ଖେଳ ଦେଶ ବିଦେଶ ରାଜ୍ୟ

ସନ୍ଧ୍ୟାରେ ମୁମ୍ବାଇ ବନାମ କୋଲକାତା : ‘କର ବା ମର’ ସ୍ଥିତିରେ ନାଇଟରାଇଡର୍ସ

ନୂଆଦିଲ୍ଲୀ, ୦୯/୦୫: ଚଳିତ ଆଇପିଏଲ୍‌ର ୫୬ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ । ନାଇଟ୍‌ ରାଇଡର୍ସ ପାଇଁ ବିଜୟ ଜରୁରୀ ରହିଥିବାରୁ ଆଜିର ମ୍ୟାଚ୍‌ରେ ସବୁ ଶକ୍ତି ଖଟାଇବାକୁ ଲକ୍ଷ୍ୟ ରଖିଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ ଦୌଡରୁ ବାଦ ପଡ଼ି ସାରିଥିବାରୁ କେବଳ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ପ୍ରୟାସ କରିବ ।

ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ନାହିଁ । ତଥାପି ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ନାଇଟ ରାଇଡର୍ସ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା । ପ୍ୟାଟ୍‌ କମିନ୍ସ ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ ।

ଏଥର ନାଇଟ୍‌ ରାଇଡର୍ସ ଉପରେ ବାଜି ଲଗାଇବା ମଧ୍ୟ ଭୁଲ ସାବ୍ୟସ୍ତ ହୋଇପାରେ । ଦଳର ପ୍ରଦର୍ଶନରେ ଅବନତି ହୋଇଛି । ଓପନିଂ ବିଭାଗ ବିଫଳ ହେଉଥିବାରୁ ନାଇଟ ରାଇଡର୍ସ ୭ଟି ମ୍ୟାଚ୍‌ ପରାଜିତ ହୋଇ ସାରିଛି । ବର୍ତ୍ତମାନ ଫର୍ମ ହରାଇ କମିନ୍ସ ଏକାଦଶରୁ ବାଦ ପଡ଼ିଛନ୍ତି । ପୂର୍ବ ସିଜନର ଷ୍ଟାର୍‌ ଭେଙ୍କଟେଶ ଆୟରଙ୍କ ଉପରୁ ମଧ୍ୟ ନାଇଟ ରାଇଡର୍ସ ଆସ୍ଥା ହରାଇଛି ।

ମୁମ୍ବାଇ ଇଣ୍ଡିଆନ୍ସ କ୍ରମାନ୍ୱୟରେ ୮ଟି ମ୍ୟାଚ୍‌ ପରାଜିତ ହେବା ପରେ ୨ଟି ମ୍ୟାଚ୍‌ ଜିତିଛି । ଅଧିନାୟକ ରୋହିତ ଶର୍ମା ମଧ୍ୟ ଫର୍ମକୁ ଫେରିଛନ୍ତି। ଦୁଇ ବିଫଳ ଅଲ୍‌ରାଉଣ୍ଡର ଟିମ ଡେଭିଡ୍‌ ଓ ଡାନିଏଲ୍‌ ସାମ୍ସ ଦଳକୁ ଜିତାଇବାର କ୍ଷମତା ରଖିଥିବା ପ୍ରମାଣିତ କରିସାରିଛନ୍ତି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମୋଟ୍‌ ୩୦ଟି ମ୍ୟାଚ୍‌ରୁ ମୁମ୍ବାଇ ଇଣ୍ଡିଆନ୍ସ ୨୨ଟି ମ୍ୟାଚ୍‌ ଜିତିଛି । ତେଣୁ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ