ମୁମ୍ବାଇ ୨୯।୦୬ : ବର୍ତ୍ତମାନ ସବୁଆଡେ ଆଲିଆ ଭଟ୍ଟଙ୍କ ଖବର ପ୍ରଚାରିତ ହେବାରେ ଲାଗିଛି । ମା’ ହେବାର ଖବର ଆସିବା ପରେ ସୋସିଆଲ ମିଡିଆରେ ଅନେକ ଅଭିନନ୍ଦନ ମିଳୁଛି। ଏବେ ସମସ୍ତେ କପୁର ପରିବାରର ନୂଆ ତଥା କୁନି ଅତିଥିଙ୍କୁ ଅପେକ୍ଷା କରିଛନ୍ତି। ଆଲିଆଙ୍କ ମା’ ହେବା ପରେ ବର୍ତ୍ତମାନ ‘ଡ୍ରାମା କୁଇନ୍’ ରାକ୍ଷୀ ସାୱନ୍ତ ମଧ୍ୟ ଏକ ମାଆ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ରାକ୍ଷୀ ସାୱନ୍ତ ପୁଣି ଥରେ ମା ହେବାକୁ ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ‘ଡ୍ରାମା କୁଇନ’ର ଏହି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜେ ପାପାରାଜିଙ୍କ ଆଗରେ ଏହା କହିଛନ୍ତି। ଯେଉଁଥିରେ ରାକ୍ଷୀ ତାଙ୍କ ପ୍ରେମିକ ଆଦିଲ ଖାନଙ୍କ ସହ ଡାକ୍ତରଖାନାରୁ ବାହାରକୁ ଆସୁଥିବାର ନଜର ଆସିଛନ୍ତି। ସେଠାରେ ପାପାରାଜି ସେମାନଙ୍କୁ ଘେରି ରହିଥିଲେ ଏବଂ ଆଲିଆଙ୍କ ଗର୍ଭଧାରଣ ବିଷୟରେ ପ୍ରଶ୍ନ ପଚାରିଥିଲେ । ସେହି ସମୟରେ ରାକ୍ଷୀ କହିଥିଲେ, ମୁଁ କେବେ ମା ହେବି?
‘ମୁଁ ବି ମା ହେବାକୁ ଚାହୁଁଛି। ବିବାହ ପୂର୍ବରୁ ମଧ୍ୟ ଭଲ ଖବର ଆସିବ ଯଦି ଚିନ୍ତା କର ନାହିଁ । ଯେତେବେଳେ ବି ମୁଁ ଭଲ ଖବର ଦେବି, ତାର ପରଦିନ ବିବାହ କରି ନେବି। ଆଜିକାଲି ଏହା ହିଁ ଚାଲିଛି, ହେଲେ ଏହା କରିବା ଅପରାଧ ନା ମୁଁ ଏହା କରିବି । ଭଗବାନ ମୋତେ କେବେ କ୍ଷମା କରିବେ ନାହିଁ । ମୁଁ କେବଳ ଜାଣେ ଯେ ମୋ ଗର୍ଭରୁ ଯିଏ ଜନ୍ମ ହେବ ସେ ଗୋଟିଏ ମହାନ ତଥା ପ୍ରଭାବଶାଳୀ ହେବ । ଯାହା ଫଳରେ ସେ ଦେଶକୁ ବଞ୍ଚାଇବ । କାରଣ ତୁମେମାନେ ଜାଣିଛ ମୁଁ ଜଣେ ଭଲ ଝିଅ। କହିବାକୁ ଗଲେ ରାକ୍ଷୀ ସାୱନ୍ତ ତାଙ୍କ ପ୍ରେମିକା ଆଦିଲ ଖାନ ଦୁରାନୀଙ୍କ ରହୁଥିବା ନେଇ ଏକ ବାର୍ତ୍ତାଳାପରେ ନିଶ୍ଚିତ କରିଥିଲେ। ସେ କହିଥିଲେ ଯେ ହଁ, ଆଦିଲ ଏବଂ ମୁଁ ଏକାଠି ରହୁଛି ।

