ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାରତକୁ ନେତୃତ୍ୱ ଦେବ ଓଡ଼ିଶା: ଧର୍ମେନ୍ଦ୍ର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆମ ଭାରତୀୟ ଜୀବନ ପ୍ରବାହରେ ବ୍ରାଣ୍ଡ୍‌ର ଯଥାର୍ଥତା ଅସୀମ। ମହାପ୍ରଭୁ ଶ୍ରୀଜଗନ୍ନାଥ, ହିମାଳୟ, ସାଗର, ସମ୍ରାଟ ଖାରବେଳ, ହଜାର ହଜାର ବର୍ଷ ପୁରୁଣା ଓଡ଼ିଆ ଭାଷା ଆମ ପାଇଁ ଗୋଟିଏ ଗୋଟିଏ ବ୍ରାଣ୍ଡ୍। ଓଡ଼ିଶାର ବ୍ରାଣ୍ଡ୍ ଧର୍ମପଦ। କେବଳ ବସ୍ତୁବାଦୀ ସାମଗ୍ରୀ ନୁହେଁ, ବରଂ ଧର୍ମପଦର ଚରିତ୍ର, ତପସ୍ୟା, ତ୍ୟାଗ ଆମ ସମାଜ ଓ ଓଡ଼ିଆ ଜାତିର ପରିଚୟ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଦୁନିଆରେ ବିଶ୍ୱ ଦ୍ରୁତ ଗତିରେ ସଙ୍କୁଚିତ ହେଉଛି। ଭାରତରେ ୫-ଜିର ଶୁଭାରମ୍ଭ ହୋଇଛି। ଡିଜିଟାଲ ଦୁନିଆରେ ଭାରତ ଧୀରେ ଧୀରେ ନେତୃତ୍ୱ ନେବା ପାଇଁ ଅଗ୍ରସର ହେଉଛି। ଆଉ ଓଡ଼ିଶା ମଧ୍ୟ ଏହି ଯାତ୍ରାରେ ଆଗରେ। ଓଡ଼ିଶାର ବ୍ରାଣ୍ଡ ଆଗକୁ ଭାରତକୁ ନେତୃତ୍ୱ ଦେବ। ଓଡ଼ିଶା ଭାରତର ନେତୃତ୍ୱ ନେଲେ ବିଶ୍ୱରେ ଗର୍ବିତ ହେବ। ସଂପ୍ରତି ୧୦୦ ଟଙ୍କା ଡିଜିଟାଲ୍ କାରବାର ହେଲେ ତାହାର ୪୦ ପ୍ରତିଶତ ଅର୍ଥାତ୍‌ ୪୦ ଟଙ୍କାର ଡିଜିଟାଲ କାରବାର ଭାରତରେ ହେଉଛି। ଆଗାମୀ ଦିନରେ ଭାରତର ବଜାରକୁ ବିଶ୍ୱ ସହ ଓ ବିଶ୍ୱ ବଜାରକୁ ଭାରତ ସହ ଯୋଡିବାର ଏ ହେଉଛି ଚାବିକାଠି। ଆଉ ଏହି ସମ୍ଭାବନାର ସହଜ ସ୍ଥାନ ହେଉଛି ଓଡ଼ିଶା। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଅର୍ଥନୀତି ହେଉଛି ବୌଦ୍ଧିକ ଜ୍ଞାନର ଅର୍ଥନୀତି ଏବଂ ଓଡ଼ିଶା ଏହାର ପେଣ୍ଠସ୍ଥଳୀ ହେବାର ସମ୍ଭାବନା ରହିଛି।

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ତିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌

ଓଡ଼ିଶା ଇତିହାସ ସମ୍ପର୍କରେ ବର୍ଣ୍ଣନା କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ଧଉଳିରେ ସମ୍ରାଟ ଅଶୋକ ଦିନେ ଧର୍ମାଶୋକରେ ପରିଣତ ହୋଇଥିଲେ। ସ୍ବାଭାବିକ ଭାବେ ଇତିହାସ ପଢ଼ି ଲୋକେ ଏକଥା ଜାଣିଛନ୍ତି। ମାତ୍ର ନମ୍ରତାର ସହ କହୁଛି ଯେ ମୁଁ ଏହାକୁ ମାନିବି ନାହିଁ। କାରଣ ମୋର ପୂର୍ବଜମାନେ ସେତେବେଳେ ପ୍ରଭାବଶାଳୀ ନ ଥିଲେ। ଏକ ଲକ୍ଷ ଲୋକ ମରିବା ଉପାରନ୍ତେ ମୋ ମନରେ ଯେଉଁ ଗ୍ଲାନି ଥିଲା ମୁଁ ଇତିହାସ ଲେଖିବା ପାଇଁ ସୁଯୋଗ ପାଇ ନ ଥିଲି। ମୁଁ ଯଦି ସୁଯୋଗ ପାଇଥାନ୍ତି ତେବେ କହିଥାନ୍ତି ବୋଧ ହୁଏ ତତ୍କାଳିକ ସ୍ଥିତିର ସବୁଠାରୁ ବଡ଼ ପ୍ରତିରୋଧ ମୋ ଜାତି, ମୋ ସମାଜ କରିଥିଲା। ମୁଁ ଇତିହାସକୁ ଏହି ଢଙ୍ଗରେ ଲେଖିଥା’ନ୍ତି।

କେନ୍ଦ୍ରମନ୍ତ୍ରୀ କହିଥିଲେ, ଓଡ଼ିଶାର ଇତିହାସ ହଜାର ହଜାର ବର୍ଷ ତଳର। ମାତ୍ର ବିଂଶ ଶତାଦ୍ଦୀକୁ କେବଳ କ’ଣ ଓଡ଼ିଶାର ଇତିହାସ କହିବା? ଓଡ଼ିଶାର ପରିଚୟ ଜଣେ ଦୁଇଜଣ ଲୋକଙ୍କ ହାତରେ ହିଁ ରହିଛି ବୋଲି କୁହାଯିବ କି? ସ୍ବାଧୀନତାର ୭୫ ବର୍ଷ ପରେ ବି ଭାରତରେ ଦୁଇ ୪ଟି ପରିବାରକୁ ନେଇ ଇତିହାସ ତିଆରି କରିବା ଭଳି ଅପଚେଷ୍ଟା କରାଯାଇଛି ବୋଲି ସେ କ୍ଷୋଭ ପ୍ରକାଶ କରିବା ସହ କହିଥିଲେ ଯେ ଏଭଳି ଇତିହାସରେ ମାଧବ ସିଂହଙ୍କ ନାଁ ନାହିଁ କିମ୍ବା ବୀର ସୁ‌ରେନ୍ଦ୍ର ସାଏଙ୍କ ନାଁ ପର୍ଯ୍ୟାପ୍ତ ପରିମାଣରେ ନାହିଁ। ଏମିତିକି ଆଜି ବି ବୀର ସୁରେନ୍ଦ୍ର ସାଏ ରହିଥିବା ଜେଲ୍‌ ‘ଅସୁରଗଡ଼’ ସମ୍ପର୍କରେ ଆମକୁ ଲଢ଼େଇ କରିବାକୁ ପଡ଼ୁଛି। ସାହିତ୍ୟ ଏକାଡେମୀ ସହଜ ଭାବେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ସ୍ଥାନ ଦେଉନି। ଏ ସମସ୍ତେ ଆମର ପୂର୍ବଜ। ଓଡ଼ିଶାର ସ୍ବାଧୀନତା ପରବର୍ତ୍ତୀ ଅବସ୍ଥାରେ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀଙ୍କଠାରୁ ଆରମ୍ଭ କରି ଆଜିର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅବଦାନ ରହିଛି। ତଥାପି ଆମେ କେବେ ଭୁଲିବା ଉଚିତ୍‌ ନୁହେଁ ଯେ ୯ ତାଲା ନନ୍ଦିନୀ ଦେବୀଙ୍କ ସମୟରେ ହୋଇଥିଲା। ୮୦ ଦଶକରେ ହଜାରେ ଦିନରେ ହଜାରେ ଶିଳ୍ପର ସ୍ବପ୍ନ ଜାନକୀବଲ୍ଲଭ ପଟ୍ଟନାୟକ ଦେଖିଥିଲେ। ତାହା ଥିଲା ଆମ ବ୍ରାଣ୍ଡ୍‌। ଓଡ଼ିଶା ଏଠାରେ ପହଞ୍ଚିବା ପଛରେ ସମସ୍ତଙ୍କ ଅବଦାନ ରହିଛି। ବର୍ତ୍ତମାନ ସ୍ଥିତି ଅନୁସାରେ ଆମେ ଅର୍ଜୁନ ଓ ଅଭିମନ୍ୟୁଙ୍କ ଭଳି ସାହସିକତା ଦେଖାଇବା ଓ ଚକ୍ରବ୍ୟୁହ ଭେଦ କରି ନିଜର ପରିଚୟ ସୃଷ୍ଟି କରିବା ଦରକାର ବୋଲି ସେ କହିଥିଲେ।

‘ସମ୍ବାଦ’ ଦୀର୍ଘ ୪ ଦଶନ୍ଧି ଧରି କେବଳ ଖବରକାଗଜ ପ୍ରକାଶିତ କରିବାରେ ନିଜକୁ ସୀମିତ ନ ରଖି ସଂଚାର ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ସାମାଜିକ ଦାୟିତ୍ୱ ନେବା ତଥା ଓଡିଆ ସାହିତ୍ୟକୁ ଏକବିଂଶ ଶତାବ୍ଦୀରେ ନୂଆ ଭାବରେ ପ୍ରସ୍ତୁତ କରିବା ଏବଂ ଏହାକୁ ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ନିରବଚ୍ଛିନ ଭାବେ କାର୍ଯ୍ୟ କରୁଥିବାରୁ ଶ୍ରୀ ପ୍ରଧାନ ସମ୍ବାଦକୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଜେତା ଶିଳ୍ପ ସଂସ୍ଥା ଓ ଉଦ୍ୟୋଗୀମାନଙ୍କୁ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୩’ ପ୍ରଦାନ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।