ଖେଳ ଦେଶ ବିଦେଶ

ରୋହିତ ଶର୍ମାଙ୍କ ପାଇଁ ଶୁଭ ସଂଖ୍ୟା ‘୧୩’, ରହିଛି ଏମିତି ସମ୍ପର୍କ : ହାସଲ କରିଛନ୍ତି ବଡ ରେକର୍ଡ

ନୂଆଦିଲ୍ଲୀ,୧୩/୧୨: ୧୩ ନମ୍ବର ଅନେକଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଏ । ଭାରତୀୟ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ହିଟମ୍ୟାନ୍ ରୋହିତ ଶର୍ମାଙ୍କ ପାଇଁ ଭାଗ୍ୟବାନ ହେଉଛି ନମ୍ବର ୧୩ । ଡିସେମ୍ବର ୧୩ ତାରିଖରେ ରୋହିତ ଓ ପ୍ରଶଂସକଙ୍କ ପାଇଁ ସବୁ ଦିନ ମନେ ରହିବ । ଆଜିର ଦିନରେ ୨୦୧୭ରେ ହିଟମ୍ୟାନ୍ କ୍ୟାରିଅରର ତୃତୀୟ ଦ୍ୱିଶତକ ହାସଲ କରିଥିଲେ ।

ଡିସେମ୍ବର ୧୩, ୨୦୧୭ ମସିହା । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଉଥିଲା ଦିନିକିଆ ମ୍ୟାଚ୍ । ରୋହିତ ଦଳର ନେତୃତ୍ୱ ନେଉଥିଲେ । ଏହି ମ୍ୟାଚରେ ଓପନିଂ ପାଇଁ ଓହ୍ଲାଇଥିବା ରୋହିତ ୨୦୮ ରନ୍ କରି ଅପରାଜେୟ ରହିଥିଲେ । ସେ ୧୫୩ ବଲରୁ ୧୩ ଚୌକା ଓ ୧୨ ଛକା ଲଗାଇ ଏହି ରନ୍ କରିଥିଲେ ।

ଶ୍ରୀଲଙ୍କା ଟିମ୍ ଯେତେବେଳେ ୨୦୧୭ରେ ଭାରତ ଗସ୍ତରେ ଆସିଥିଲା ସେତେବେଳେ ଦଳର ନେତୃତ୍ୱ ନେଇଥିଲେ ରୋହିତ । ମୋହାଲି ମ୍ୟାଚରେ ଭାରତ ୩୯୨ ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ୨୫୧ ରନରେ ଅଟକି ଯାଇଥିଲା । ଭାରତ ୧୪୧ ରନରେ ମୁକାବିଲା ଜିତିନେଇଥିଲା । ରୋହିତ ଏହି ମୁକାବିଲାରେ ଗୋଟିଏ ଓଭରରେ ୪ଟି ଛକା ମାରିଥିଲେ ।

ଦିନିକିଆ କ୍ରିକେଟରେ ତିନି ଥର ଦ୍ୱିଶତକ ହାସଲ କରିଥିବା ଏକ ମାତ୍ର ଖେଳାଳି ହେଲେ ରୋହିତ । ଏହାପୂର୍ବରୁ ସେ ୧୩ ତାରିଖରେ ହିଁ ୨୬୪ ରନ୍ କରିଥିଲେ । ସେ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନ୍ କରିଥିଲେ । ନଭେମ୍ବର ୨, ୨୦୧୩ କୋହଲି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ । ହିଟମ୍ୟାନଙ୍କ ବ୍ୟତୀତ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ୱାଗ ମଧ୍ୟ ଦ୍ୱିଶତକ ଲଗାଇ ସାରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ