ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସିମ୍ପାଞ୍ଜି ‘କୁଇନ୍‌’ ଅସୁସ୍ଥ, ରକ୍ତ ନମୁନା ସଂଗ୍ରହ କରାଯିବା ସହିତ ଉଠାଗଲା ଛାତିର ଫଟୋ

ବାରଙ୍ଗ,୧୮/୦୮: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୬୦(କ) ଖୁଆଡରେ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ ସାଜିଥିବା ସିମ୍ପାଞ୍ଜିଙ୍କ ମଧ୍ୟରୁ ସିମ୍ପାଞ୍ଜି ‘କୁଇନ’ ଏବେ ଅସୁସ୍ଥ ହୋଇପଡ଼ିଛି । ଏବେ ତାକୁ ୮ ମାସ ଚାଲିଛି । ସେ କିଛି ଦିନ ହେବ ଠିକ ଭାବରେ ଖିଆ ପିଆ କରୁନଥିଲା । ଓୟୁଏଟିର ପ୍ରଫେସରଙ୍କ ପରାମର୍ଶରେ ପ୍ରାଣୀ ଉଦ୍ୟାନର ପଶୁଚିକିତ୍ସକଙ୍କ ଦ୍ୱାରା ତାର ଚିକିତ୍ସା କରାଯାଉଥିଲା ।

ହେଲେ ତାର ସ୍ୱାସ୍ଥ୍ୟରେ ଉନ୍ନତି ନଘଟିବାରୁ ସେ ଅସୁସ୍ଥ ହୋଇପଡିଥିଲା । ତେଣୁ ତାର ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ମଙ୍ଗଳବାର ସକାଳୁ ତାର ମା’ଠାରୁ ତାକୁ ଅଲଗା କରାଯାଇ ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସାଳୟକୁ ଅଣାଯାଇଛି । ଚିକିତ୍ସା ପରେ ତାର ଜ୍ୱର ହେବା ସହିତ ବାତ ମାରୁଥିବା ଜଣାପଡିଥିଲା ।

ତାର ରକ୍ତ ନମୁନା ସଂଗ୍ରହ କରାଯିବା ସହିତ ଛାତିର ଫଟୋ ଉଠାଯାଇଥିଲା । ତେବେ ସେ ଖାଦ୍ୟ ଗ୍ରହଣ କରୁନଥିବାରୁ ସାଲାଇନ ସହିତ ଆଣ୍ଟିବାୟୋଟିକ ଓ ଭିଟାମିନ ଦିଆଯାଉଛି । ତେବେ ତାକୁ ବାତ ମାରୁଥିବାରୁ ଭୁବନେଶ୍ୱର ସ୍ଥିତ କିମସ୍‌ ହସପିଟାଲର ଶିଶୁରୋଗ ପ୍ରଫେସର ଡା. ସନ୍ତୋଷ କୁମାର ପଣ୍ଡାଙ୍କ ପରାମର୍ଶ କ୍ରମେ ପ୍ରାଣୀ ଉଦ୍ୟାନର ବରିଷ୍ଠ ପ୍ରାଣୀ ଚିକିତ୍ସକ ଡା. ଶରତ କୁମାର ମିଶ୍ର, ଭିଏସ୍‌ ଡା.ଶରତ କୁମାର ସାହୁ, ଡା. ସନ୍ତୋଷ ଗୁପ୍ତା ତାର ଚିକିତ୍ସା ଆରମ୍ଭ କରିଥିଲେ । ଏହିଭଳି ଚିକିତ୍ସା ପ୍ରାଣୀ ଉଦ୍ୟାନରେ ବିରଳ ଯାହା ପ୍ରଥମ ଥର କରାଯାଇଛି ।

ଏବେ ସିମ୍ପାଞ୍ଜି ଛୁଆ ‘କୁଇନ’ କ୍ରମଶଃ ସୁସ୍ଥ ହେଉଥିବା ସୂଚନା ମିଳିଛି । ବାତ ମାରିବା କମିବା ପରେ ସହିତ ସେ ବୋତଲରେ ଖାଦ୍ୟ ଟାଣୁଥିବା ଜଣାପଡୁଛି । ତାକୁ ଏବେ ପ୍ରାଣୀ ପଶୁଚିକିତ୍ସାଳୟର ଶିଶୁ ଯତ୍ନ କେନ୍ଦ୍ରରେ ଥିବା ଅଭିଜ୍ଞ ପଶୁ ଶାବକ ପାଳକ ପ୍ରଶାନ୍ତ ଗୌଡ଼ ତାର ଦେଖାଶୁଣା କରୁଛନ୍ତି । ଏବେ ସିମ୍ପାଞ୍ଜି ଛୁଆଟି ପ୍ରଶାନ୍ତ ପାଖରେ ବଡ଼ ହେବା ପର୍ଯ୍ୟନ୍ତ ରଖାଯିବ । ପ୍ରଥମଥର ସିମ୍ପାଞ୍ଜି ମା’ ଠାରୁ ତାର ଛୁଆ ‘କୁଇନ’କୁ ଅଲାଗା ରଖାଯିବ ବୋଲି ଜଣାପଡିଛି ।

୧୯୯୪ ମସିହା ମେ ମାସ ୧୬ ତାରିଖରେ ପ୍ରାଣୀ ଉଦ୍ୟାନରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ସିଙ୍ଗାପୁର ଚିଡ଼ିଆଖାନାରୁ ୪ବର୍ଷର ଅଣ୍ଡିରା ସିମ୍ପାଞ୍ଜି ଜୁଲୁ ଓ ୩ବର୍ଷର ମାଈ ସିମ୍ପାଞ୍ଜି ପାମ୍ପେଟାକୁ ପ୍ରଥମ ଥର କରି ନନ୍ଦନକାନନ ଅଣା ଯାଇଥିଲା । ଏମାନଙ୍କ ମିଳନରୁ ୨୦୦୧ ଜୁନ ମାସ ୯ତାରିଖରେ ଦ୍ୱିତୀୟ ଗର୍ଭରୁ ପୂର୍ଣ୍ଣିମା ଜନ୍ମ ଗ୍ରହଣ କରିଥିଲା । ୨୦୧୧ ଅଗଷ୍ଟ ୧୨ ତାରିଖରେ ‘ଜୁଲୁ’ ଓ ‘ପୂର୍ଣ୍ଣିମା’ ଔରସରୁ ରାକ୍ଷୀ ଜନ୍ମ ହୋଇଥିଲା । ଏହି ‘ରାକ୍ଷୀ’ ୨୦୨୧ ଡିସେମ୍ବର ମାସ ୨୮ତାରିଖରେ ‘କୁଇନ’କୁ ଜନ୍ମ ଦେଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ