ରାଜ୍ୟ

ମାଗଣା ଯୋଜନାର ଅକୁହା କଷ୍ଟ: ସାଇକେଲ୍‌ ବଜାର ଦର ୫୮୦୦, ମିଳୁଛି ୨୬୦୦

ବ୍ରହ୍ମପୁର : ରାଜ୍ୟ ସରକାର ନବମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସାଇକେଲ ବାବଦରେ ମାତ୍ର ୨୬ଶହ ଟଙ୍କା ଦେଉଛନ୍ତି। କିନ୍ତୁ ବଜାରରେ ଅତି କମ୍‌ରେ ଗୋଟିଏ ନୂଆ ସାଇକେଲ୍‌ର ଦାମ୍‌ ୫ ହଜାର ୮ ଶହ ଟଙ୍କା ତଳକୁ ମିଳୁନାହିଁ। ସେପଟେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ନୂଆ ସାଇକେଲ୍‌ କିଣି ବିଦ୍ୟାଳୟରେ ବିଲ୍‌ ଦାଖଲ କରିବାକୁ ବାଧ୍ୟ କରୁଥିବା କାରଣରୁ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନା ଅଭିଭାବକଙ୍କ ଉପରେ ଏବେ ବୋଝ ହୋଇଯାଇଛି। ଗରିବ ଶ୍ରେଣୀର ପରିବାର ପାଇଁ ନୂଆ ସାଇକେଲ ଖଣ୍ଡିଏ କିଣିବା ଅସମ୍ଭବ ହୋଇ ପଡ଼ିଛି। ଏଣୁ ଏହି ଯୋଜନାରୁ ପିଲାଏ ଯେତିକି ଉପକୃତ ହେଉଛନ୍ତି, ଅଭିଭାବକଙ୍କ ଉପରେ ତା ଠାରୁ ଅଧିକ ଆର୍ଥିକ ଚାପ ପଡ଼ୁଛି।

ଅନ୍ୟପଟେ ଏହି ଯୋଜନାର ସହାୟତା ରାଶି ୩୫ ଶହକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଚିଠି ଆସି ନଥିବା ଜିଲ୍ଲା ଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ।

ଉଲ୍ଲେଖଥାଉକି, ୧୦ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଯୋଜନାର ସହାୟତା ରାଶି ୨୬ଶହ ଟଙ୍କା ଥିଲା। ସେଥିରେ ଏଯାଏ ପରିବର୍ତ୍ତନ ହୋଇନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।