ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପିଅନ୍ସ: ଏକାଠି ହେଲେ ମେଧାବୀ

ଭୁବନେଶ୍ବର: ଦୈନିକ ଖବରକାଗଜ ‘ସମ୍ବାଦ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ଗୁରୁବାର ମାଟ୍ରିକ ଚାମ୍ପିଅନ୍‌ସ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ରେଳ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୩ ଜିଲ୍ଲାର ମେଧାବୀମାନେ ଏକାଠି ହୋଇଥିଲେ। ପୁରୀ, ଖୋର୍ଦ୍ଧା, ନୟାଗଡ ଜିଲ୍ଲା ଓ ଭୁବନେଶ୍ବର ମହାନଗର ନିଗମର ୫୫୪ରୁ ଅଧିକ ନମ୍ବର ରଖିଥିବା ୨୧୪ ମେଧାବୀ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସେମାନେ ପଢ଼ୁଥିବା ୧୧୯ଟି ସ୍କୁଲର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ବର ମହାନଗର ନିଗମର ୪୮ ବିଦ୍ୟାଳୟର ୧୦୬ଜଣ ଛାତ୍ରୀଛାତ୍ରୀ ଥିଲେ। ସେହିପରି ନୟାଗଡ ଜିଲ୍ଲାର ୩୪ ବିଦ୍ୟାଳୟର ୪୮ ଛାତ୍ରଛାତ୍ରୀ ଓ ପୁରୀ ଜିଲ୍ଲାର ୩୭ଟି ବିଦ୍ୟାଳୟର ୬୦ ଛାତ୍ରଛାତ୍ରୀ ଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମ ବିଷୟରେ ପଚରାଯିବାରୁ ସେମାନେ ବିଭିନ୍ନ କଥା କହିଥିଲେ। ସେମାନଙ୍କ ମୁହଁର କଥାକୁ ନେଇ ଏହି ଆଲେଖ୍ୟ।

ସମ୍ମାନିତ ହୋଇ ଗର୍ବିତ

ଏତେ ଲୋକଙ୍କ ସାମ୍ନାରେ ସମ୍ମାନିତ ହୋଇଥିବାରୁ ବହୁତ ଖୁସି। ‘ସମ୍ବାଦ‌’ର ଏ କାର୍ଯ୍ୟକ୍ରମ ପାଇଁ ମୋ ଗୁରୁଜୀ, ଗୁରୁମା‌ ଓ ପରିବାର ମଧ୍ୟ ବହୁତ ଖୁସି।
ସୋନାଲି ପଣ୍ଡା, ବଡ଼ଗଡ଼ ହାଇସ୍କୁଲ୍‌

‘ସମ୍ବାଦ’ର ପ୍ରୟାସ ପ୍ରଶଂସନୀୟ

‘ସମ୍ବାଦ’ ପରିବାର ପକ୍ଷରୁ ପ୍ରତିବର୍ଷ କରାଯାଉଥିବା ଏଭଳି କାର୍ଯ୍ୟକ୍ରମ ନିହାତି ଭାବେ ପ୍ରଶଂସନୀୟ। ଏଭଳି ପ୍ରୟାସ ଆଗକୁ ଜାରି ରହିଲେ, ଛାତ୍ରଛାତ୍ରୀମାନେ ଆହୁରି ଭଲ ମାର୍କ ରଖିବାକୁ ନିଶ୍ଚୟ ପ୍ରୋତ୍ସାହିତ ହେବେ।
ଘନଶ୍ୟାମ ଦାସ, ଶିକ୍ଷକ

+୨ରେ ସମ୍ମାନିତ ହେବା ପାଇଁ ଚେଷ୍ଟା କରିବି

ସମ୍ମାନିତ ହୋଇଥିବାରୁ ମୁଁ ଗର୍ବିତ। ଅତିଥିଙ୍କ ସହ ବି ସିଧାସଳଖ ମିଶିବା ଓ ତାଙ୍କ ପରାମର୍ଶ ବହୁତ ଭଲ ଲାଗିଲା। ନିଶ୍ଚିତ ଭାବେ କାମରେ ଲଗାଇବି। ଏମିତି ଭଲ ନମ୍ବର ରଖି +୨ରେ ବି ସମ୍ବର୍ଦ୍ଧିତ ହେବାକୁ ଚେଷ୍ଟା କରିବି।
ଦୀକ୍ଷା ଦାଶ, ସରସ୍ବତୀ ଶିଶୁ ବିଦ୍ୟ‌ାମନ୍ଦିର, ଧର୍ମବିହାର

ଅତିଥିଙ୍କ ଉପଦେଶ ପ୍ରେରଣାଦାୟୀ ଥିଲା

କାର୍ଯ୍ୟକ୍ରମ‌ରେ ମୋତେ ଓ ମୋ’ ବିଦ୍ୟାଳୟର ଗୁରୁଜୀଙ୍କୁ ସମ୍ମାନିତ କରାଯାଇଥିବାରୁ ‘ସମ୍ବାଦ’ର ପୂରା ପରିବାରକୁ ଅନେକ ଅନେକ ଧନ୍ୟବାଦ। ବେଶି ଭଲ ଲାଗିଲା, ଉପସ୍ଥିତ ଅତିଥିଙ୍କ ପରାମର୍ଶ ଓ ମାର୍ଗଦର୍ଶନ। ଆହୁରି ଭଲ କରିବା ପାଇଁ ଭବିଷ୍ୟତରେ ପ୍ରେରଣା ଦେବ।
ଅମିତାଭ ମଲ୍ଲିକ, ସରସ୍ବତୀ ଶିଶୁ ବିଦ୍ୟ‌ାମନ୍ଦିର, ଧର୍ମବିହାର

ଆତ୍ମବିଶ୍ବାସ ଆହୁରି ବଢ଼ିଲା

ଏତେ ଲୋକଙ୍କ ଆଗରେ ସମ୍ମାନିତ ହେବା, ମୋ ପାଇଁ ବହୁତ ବଡ଼ କଥା। ମୁଁ ଗର୍ବିତ। ଏ କାର୍ଯ୍ୟକ୍ରମ ମୋ ଆତ୍ମବିଶ୍ବାସ ବଢ଼ାଇବ। ଗୁରୁଜୀ, ଗୁରୁମ‌ା, ବାପା-ମା’ଙ୍କ ପ୍ରେରଣା ପାଇଁ ମୁଁ ସଫଳ ହୋଇଛି।
ପ୍ରିୟଦର୍ଶିନୀ ସାହୁ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଜଟଣୀ

ଏତେ ବଡ଼ ମଞ୍ଚରେ ପୁରସ୍କୃତ ହେବା ସୌଭାଗ୍ୟର କଥା

‌‌ମୋ ବିଦ୍ୟାଳୟର ସୁନ୍ଦର, ଶିକ୍ଷଣୀୟ ପରିବେଶ ପାଇଁ ମୁଁ ଏ ସଫଳତା ପାଇ ପାରିଛି। ଏତେ ବଡ଼ ମଞ୍ଚରେ ପୁରସ୍କୃତ ହେବା ମୋ ପାଇଁ ସୌଭାଗ୍ୟର କଥା। ଏଥିପାଇଁ ‘ସମ୍ବାଦ’ ପରିବାର ନିକଟରେ ମୁଁ କୃତଜ୍ଞ। ଆଗାମୀ ଦିନରେ ଭଲ କରିବା ପାଇଁ ଏ ସମ୍ମାନ ମୋତେ ପ୍ରେରଣା ଦେବ।
ବୋସ୍ମିତ ପ୍ରଧାନ, ରତାପଲ୍ଲୀ ବିଦ୍ୟାପୀଠ, ଭିଙ୍ଗାରପୁର, ଖୋର୍ଦ୍ଧା

‘ସମ୍ବାଦ’ ସମ୍ମାନିତ କରିଥିବାରୁ ବହୁତ ଖୁସି

ଭଲ କାମ ପାଇଁ ପ୍ରଶଂସା ମିଳିଲେ, ପିଲା ବେଶି ଖୁସି ହୁଅନ୍ତି। ଭଲ ନମ୍ବର ରଖିଥିବା ଏତେ ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ଏକାଠି କରି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ସମ୍ମାନିତ କରିବା ନିଶ୍ଚିତ ଭାବେ ପିଲା ଓ ଅଭିଭାବକଙ୍କୁ ଖୁସି କରିଛି।
ଗାୟତ୍ରୀ ଦାସ, ଅଭିଭାବକ

ପ୍ରୟାସ ଆଗକୁ ଜାରି ରହୁ

‘ସମ୍ବାଦ’ ପକ୍ଷରୁ ପ୍ରତିବର୍ଷ ଏଭଳି କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଏ ବୋଲି ଖବରକାଗଜରେ ଆଗରୁ ଦେଖିଛି। ଏବର୍ଷ ମୋ ଝିଅ ସମ୍ମାନିତ ହୋଇଛି। ମୁଁ ବହୁତ ଖୁସି। ‘ସମ୍ବାଦ’ର ଏ ପ୍ରୟାସ ଆଗକୁ ବି ଜାରି ରହୁ।
ପ୍ରଦୀପ ମଲ୍ଲିକ, ଅଭିଭାବକ

ପୁରସ୍କାର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ

‘ସମ୍ବାଦ’ ପକ୍ଷରୁ ଆମ ବିଦ୍ୟାଳୟର କୃତୀ ଛା‌ତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଅତ୍ୟନ୍ତ ଖୁସି। ଅତିଥିମାନଙ୍କ ଉପଦେଶ ଓ ମାର୍ଗଦର୍ଶନ ବି ଉଚ୍ଚକୋଟୀର ଥିଲା। ପିଲାମାନେ ଏଠୁ ପ୍ରେରଣା ପାଇ ଆଗକୁ ଯାଇ ଭଲ ମଣିଷ ହେବେ ବୋଲି ମୋର ବିଶ୍ବାସ।
ମାନସ ରଞ୍ଜନ ଜେନା, ଶିକ୍ଷକ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।