ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ ୨୦୨୧, ଛାତ୍ରଛାତ୍ରୀ ଦେବେ ୮୦ ମାର୍କର ପରୀକ୍ଷା

ଭୁବନେଶ୍ୱର ୦୩।୦୧ : ଆସନ୍ତା ମେ’ ୩ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା ହେବ। ତେବେ ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ଘୋଷଣା ମୁତାବିକ, ପ୍ରତି ବିଷୟରେ ୮୦ ନମ୍ବର ହେବ ମାଟ୍ରିକ ପରୀକ୍ଷା । ୫୦ ନମ୍ବର ଅବଜେକ୍ଟିଭ୍ । ଏବଂ ୩୦ ନମ୍ବର ସବ୍ ଜେକ୍ଟିଭ୍ । କିନ୍ତୁ ରେଜଲ୍ଟ ବେଳେ ୧୦୦ ନମ୍ବରରୁ ମୂଲ୍ୟାୟନ କରାଯିବ । ଅର୍ଥାତ୍ ପରୀକ୍ଷାର୍ଥୀ ୮୦ ନମ୍ବରରୁ ଯେତିକି ନମ୍ବର ପାଇଥିବେ ସେହି ଅନୁଯାୟୀ ଅବଶିଷ୍ଟ ୨୦ରୁ ହିସାବ କରାଯିବ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ ସେହ ବିଷୟରେ ବୋର୍ଡ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା ।

ଆସନ୍ତା ୪ ତାରିଖ ସୋମବାର ଦିନ ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାର ଫର୍ମପୂରଣ ବିଷୟରେ ବୋର୍ଡ ପକ୍ଷରୁ ଘୋଷଣା କରାଯିବ। ଫର୍ମପୂରଣ ପରେ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ ବୋଲି ଏବେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏଥିରୁ ୫୦ ନମ୍ବର ଅବ୍ ଜେକ୍ଟିଭ, ଯାହାର ଉତ୍ତର ଓଏମ୍ ଆର୍ ମାଧ୍ୟମରେ ଦିଆଯିବ । ଅବଶିଷ୍ଟ ୩୦ ନମ୍ବର ସବ୍ ଜେକ୍ଟିଭ୍ , ଯାହାର ଉତ୍ତର ଲିଖିତ ଆକାରରେ ରହିବ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି