ଅପରାଧ ରାଜ୍ୟ

ମାସେ ନ ପୂରୁଣୁ ଆଉ ଏକ ଘଟଣା : ଚୋରି ଅଭିଯୋଗରେ ଯୁବକଙ୍କୁ ବାନ୍ଧି ଟ୍ରକରେ ନେଉଥିଲେ, ପାଟି ଶୁଣି ଅଧାରାସ୍ତାରେ ଧରିଲେ ଗାଁଲୋକେ

ପାରାଦୀପ ୨୦/୦୬ : ମାସେ ନପୂରୁଣୁ ଆଉ ଏକ ଘଟଣା । ଚୋରି ଅଭିଯୋଗରେ ଜଣେ ଯୁବକକୁ ପାରାଦୀପରୁ ହାତ, ଗୋଡ଼ ବାନ୍ଧି ମାଡମାରି ଟ୍ରକ ଡାଲାରେ ଅପହରଣ କରି ନେଉଥିଲେ । ତେବେ ମାର୍ଶାଘାଇ ହଜାରୀ ଛକ ନିକଟରୁ ଯୁବକକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ମାର୍ଶାଘାଇ ପୋଲିସ ଜିମା ଦେଇଛନ୍ତି । ଖବର ପାଇ ପାରାଦୀପ ଲକ ଥାନା ପୋଲିସ ଯୁବକ ମିଥୁନ ମଲ୍ଲିକ ଉଦ୍ଧାର କରିଛି । ଏହାସହ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖି ଗାଡିକୁ ଜବତ କରି ଥାନାକୁ ଆଣିଛି । ତେବେ ଚିନ୍ତାରବିଷୟ ହେଲା, ପ୍ରାୟ ମାସେ ତଳେ ଏହିଭଳି ଏକ ଘଟଣାରେ ସ୍ଥାନୀୟ ନୀଳାଞ୍ଚଳ ବଜାର ନିକଟରେ ସମାନ ଅଭିଯୋଗରେ ଜଣେ ଯୁବକଙ୍କୁ ହାତଗୋଡ଼ ବାନ୍ଧି ଟ୍ରକ ଆଗରେ ଝୁଲାଯାଇଥିଲା । ଆଉ ଏବେ ଘଟିଛି ସମାନ ଏକ ଘଟଣା । ପୁରୁଣା ଘଟଣାଟିର ଭିଡିଓ ଭାଇରାଲ ପରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ ।

ସେହି ଘଟଣା ମନରୁ ଯାଇନି, ପୁଣି ଟ୍ରକ ଚାଳକଙ୍କ ଅମାନୁଷିକ କାଣ୍ଡ । ମୋବାଇଲ ଚୋରି ଅଭିଯୋଗରେ ହାତ ଗୋଡ଼ ବାନ୍ଧି ଏକ ବାରଚକିଆ ଟ୍ରକ ଡାଲାରେ ଯୁବକଙ୍କୁ ନେଇଯାଉଥିଲେ । ବାଟରେ ଗାଡି ରଖି ଡ୍ରାଇଭର ଚା’ ପିଉଥିବା ବେଳେ ଡାଲା ଭିତରୁ ଯୁବକଙ୍କ ଚିତ୍କାର ଶୁଣି ଜମା ହୋଇଥିଲେ ଲୋକେ । ଖବର ପାଇ ପହଞ୍ଚିଥିବା ମାର୍ଶାଘାଇ ପୁଲିସ ହାତ ବନ୍ଧା ଅବସ୍ଥାରେ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ଯୁବକ ଜଣଙ୍କ ହେଉଛନ୍ତି, ପାରାଦୀପ ଉଦୟବଟ ଅଞ୍ଚଳର କାହ୍ନୁ ମଳିକଙ୍କ ପୁଅ ମିଥୁନ ମଲିକ । ପାରାଦୀପ ଜିରୋ ପଏଣ୍ଟ ଅଞ୍ଚଳରୁ ତାଙ୍କୁ ଅପହରଣକରି ନେଉଥିଲେ ଡ୍ରାଇଭର । ଟ୍ରକଟି ହଜାରି ଛକ ନିକଟରେ ରହି ଡ୍ରାଇଭର ଚା ’ ପିଉଥିବା ବେଳେ ମିଥୁନ ଚିତ୍କାର କରିଥିଲେ ।

ପରେ ଲକ୍‌ ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହିତ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି । ପୋଲିସ ଉଭୟଙ୍କ ବୟାନକୁ ରେକର୍ଡ ମଧ୍ୟ କରାଯାଇଛି । ତେବେ ସାଧାରାଣ ଏକ ଚୋରି ଘଟଣା ପାଇଁ ଆଇନ୍‌କୁ ହାତକୁ ନେଇ ନିର୍ଯାତନା ଦେବା ଘଟଣା ଆଲୋଡନା ସୃଷ୍ଟି କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।