ରାଜ୍ୟ ସ୍ପେଶାଲ ରିପୋର୍ଟ

ସିଲେରୁ କୂଳରେ ପୁଷ୍ପା-୨ ‌ସେଟ୍‌ ନିର୍ମାଣ: ୨୦୦ ଜଣିଆ ଟିମ୍‌ ପହଞ୍ଚିଲେ, ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ

ମାଲକାନଗିରି/କାଲିମେଳା: ‘ପୁଷ୍ପା ଦ ରୁଲ୍‌’ ଚଳଚ୍ଚିତ୍ରର ସୁଟିଂ ପୂର୍ବରୁ ପ୍ରସ୍ତୁତି ମାଲକାନଗିରି ଜିଲ୍ଲାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। କାଲିମେଳା ବ୍ଲକ୍‌ରେ ପ୍ରବାହିତ ସିଲେରୁ ନଦୀକୂଳରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଜିଠାରୁ ସେଟ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି, ପାର୍ଶ୍ବ କଳାକାର ନିଜ ନିଜ ସିନ୍‌ ଅଭ୍ୟାସ କରୁଛନ୍ତି। ତେଣୁ ସେଟ୍‌ରେ ହିଁ କଳାକାରଙ୍କ ପୋଷାକ ତିଆରି କରାଯାଉଛି। ଏଥିପାଇଁ ରାଜ୍ୟ ବାହାରୁ ଆସିଥିବା ଟିମ୍‌ ଏଠାରେ କ୍ୟାମ୍ପ କରିଛି। ଯାହାଫଳରେ, ଗହଳି ବଢ଼ିଯିବାରୁ ସୁରକ୍ଷା ଦୃଷ୍ଟିରୁ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।
ହସ୍ତଗତ ସୂଚନା ଅନୁସାରେ, ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରର ସୁଟିଂ ସିଲେରୁ ନଦୀକୂଳରେ ହେବ।

ଏଥିପାଇଁ ଗତକାଲି ଟ୍ରକ୍‌ରେ ନକଲି ଚନ୍ଦନ କାଠ, ନକଲି ଗଛ ଓ ପଥର ଆସିଥିଲା। ଆଜି ସକାଳୁ ଷ୍ଟେଜ୍‌ ପାଇଁ ଆବଶ୍ୟକ ସାମଗ୍ରୀ, କ୍ୟ‌ାମେରା, ଟ୍ରାଇପଡ୍, ରିଫ୍ଲେକ୍ଟର, ମାଇକ୍ରୋଫୋନ୍, ମନିଟର, ସାଉଣ୍ଡବକ୍ସ ଆଦି ପହଞ୍ଚିଥିଲା। ଜେନେରେଟର, ମେକ୍‌ଅପ୍ ଭ୍ୟାନ, ଭ୍ୟାନିଟି ଭ୍ୟାନ, ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି। ସେଟ୍‌ ନିର୍ମାଣ, ପୋଷାକ ତିଆରି ଏବଂ ବୈଷୟିକ ସହାୟତା ନିମନ୍ତେ ୨ଶହ ଜଣିଆ ଟିମ୍‌ ‌ଲୋକେସନ୍‌ରେ ପହଞ୍ଚି ନିଜ ନିଜ କାମ ଆରମ୍ଭ କରିଛନ୍ତି। ଆଜି ପାର୍ଶ୍ବ କଳାକାରମାନେ ଜଙ୍ଗଲରୁ କାଟିଥିବା ଗଛକୁ ନଦୀ ପାର୍‌ କରାଇବା ଏବଂ ପୁଲିସ ତାହାକୁ ଜବତ ପାଇଁ ଚେଷ୍ଟା କରିବା ଦୃଶ୍ୟର ଅଭ୍ୟାସ କରିଥିଲେ। ତେଣୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ କିଛି ଅଭ୍ୟାସ ସିନ୍‌ରେ ସୁଯୋଗ ଦିଆଯାଇଥିଲା। ପାର୍ଶ୍ବ ଅଭିନେତା ସିନ୍‌ ଅନୁସାରେ ମେକ୍‌ଅପ୍‌ ଏବଂ ପୋଷାକ ପିନ୍ଧି ଅଭ୍ୟାସ କରିଥିଲେ। ବିଶ୍ବସ୍ତ ସୂତ୍ର ଅନୁସ‌ାରେ ନଦୀକୂଳରେ ସପ୍ତାହେ ଧରି ସୁଟିଂ ଚାଲିବ। ଏଥିପାଇଁ ମୋଟୁ ଥାନା ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ସେହିପରି, ନଦୀର ଅନ୍ୟପଟେ ଆନ୍ଧ୍ରପ୍ରଦେଶ ପୁଲିସ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।