାଳଚେର, (ବିକାଶ ଚନ୍ଦ୍ର ସାହୁ): ତାଳଚେର ବ୍ଲକ୍ ହାଣ୍ଡିଧୂଆଁ- ଘଣ୍ଟପଡ଼ା ଲେଭଲ୍‌ କ୍ରସିଂରେ ଓଭର ବିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ‌ହେବାର ପ୍ରାୟ ୭ ବର୍ଷ ବିତିଗଲାଣି। ଏହାର ନିର୍ମାଣ କାର୍ଯ୍ୟ ‌ଶେଷ ହେଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଏମ୍‌ସିଏଲ୍‌ର ବଳରାମ କୋଇଲା ଖଣି କୋଇଲା ଷ୍ଟକୟାର୍ଡଠାରୁ ତାଳଚେର ରେଳ ଷ୍ଟେସନ୍‌ ପର୍ଯ୍ୟନ୍ତ ଯାଇଥିବା ରେଳ ପଥରେ ପଡ଼ୁଛି ହାଣ୍ଡିଧୂଆଁ- ଘଣ୍ଟପଡ଼ା ଲେଭଲ୍‌ କ୍ରସିଂ। ହାଣ୍ଡିଧୂଆଁ ଛକରୁ ଘଣ୍ଟପଡ଼ା ଦେଇ ସେଣ୍ଟ୍ରାଲ ହସ୍ପିଟାଲ, ଏଫ୍‌ସିଆଇ, ହିଙ୍ଗୁଳା ମନ୍ଦିର, ସାଉଥବଲଣ୍ଡା, ଥର୍ମାଲ, ନାଲ୍‌କୋନଗର, ଅନୁଗୁଳ ଆଦି ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏହି ଲେଭଲ୍‌କ୍ରସିଂ ଥିବାବେଳେ ଏହି ରାସ୍ତାରେ ତାଳଚେର ସରକାରୀ ଆଇଟିଆଇ, ହାଟତୋଟାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଭିନ୍ନ କୋଇଲା ଖଣିକୁ ପ୍ରତ୍ୟେହ ହଜାର ହଜାର ଲୋକ ଯା’ଆସ କରୁଛନ୍ତି। ଏହି ଲେଭଲ୍‌ କ୍ରସିଂରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ଏଠାରେ ଓଭରବ୍ରିଜ୍‌ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇଆସୁଥିଲା।

ଏହି ଓଭରବ୍ରିଜ୍‌ ପାଇଁ ଅର୍ଥ ମଂଜୁର ନିମନ୍ତେ ୨୦୧୨ ମସିହାରେ କେନ୍ଦ୍ର କୋଇଲାମନ୍ତ୍ରୀ ପ୍ରକାଶ ଜୟସ୍ବାଲ ଏମ୍‌ସିଏଲ୍‌କୁ ଦାୟିତ୍ବ ଦେଇଥିଲେ। ୨୦୧୬ ମସିହାରେ ଅର୍ଥ ମଂଜୁର ହେବା ସହ ଟେଣ୍ଡର କରାଯାଇ ସେହିବର୍ଷ ଜୁନ୍‌ ମାସରେ ଆର୍‌କେଡି ଇନ୍‌ଫ୍ରା ଓ ରାଇଟସ୍ ଲିମିଟେଡ୍‌ ନାମକ ଠିକାସଂସ୍ଥାକୁ ଏହା ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ମିଳିଥିଲା। ୨୦୧୮ ମସିହା ଅକ୍ଟୋବର ୨୦ ତାରିଖ ସୁଦ୍ଧା ଓଭର୍‌ ବ୍ରିଜ୍‌ ନିର୍ମାଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କେବଳ ୭ଟି ଖୁମ୍ବ ତିଆରି ହୋଇଥିବା ଦେଖାଯାଇଛି।

ଯୁଦ୍ଧକାଳୀନ ଭିତ୍ତି‌ରେ ଏହା ନିର୍ମାଣ କରାଯିବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ ସୂଚନା ଦିଆଯାଉଥିଲେ ବି ଅଦ୍ୟାବଧି ୩୫ ପ୍ରତିଶତ କାର୍ଯ୍ୟ ମଧ୍ୟ ସରିନାହିଁ। ଅନ୍ୟ ପକ୍ଷରେ ଏହି ଓଭର୍‌ବ୍ରିଜ୍‌ର ନିର୍ମାଣର ବ୍ୟୟ ଅଟକଳ ବଢ଼ିଚାଲିଛି। ସୂଚନା ଅଧିକାର କର୍ମୀ ଦେବ ପ୍ରସାଦ ସାହୁ ହାସଲ କରିଥିବା ତଥ୍ୟ ମୁତାବକ ଏହି ଓଭର୍‌ବ୍ରିଜ୍ ନିର୍ମାଣ ପାଇଁ ଏମ୍‌ସିଏଲ୍‌ ପ୍ରଥମେ ୭ କୋଟି ଟଙ୍କା ମଞ୍ଜୁର କରିଥିଲା। ପରବର୍ତ୍ତୀ ସମୟରେ ଆଉ ୯ କୋଟି ଟଙ୍କା ଏମ୍‌ସିଏଲ୍‌ ମଞ୍ଜୁର କରିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ନସରିବାରୁ ପୁଣି ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି। ଏମ୍‌ସିଏଲ୍‌ ଏହାର ସିଏସ୍‌ଆର୍‌ ପାଣ୍ଠିରୁ ଏଥିପାଇଁ ମୋଟ ୩୪ କୋଟି ୯୪ ଲକ୍ଷ ୯୩ ହଜାର ୧୨୯ ଟଙ୍କା ମଂଜୁର କରିଛି। କିନ୍ତୁ ଓଭର୍‌ବ୍ରିଜ୍‌ ନିର୍ମାଣ ସରୁନଥିବାରୁ ଅଞ୍ଚଳବାସୀଙ୍କ ଦୁଃଖ ଦୂର ହୋଇପାରିନାହିଁ। ତେଣୁ ସାଧାରଣରେ ଅସନ୍ତୋଷ ବଢ଼ି ଚାଲିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।