ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଳି ପର୍ବତ ବକ୍ସାଇଟ ଖଣିକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ପରିବେଶ ମଞ୍ଜୁରୀ ପାଇଁ ପୁଣି ହେବ ଜନଶୁଣାଣି

କଟକ : ମାଳି ପର୍ବତ ବକ୍ସାଇଟ ଖଣି ପ୍ରକଳ୍ପ ସଂପର୍କିତ ପରିବେଶ ମଞ୍ଜୁରୀ ପାଇଁ ସାନି ଜନଶୁଣାଣି ଅନୁଷ୍ଠିତ ହେବ। ଗୁରୁବାର ଏ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅନୁଷ୍ଠିତ ଜନଶୁଣାଣିକୁ ବିରୋଧ କରି ଦାୟର ମାମଲାର ଶୁଣାଣି ସମୟରେ ମାମଲାର ସମସ୍ତ ପକ୍ଷ ପୁନର୍ବାର ଜନଶୁଣାଣି ଆୟୋଜନ ପାଇଁ ସହମତି ପ୍ରକାଶ କରିଥିଲେ। ସବୁ ପକ୍ଷ ରାଜି ହେବା ପରେ ହାଇକୋର୍ଟ ଆଜି ଏ ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସମଗ୍ର ଜନ ଶୁଣାଣିରେ କୋରାପୁଟ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ ଓ ଏହି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। କୋରାପୁଟ ଜିଲ୍ଲା ଜଜ୍ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଜନଶୁଣାଣି ସମୟରେ ନିରପେକ୍ଷ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ। ଏହି ବକ୍ସାଇଟ ଖଣି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ସଂପର୍କିତ ଜନଶୁଣାଣି ଲାଗି ସାନି ନୋଟିସ୍ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଡିସେମ୍ବର ୭ ସୁଦ୍ଧା ଜାରି କରିବ। ନୋଟିସରେ ଆପତ୍ତି ଦାଖଲ ପାଇଁ ୩୦ ଦିନ ସମୟ ପ୍ରଦାନ କରାଯିବ। ଏହି ନୋଟିସ୍ ସଂକ୍ରାନ୍ତରେ ଉଭୟ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯିବ। ଏହି ସର୍ବସାଧାରଣ ନୋଟିସ୍‌ରେ ଆପତ୍ତି ଗ୍ରହଣ କରିବାର ଶେଷ ତାରିଖ ସଂକ୍ରାନ୍ତରେ ସୂଚନା ଦିଆଯିବ। ଜନ ଶୁଣାଣିର ତାରିଖ, ସମୟ ଓ ସ୍ଥାନ ସଂକ୍ରାନ୍ତରେ ନୋଟିସରେ ସ୍ପଷ୍ଟ କରାଯିବ। ସଂପୃକ୍ତ ଅଞ୍ଚଳରେ ଶୀତଋତୁ ହୋଇଥିବାରୁ ଦିନ ୧୧ ପୂର୍ବରୁ ଜନ ଶୁଣାଣି ଆରମ୍ଭ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ଯେଉଁମାନେ ଜନଶୁଣାଣିରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ, ସେମାନେ ଯେପରି ସହଜରେ ଓ ସୁରକ୍ଷିତ ଭାବେ ଜନ ଶୁଣାଣିରେ ପହଞ୍ଚିପାରିବେ ତାହା ସୁନିଶ୍ଚିତ କରିବା ରାଜ୍ୟ କର୍ତ୍ତୃପକ୍ଷ ବିଶେଷ ଭାବେ ଜିଲ୍ଲା ପ୍ରଶାସନର ଦାୟିତ୍ବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏ ସମସ୍ତ ପ୍ରକ୍ରିୟା ୨୦୨୩, ଜାନୁଆରି ୧୫ ସୁଦ୍ଧା ଶେଷ ହେବ। ଜନଶୁଣାଣି ସଂପର୍କିତ ରିପୋର୍ଟ ସହିତ ଭିଡିଓଗ୍ରାଫ ଓ ବୈଠକର ବିବରଣୀ ସତ୍ୟପାଠ ମାଧ୍ୟମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରବର୍ତ୍ତୀ ଶୁଣାଣି ପୂର୍ବରୁ ହାଇକୋର୍ଟରେ ଦାଖଲ କରିବ। ଏହି ସତ୍ୟପାଠର କପି ଆଗୁଆ ସମସ୍ତ ପକ୍ଷଙ୍କୁ ମଧ୍ୟ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ଜାନୁଆରି ୩୦ ତାରିଖ ଦିନ ୨ଟା ସମୟରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିରଂଜନ ଖିଲ୍ଲୋ ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେରାପୁଟ ଜିଲ୍ଲାପାଳ ଏଡିଏମ, ଏସପି, କେନ୍ଦ୍ର ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।