ଅପରାଧ ରାଜ୍ୟ

ଲୁଟ୍‌ ପାଇଁ ଫାଇନାନ୍ସ ଅଫିସରେ ପଶିଥିଲେ ଲୁଟେରା, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲା ଦୁର୍ବୃତ୍ତ

ଢେଙ୍କାନାଳ ୦୬।୦୮ : ଢେଙ୍କାନାଳ ମଣପୁରମ ଫାଇନାନ୍ସ ଅଫିସରେ ସଶସ୍ତ୍ର ଡକାୟତି ଉଦ୍ୟମ । ପିସ୍ତଲ ଓ ଭୁଜାଲି ଧରି ଲୁଟ୍‌ ପାଇଁ ପଶିଥିଲେ ତିନି ଜଣ ଦୁର୍ବୁତ୍ତ । କିନ୍ତୁ ସାଇରନ ବାଜିରୁ ବ୍ଲାକ ପଲସରରେ ଖସି ପଳାଇଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଶନିବାର ସ୍ପଷ୍ଟ ଦିବାଲୋକରେ ଏକ ବ୍ଲାକ ପଲସରରେ ତିନି ଜଣ ଦୁର୍ବୃତ୍ତ ଆସି ଫାଇନାନ୍ସ ସଂସ୍ଥାରେ ପଶିଥିଲେ । ଢେଙ୍କାନାଳ ସହର କାଞ୍ଚନ ବଜାର ସ୍ଥିତ ମଣପୁରମ୍‌ ଗୋଲ୍ଡ ଲୋନ୍‌ ଫାଇନାନ୍ସରେ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ । ସୁରକ୍ଷା କର୍ମୀ ଓ କର୍ମଚାରୀଙ୍କୁ ପିସ୍ତସ ଏବଂ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ସୁନା ଅଳଙ୍କାର ଓ ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଏହି ସମୟରେ ଫାଇନାନ୍ସ ଅଫିସରେ ଥିବା ସାଇରନ ବାଜି ଥିଲା । ନିକଟରେ ଥିବା ଲୋକମାନେ ଦୌଡ଼ି ଆସିଥିଲେ । ଫଳରେ ଲୁଟେରାମାନେ ଚମ୍ପଟ ମାରିଥିଲେ । ଆଉ ଫେଲ୍‌ ମାରିଥିଲା ଲୁଟ୍‌ ଉଦ୍ୟମ ।

ସେପଟେ ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରୁଛି । ସହର ଚାରିପଟେ ନାକାବନ୍ଦୀ କରି ଛାନ୍‌ଭିନ୍‌ କରୁଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।