ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ଭାରତକୁ ଗଣତନ୍ତ୍ର ପ୍ରସଙ୍ଗରେ କଣ କରିବା ଉଚିତ୍ ଏବଂ କଣ ନକରିବା ଉଚିତ୍, ଏହା ଉପରେ କାହାରିଠୁ ଜ୍ଞାନ ନେବାର ଆବଶ୍ୟକତା ନାହିଁ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଞ୍ଚରେ ଏମିତି କଡା ଟିପ୍ପଣୀ କରିଛନ୍ତି ମିଳିତ ଜାତିସଂଘର ଭାରତୀୟ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ। ଭାରତକୁ ଡିସେମ୍ବର ମାସ ପାଇଁ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ଵ ଦିଆଯାଇଛି। ପ୍ରତି ମାସରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ପରିବର୍ତ୍ତନ ହୋଇଥାଏ। ୨୦୨୧ ଅଗଷ୍ଟ ପରେ ଦ୍ଵିତୀୟ ଥର ଭାରତକୁ ଅଧ୍ୟକ୍ଷରତା କରିବାର ସୁଯୋଗ ମିଳିଛି। ଭାରତକୁ ସଂପ୍ରତି ଦୁଇ ବର୍ଷ ପାଇଁ ପରିଷଦ ଅସ୍ଥାୟୀ ସଦସ୍ୟ ଭାବେ ଚୟନ କରାଯାଇଥିଲା, ଯାହାର ଅବଧି ଚଳିତ ମାସ ଶେଷ ଆଡକୁ ସରିବାକୁ ଯାଉଛି।
ଭାରତର ଅଧ୍ୟକ୍ଷତାର ପ୍ରଥମ ଦିନରେ ରୁଚିରା କମ୍ବୋଜ କହିଛନ୍ତି, ପରିଷଦର ସଦସ୍ୟ ଭାବେ ଗତ ଦୁଇ ବର୍ଷରେ ଆମେ ସମସ୍ତ ଦାୟିତ୍ଵ ସଠିକ୍ ଢଙ୍ଗରେ ସମ୍ପାଦନ କରିଛୁ। ସୁରକ୍ଷା ପରିଷଦରେ ସମସ୍ତ ସ୍ଵର ମଧ୍ୟରେ ଏକ ସେତୁ ହେବାର କାମ କରିଛୁ। ଅଲଗା ଅଲଗା ପ୍ରସଙ୍ଗରେ ଏକ ସ୍ଵରରେ ଆଲୋଚନା କରାଯିବାକୁ ମଧ୍ୟ ଉଦ୍ୟମ କରାଯାଇଛି। ଭାରତ ମଧ୍ୟ ନିଜର ଅଧ୍ୟକ୍ଷତାରେ ଏହି ପ୍ରୟାସ ଜାରି ରଖିବ। ଭାରତରେ ଗଣତନ୍ତ୍ର ଏବଂ ଗଣମାଧ୍ୟମର ଏକ ପ୍ରଶ୍ନ ଉପରେ ରୁଚିରା କହିଛନ୍ତି, ଆମକୁ କାହାରିକୁ ଜଣାଇବାର ଆବଶ୍ୟକତା ନାହିଁ ଯେ, ଗଣତନ୍ତ୍ରରେ ଆମକୁ କଣ କରିବା ଉଚିତ୍। ଆପଣ ସମସ୍ତେ ଜାଣିଛନ୍ତି ଯେ, ଭାରତ ଦୁନିଆର ସବୁଠୁ ପ୍ରାଚୀନ ସଭ୍ୟତା।
ରୁଚିରା କହିଛନ୍ତି, ଭାରତରେ ଗଣତନ୍ତ୍ରର ମୂଳ ୨୫୦୦ ବର୍ଷ ପୁରୁଣା। ଆମେ ସର୍ବଦା ଏକ ଗଣତନ୍ତ୍ର ଭାବେ ରହି ଆସିଛୁ। ବର୍ତ୍ତମାନ ସମୟରେ ବି ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ଏକ ସଙ୍ଗେ କାମ କରୁଛନ୍ତି। ଏହା ବ୍ୟତୀତ ସାମାଜିକ ଗଣମାଧ୍ୟମରେ ବି ନିଜର ସ୍ଵର ରହିଛି। ସେ ମିଳିତ ଜାତିସଂଘରେ ଭାରତର ପକ୍ଷ ମଜବୁତର ସହ ରଖି କହିଛନ୍ତି, ଆମେ ପ୍ରତି ପାଞ୍ଚ ବର୍ଷରେ ଦୁନିଆର ସବୁଠୁ ବଡ ଗଣତନ୍ତ୍ରରେ ନିର୍ବାଚନ କରାଇଥାଉ। ଏଥିରୁ ଆପଣମାନେ ଜାଣି ପାରୁଥିବେ ଯେ ଭାରତରେ ଗଣତନ୍ତ୍ର କିପରି ରହିଛି। ଏହି ସମୟରେ ସେ ବିଶ୍ଵ ସମୁଦାୟକୁ ଆଇନା ମଧ୍ୟ ଦେଖାଇଛନ୍ତି। ରୁଚିରା କହିଛନ୍ତି, ଆମେ ସୁରକ୍ଷା ପରିଷଦରେ ଦଶନ୍ଧି ଦଶନ୍ଧି ଧରି ହୋଇନଥିବା ପରିବର୍ତ୍ତନର କଥା କହୁଛୁ। ସମୟ ଅନୁସାରେ ଏଥିରେ ବି ପରିବର୍ତ୍ତନ କରାଯିବା ଦରକାର।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l