Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପିଅନ୍ସ: ଏକାଠି ହେଲେ ମେଧାବୀ
    ରାଜ୍ୟ

    ‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପିଅନ୍ସ: ଏକାଠି ହେଲେ ମେଧାବୀ

    NewsLaxmi7By NewsLaxmi7May 26, 2023Updated:May 26, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ଦୈନିକ ଖବରକାଗଜ ‘ସମ୍ବାଦ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ଗୁରୁବାର ମାଟ୍ରିକ ଚାମ୍ପିଅନ୍‌ସ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ରେଳ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୩ ଜିଲ୍ଲାର ମେଧାବୀମାନେ ଏକାଠି ହୋଇଥିଲେ। ପୁରୀ, ଖୋର୍ଦ୍ଧା, ନୟାଗଡ ଜିଲ୍ଲା ଓ ଭୁବନେଶ୍ବର ମହାନଗର ନିଗମର ୫୫୪ରୁ ଅଧିକ ନମ୍ବର ରଖିଥିବା ୨୧୪ ମେଧାବୀ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସେମାନେ ପଢ଼ୁଥିବା ୧୧୯ଟି ସ୍କୁଲର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ବର ମହାନଗର ନିଗମର ୪୮ ବିଦ୍ୟାଳୟର ୧୦୬ଜଣ ଛାତ୍ରୀଛାତ୍ରୀ ଥିଲେ। ସେହିପରି ନୟାଗଡ ଜିଲ୍ଲାର ୩୪ ବିଦ୍ୟାଳୟର ୪୮ ଛାତ୍ରଛାତ୍ରୀ ଓ ପୁରୀ ଜିଲ୍ଲାର ୩୭ଟି ବିଦ୍ୟାଳୟର ୬୦ ଛାତ୍ରଛାତ୍ରୀ ଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମ ବିଷୟରେ ପଚରାଯିବାରୁ ସେମାନେ ବିଭିନ୍ନ କଥା କହିଥିଲେ। ସେମାନଙ୍କ ମୁହଁର କଥାକୁ ନେଇ ଏହି ଆଲେଖ୍ୟ।

    ସମ୍ମାନିତ ହୋଇ ଗର୍ବିତ

    ଏତେ ଲୋକଙ୍କ ସାମ୍ନାରେ ସମ୍ମାନିତ ହୋଇଥିବାରୁ ବହୁତ ଖୁସି। ‘ସମ୍ବାଦ‌’ର ଏ କାର୍ଯ୍ୟକ୍ରମ ପାଇଁ ମୋ ଗୁରୁଜୀ, ଗୁରୁମା‌ ଓ ପରିବାର ମଧ୍ୟ ବହୁତ ଖୁସି।
    ସୋନାଲି ପଣ୍ଡା, ବଡ଼ଗଡ଼ ହାଇସ୍କୁଲ୍‌

    ‘ସମ୍ବାଦ’ର ପ୍ରୟାସ ପ୍ରଶଂସନୀୟ

    ‘ସମ୍ବାଦ’ ପରିବାର ପକ୍ଷରୁ ପ୍ରତିବର୍ଷ କରାଯାଉଥିବା ଏଭଳି କାର୍ଯ୍ୟକ୍ରମ ନିହାତି ଭାବେ ପ୍ରଶଂସନୀୟ। ଏଭଳି ପ୍ରୟାସ ଆଗକୁ ଜାରି ରହିଲେ, ଛାତ୍ରଛାତ୍ରୀମାନେ ଆହୁରି ଭଲ ମାର୍କ ରଖିବାକୁ ନିଶ୍ଚୟ ପ୍ରୋତ୍ସାହିତ ହେବେ।
    ଘନଶ୍ୟାମ ଦାସ, ଶିକ୍ଷକ

    +୨ରେ ସମ୍ମାନିତ ହେବା ପାଇଁ ଚେଷ୍ଟା କରିବି

    ସମ୍ମାନିତ ହୋଇଥିବାରୁ ମୁଁ ଗର୍ବିତ। ଅତିଥିଙ୍କ ସହ ବି ସିଧାସଳଖ ମିଶିବା ଓ ତାଙ୍କ ପରାମର୍ଶ ବହୁତ ଭଲ ଲାଗିଲା। ନିଶ୍ଚିତ ଭାବେ କାମରେ ଲଗାଇବି। ଏମିତି ଭଲ ନମ୍ବର ରଖି +୨ରେ ବି ସମ୍ବର୍ଦ୍ଧିତ ହେବାକୁ ଚେଷ୍ଟା କରିବି।
    ଦୀକ୍ଷା ଦାଶ, ସରସ୍ବତୀ ଶିଶୁ ବିଦ୍ୟ‌ାମନ୍ଦିର, ଧର୍ମବିହାର

    ଅତିଥିଙ୍କ ଉପଦେଶ ପ୍ରେରଣାଦାୟୀ ଥିଲା

    କାର୍ଯ୍ୟକ୍ରମ‌ରେ ମୋତେ ଓ ମୋ’ ବିଦ୍ୟାଳୟର ଗୁରୁଜୀଙ୍କୁ ସମ୍ମାନିତ କରାଯାଇଥିବାରୁ ‘ସମ୍ବାଦ’ର ପୂରା ପରିବାରକୁ ଅନେକ ଅନେକ ଧନ୍ୟବାଦ। ବେଶି ଭଲ ଲାଗିଲା, ଉପସ୍ଥିତ ଅତିଥିଙ୍କ ପରାମର୍ଶ ଓ ମାର୍ଗଦର୍ଶନ। ଆହୁରି ଭଲ କରିବା ପାଇଁ ଭବିଷ୍ୟତରେ ପ୍ରେରଣା ଦେବ।
    ଅମିତାଭ ମଲ୍ଲିକ, ସରସ୍ବତୀ ଶିଶୁ ବିଦ୍ୟ‌ାମନ୍ଦିର, ଧର୍ମବିହାର

    ଆତ୍ମବିଶ୍ବାସ ଆହୁରି ବଢ଼ିଲା

    ଏତେ ଲୋକଙ୍କ ଆଗରେ ସମ୍ମାନିତ ହେବା, ମୋ ପାଇଁ ବହୁତ ବଡ଼ କଥା। ମୁଁ ଗର୍ବିତ। ଏ କାର୍ଯ୍ୟକ୍ରମ ମୋ ଆତ୍ମବିଶ୍ବାସ ବଢ଼ାଇବ। ଗୁରୁଜୀ, ଗୁରୁମ‌ା, ବାପା-ମା’ଙ୍କ ପ୍ରେରଣା ପାଇଁ ମୁଁ ସଫଳ ହୋଇଛି।
    ପ୍ରିୟଦର୍ଶିନୀ ସାହୁ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଜଟଣୀ

    ଏତେ ବଡ଼ ମଞ୍ଚରେ ପୁରସ୍କୃତ ହେବା ସୌଭାଗ୍ୟର କଥା

    ‌‌ମୋ ବିଦ୍ୟାଳୟର ସୁନ୍ଦର, ଶିକ୍ଷଣୀୟ ପରିବେଶ ପାଇଁ ମୁଁ ଏ ସଫଳତା ପାଇ ପାରିଛି। ଏତେ ବଡ଼ ମଞ୍ଚରେ ପୁରସ୍କୃତ ହେବା ମୋ ପାଇଁ ସୌଭାଗ୍ୟର କଥା। ଏଥିପାଇଁ ‘ସମ୍ବାଦ’ ପରିବାର ନିକଟରେ ମୁଁ କୃତଜ୍ଞ। ଆଗାମୀ ଦିନରେ ଭଲ କରିବା ପାଇଁ ଏ ସମ୍ମାନ ମୋତେ ପ୍ରେରଣା ଦେବ।
    ବୋସ୍ମିତ ପ୍ରଧାନ, ରତାପଲ୍ଲୀ ବିଦ୍ୟାପୀଠ, ଭିଙ୍ଗାରପୁର, ଖୋର୍ଦ୍ଧା

    ‘ସମ୍ବାଦ’ ସମ୍ମାନିତ କରିଥିବାରୁ ବହୁତ ଖୁସି

    ଭଲ କାମ ପାଇଁ ପ୍ରଶଂସା ମିଳିଲେ, ପିଲା ବେଶି ଖୁସି ହୁଅନ୍ତି। ଭଲ ନମ୍ବର ରଖିଥିବା ଏତେ ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ଏକାଠି କରି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ସମ୍ମାନିତ କରିବା ନିଶ୍ଚିତ ଭାବେ ପିଲା ଓ ଅଭିଭାବକଙ୍କୁ ଖୁସି କରିଛି।
    ଗାୟତ୍ରୀ ଦାସ, ଅଭିଭାବକ

    ପ୍ରୟାସ ଆଗକୁ ଜାରି ରହୁ

    ‘ସମ୍ବାଦ’ ପକ୍ଷରୁ ପ୍ରତିବର୍ଷ ଏଭଳି କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଏ ବୋଲି ଖବରକାଗଜରେ ଆଗରୁ ଦେଖିଛି। ଏବର୍ଷ ମୋ ଝିଅ ସମ୍ମାନିତ ହୋଇଛି। ମୁଁ ବହୁତ ଖୁସି। ‘ସମ୍ବାଦ’ର ଏ ପ୍ରୟାସ ଆଗକୁ ବି ଜାରି ରହୁ।
    ପ୍ରଦୀପ ମଲ୍ଲିକ, ଅଭିଭାବକ

    ପୁରସ୍କାର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ

    ‘ସମ୍ବାଦ’ ପକ୍ଷରୁ ଆମ ବିଦ୍ୟାଳୟର କୃତୀ ଛା‌ତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଅତ୍ୟନ୍ତ ଖୁସି। ଅତିଥିମାନଙ୍କ ଉପଦେଶ ଓ ମାର୍ଗଦର୍ଶନ ବି ଉଚ୍ଚକୋଟୀର ଥିଲା। ପିଲାମାନେ ଏଠୁ ପ୍ରେରଣା ପାଇ ଆଗକୁ ଯାଇ ଭଲ ମଣିଷ ହେବେ ବୋଲି ମୋର ବିଶ୍ବାସ।
    ମାନସ ରଞ୍ଜନ ଜେନା, ଶିକ୍ଷକ

    Share. Facebook Twitter LinkedIn WhatsApp Email
    Previous Articleଆବାସ୍‌ ଘର କେବେ ମିଳିବ ତାରିଖ ଘୋଷଣା କର: ବିଜେପି
    Next Article ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସ୍କୁଟିକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ, ଚାଲିଗଲା ଆରୋହୀଙ୍କ ଜୀବନ

    May 2, 2022

    ଜୁନ୍‌ ୨୨ରେ ମୋଦୀଙ୍କୁ ସ୍ବାଗତ କରିବେ ବାଇଡେନ

    May 11, 2023

    ବ୍ରିଟେନ କମ୍ପାନୀଗୁଡିକରେ ସପ୍ତାହରେ ଚାରି ଦିନ କାମ, ପରୀକ୍ଷା ମୂଳକ ଭାବେ ୭୦ ସଂସ୍ଥାରେ କାର୍ଯ୍ୟକାରୀ

    June 9, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.