ରାଜ୍ୟ ସ୍ପେଶାଲ ରିପୋର୍ଟ

ସରକାରୀ ବାବୁଙ୍କ ଜାଲିଆତି: ଗାଡ଼ି କିଣିବାକୁ ଟଙ୍କା ନେଇ ଖାଇଦେଲେ

ଭୁବନେଶ୍ବର : ୨୦୨୫ ଶେଷ ସୁଦ୍ଧା ରାଜ୍ୟରେ ଇ-ଯାନ ସଂଖ୍ୟା ମୋଟ୍‌ ଗାଡ଼ିର ୨୦%କୁ ବଢ଼ାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହାକୁ ହାସଲ କରିବାକୁ ଗାଡ଼ି କ୍ରେତାଙ୍କ ପାଇଁ ସବ୍‌ସିଡି ବି ଘୋଷଣା କରିଛନ୍ତି। ଏହାସହ ସରକାରୀ କର୍ମଚାରୀ ଇ-ଯାନ କିଣିଲେ ବିନା ସୁଧରେ ଅଗ୍ରିମ ଆକାରରେ ଟଙ୍କା ଦିଆଯାଉଛି। ହେଲେ ବିଭିନ୍ନ ବିଭାଗର କର୍ମଚାରୀମାନେ ଲକ୍ଷାଧିକ ଟଙ୍କା ଅଗ୍ରିମ ଆକାରରେ ନେଇ ଗାଡ଼ି କିଣିନାହାନ୍ତି। ବିନା ସୁଧରେ ଅଗ୍ରିମ ମିଳୁଥିବାରୁ ବହୁ କର୍ମଚାରୀ ଟଙ୍କା ନେଇ ଖର୍ଚ୍ଚ କରିଦେଇଛନ୍ତି। ହେଲେ ଗାଡ଼ି କିଣିନାହାନ୍ତି। ବିଭିନ୍ନ ବିଭାଗର ଶତାଧିକ କର୍ମଚାରୀ ଏହି ଜାଲିଆତି କରିଥିବା ଅର୍ଥ ବିଭାଗ ନଜରକୁ ଆସିଛି।

ଏହାସହ ଏବେ ନିୟମ କରାଯାଇଛି ଯେ ଯେଉଁମାନେ ଇ-ଯାନ କିଣିବାକୁ ଅଗ୍ରିମ ଟଙ୍କା ନେବେ ସେମାନେ ତିନି ମାସ ମଧ୍ୟରେ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ ଏବଂ ରସିଦ୍ ଦାଖଲ କରିବେ। ଯଦି ଏହା ନଦେବେ ତେବେ ସେମାନଙ୍କ ଠାରୁ ଅଗ୍ରିମ ‌ଟଙ୍କା ନେବା ଦିନରୁ ହିସାବ କରି ୧୨.୫% ସୁଧ ହାରରେ ସମସ୍ତ ଟଙ୍କା ଆଦାୟ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଏବେ ରାଜ୍ୟ ସରକାର ଦୁଇ ଚକିଆ ଯାନ ପାଇଁ ପ୍ରତି କିଲୋୱାଟ୍‌ ପିଛା ୫ହଜାର ଟଙ୍କା ଏବଂ ସର୍ବାଧିକ ୨୦ହଜାର ଟଙ୍କା ସବ୍‌ସିଡି ଦେଉଥିବାବେଳେ ତିନିଚକିଆ ଯାନ ପାଇଁ ୩୦ହଜାର ଟଙ୍କା, ଚାରି ଚକିଆ ଯାନ ପାଇଁ ପ୍ରତି କିଲୋୱାଟ୍ ପିଛ‌ା ୧୦ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କାର ସବ୍‌ସିଡି ପ୍ରଦାନ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।