ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା: ଅନିମେଶ ଚକ୍ରବର୍ତ୍ତୀଙ୍କୁ ଆଜି କୋର୍ଟ ଚାଲାଣ କରିବ ପୁଲିସ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାଯାଇଛି। ଗତ ୧୮ ତାରିଖ ଦିନ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିର ଭିତରବେଢ଼ାର ଫଟୋ ଭିଡ଼ିଓ ଅନିମେଶ ନିଜ ୟୁନିଫାଏଡ୍‌ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ଗତ ନଭେମ୍ବର ୧୯ ତାରିଖରେ ଅପଲୋଡ୍‌ କରିଥିଲେ। ଏପରିକି ଭିଡ଼ିଓର ଗୋଟିଏ ଫୁଟେଜ ନେଇ ୨୦ ହଜାର ଟଙ୍କା ଦାବି କରିଥିଲେ। ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲା

ଏହି ଘଟଣାରେ ସିଂହଦ୍ବାର ଥାନାରେ ଏନେଇ ଏତଲା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏତଲା ପରେ ଅନିମେଶ ଚାରିକୋଟି ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଆଗୁଆ ଜାମିନ ପାଇ ହାଇ‌‌କୋର୍ଟର ଦ୍ବାରସ୍ଥ ହୋଇଥିଲେ ଅନିମେଶ। ପରେ ଜାନୁଆରୀ ୭, ୨୦୨୩ରେ ଅନିମେଶ ଚକ୍ରବର୍ତ୍ତୀଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିଥିଲେ।

ସୂଚନାଯୋଗ୍ୟ, କୋଲକାତାର ଅନିମେଶ ଚକ୍ରବର୍ତ୍ତୀ ଗତ ତିନି ମାସ ତଳେ ପୁରୀ ଆସିଥିବାବେଳେ ନିଜ ୟୁ-ଟ୍ୟୁବ ଚ୍ୟାନେଲ ପାଇ ଶ୍ରୀମନ୍ଦିର ଭିତରବେଢ଼ାର ଭିଡ଼ିଓ ଓ ଫଟୋ ଉତ୍ତୋଳନ କରିଥିଲେ। ଗତ ୨୦୨୨ ଡ଼ିସେମ୍ବରରେ ପୁରୀ ଶ୍ରୀମନ୍ଦିର ଭିତବେଢ଼ାର ଡ଼୍ରୋନ୍‌ ଫଟୋ ଓ ଭିଡ଼ିଓ ବେଶ ଭାଇରାଲ ହୋଇଥିଲା। ଯେଉଁଥିରେ ନୀଳଚକ୍ର, ଅଁଳାବେଢ଼ା ଉପର ଚିତ୍ର, ଶ୍ରୀମନ୍ଦିର ଭିତର ବେଢ଼ାର ଟିକିନିଖି ଚିତ୍ର ବି ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା। ତେବେ ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଉତ୍ତୋଳନ କରିଥିଲେ ଅନିମେଶ। ଏପରିକି ଭିଡିଓ ଓ ଫଟୋ ପାଇ ଅନିମେଶ ଓଡ଼ିଶା ପୁଲିସକୁ କୃତଜ୍ଞତା ଜଣାଇଥିଲେ। ଭିଡିଓ ଉତ୍ତୋଳନ ପରେ ଏହାର ଗୋଟିଏ ଫୁଟେଜ୍‌ ପାଇଁ ସମ୍ପୃକ୍ତ ଯୁବକ ୨୦ହଜାର ଟଙ୍କା ଦାବି କରିଥିଲେ। ପରେ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ଓ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭ‌ିଯୋଗ ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସିଂହଦ୍ବାର ଥାନାରେ ଏତଲା ହେବା ପରେ ଚାରି କୋଟି ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଅନ‌ିମେଶ। ଏହାସହ ଆଗୁଆ ଜାମିନ ପାଇଁ ହାଇ‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସେ। ଅନିମେଶ ଚକ୍ରବର୍ତ୍ତୀଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିଥିଲେ। ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନିମେଶଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ପ୍ରଦାନ କରଥିଲେ ହାଇ‌କୋର୍ଟ। ସରକାରଙ୍କ ତରଫରୁ ଏଏସସି ମନୋଜ କୁମାର ମହାନ୍ତି ମାମଲା ପରିଚାଳନା କରିଥିଲେ। ପରେ ଏହି ଘଟଣାରେ ଆଜି ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।