ଦେଶ ବିଦେଶ ମନୋରଞ୍ଜନ

ଲେଜା ଲେଜାରେ ଫେମ୍ ନିନା ସରକାର ହେଲେ ଲଣ୍ଡା : କାହିଁକି ଏପରି ଅଦ୍ଭୁତ ନିଷ୍ପତ୍ତି…?

ମୁମ୍ବାଇ ୩/୧୨: ବଲିଉଡର କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ଯୋଗୁଁ ଲଣ୍ଡା ହୋଇଛନ୍ତି। ଏହି ତାଲିକାରେ ଏବେ ଆଉ ଜଣେ ମଡେଲଙ୍କ ନାଁ ଯୋଡ଼ି ହୋଇ ଯାଇଛି। ଏହି ମଡେଲ୍ ଏକ ବଡ଼ କାରଣ ଯୋଗୁଁ ଲଣ୍ଡା ହୋଇଛନ୍ତି।

ଏହି ମଡେଲ୍ ଆଉ କେହି ନୁହଁନ୍ତି ବରଂ ନୀନା ସରକାର। ନୀନା ସରକାର ଫିଲ୍ମ ମନି ଦେବୋ ଭବର ଲେଜା ଲେଜା ଗୀତରେ ନଜର ଆସି ସାରିଛନ୍ତି। ସେ ନିଜ କେଶ ଦାନ କରିବା ଉଦ୍ଦେଶ୍ୟରେ ଲଣ୍ଡା ହୋଇଛନ୍ତି। ଖାସ୍ କଥା ହେଉଛି ଏହା ଯେ ନୀନା ସରକାର ନିଜ କେଶ ନିଜେ ଟ୍ରିମରରେ କାଟିଛନ୍ତି। ନିଜ କେଶ କାଟୁଥିବାବେଳେ ମଡେଲ୍ ସୋସିଆଲ ମିଡିଆରେ ୨ଟି ଭିଡିଓ ମଧ୍ୟ ସେୟାର କରିଛନ୍ତି।

ନୀନା ସରକାର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜର ୨ଟି ଭିଡିଓ ସେୟାର କରିଛନ୍ତି। ପ୍ରଥମ ଭିଡିଓରେ ସେ ନିଜ ଘନ ଏବଂ ସୁନ୍ଦର କେଶ ସହ ଦେଖାଯାଇଛନ୍ତି। ଏହା ସହିତ ସେ ନିଜ ସୁନ୍ଦର କେଶକୁ ଧନ୍ୟବାଦ ମଧ୍ୟ କହିଛନ୍ତି। ଏହା ପରେ ନୀନା ସରକାର ଭିଡିଓରେ ଟ୍ରିମରରେ ନିଜ କେଶ କାଟିବା ଆରମ୍ଭ କରୁଛନ୍ତି। ଭିଡିଓରେ ଶେଷ ଯାଏଁ ସେ ନିଜ ଅଧା କେଶ କାଟି ଦେଉଛନ୍ତି।

ଦ୍ବିତୀୟ ଭିଡିଓରେ ମଡେଲ୍ ନିଜ ପୂରା କେଶକୁ କାଟୁଥିବା ନଜର ଆସିଛନ୍ତି। ନିନା ସରକାର ଭିଡିଓରେ ଏହା ପରିଷ୍କାର କରି ଦେଇଛନ୍ତି ଯେ ସେ ନିଜ କେଶ ବିକୁ ନାହାନ୍ତି ବରଂ ଦାନ କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ