ଗଜପତି ୨୯।୬: ପୋଲିସ ହୋମଗାର୍ଡଙ୍କ ବର୍ବରତା ପ୍ରତିବାଦରେ ମଙ୍ଗଳବାର ବିଳମ୍ବିତ ରାତିରେ ଥାନା ଘେରାଉ। ପାରଳାଖେମୁଣ୍ଡି ଆଦର୍ଶ ଥାନା ଘେରାଉ କକରିଥିଲେ ପାର୍ସମ୍ବା ଗ୍ରାମର ଗ୍ରାମବାସୀ । ହୋମଗାର୍ଡ ଲକ୍ଷ୍ମଣ ଶବରଙ୍କ ସମେତ ୧୦ଜଣ ଦୁର୍ବୃତ୍ତ ଆସି, ପାର୍ସମ୍ବା ଗ୍ରାମରେ କାମ କରୁଥିବା ଜଣେ ଜେସିବି ଡ୍ରାଇଭରକୁ ମଙ୍ଗଳବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଅତି ଅମାନୁଷିକ ଭାବେ ଠେଙ୍ଗା, କାତି, କୁରାଢି ଧରି ଗୋଡାଇ ଗୋଡାଇ ଆକ୍ରମଣ କରୁଥିବା ଦେଖି ଉପସ୍ଥିତ କିଛି ଗ୍ରାମବାସୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଜେସିବି ଡ୍ରାଇଭର ସ୍ବାଗତ ପାଲକା ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ ସୁଦ୍ଧା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । ଆକ୍ରମଣ କରୁଥିବା ଦୁର୍ବୃତ୍ତଙ୍କ ମଧ୍ୟରେ ଲାଛନା ଶବର ନାମକ ଜଣେ ପୋଲିସ ହୋମଗାର୍ଡ ସାମିଲ ରହିଥିବା ବେଳେ କ୍ଷମତାର ଅପବ୍ୟବହାର କରି ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରିଆସୁଥିଲେ । ଏମିତି କି ସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଶତାଧିକ ଗ୍ରାମବାସୀ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ପହଞ୍ଚି ପ୍ରତିବାଦ କରିବା ସହ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଥିଲେ ।
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Thursday, March 28