ଧର୍ମ

ମହାଭାରତ ଯୁଦ୍ଧ ଶେଷ ରାତ୍ରିରେ ଘଟିଥିଲା ଏହି ଅଘଟଣ, ଦୋହଲି ଯାଇଥିଲେ ସବୁ ପାଣ୍ଡବ

ଜୀବନରେ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଆଯିବା କଥା ନୁହେଁ। ସବୁଆଡୁ ସୁନିଶ୍ଚିତ ହୋଇ ସାରିବା ପରେ ହିଁ ନିଷ୍ପତ୍ତି ଉପରେ ପଦକ୍ଷେପ ନିଆଯିବା ଦରକାର। ତରବରିଆ ଭାବେ କାମ ହୋଇଗଲା ଭାବିଲେ ସଫଳ ଶେଷ ମୂହୁର୍ତ୍ତରେ ବିଫଳତାରେ ବି ପରିଣତ ହୋଇପାରେ। ଯାହା ଅତୀତରେ ମହାଭାରତ ଯୁଦ୍ଧରୁ ଶିକ୍ଷା ମିଳିଛି। ତେବେ ଆସନ୍ତୁ ଜାଣିବା ମହାଭାରତ ଶେଷ ହେବାର କିଛି ପ୍ରହର ପୂର୍ବରୁ ଘଟିଥିଲା କଣ? ଯେଉଁଥିଲେ ଦୋହଲି ଯାଇଥିଲେ ସମସ୍ତ ପାଣ୍ଡବ।

ଯୁଦ୍ଧ ଅଷ୍ଟାଦଶ ଦିବସରେ ପହଞ୍ଚିସାରିଥିଲା। କୌରବ ମୁଖ୍ୟ ଦୁର୍ଯ୍ୟୋଧନ ଜାନୁଭଗ୍ନ ହୋଇସାରିଥିଲା। ଫଳରେ ଭୀମ ପୂର୍ବରୁ କରିଥିବା ସମସ୍ତ ପ୍ରତିଜ୍ଞା ପୂରଣ ହୋଇସାରିଥିବା ବେଳେ କୌରବ ସେନା ଛିନ୍ନଭିନ୍ନ ହୋଇସାରିଥିଲେ। ଶତ୍ରୁଙ୍କ ସମସ୍ତ ଶିବିର ପାଣ୍ଡବଙ୍କୁ ହାତରେ ଥିଲା। ତେବେ ସବୁ ପାଣ୍ଡବ ଅପେକ୍ଷା କରିରହିଥିଲେ କୃଷ୍ଣଙ୍କୁ। ହେଲେ କୃଷ୍ଣ ଥିଲେ ସମ୍ପୂର୍ଣ୍ଣ ନିରବ। ରାତ୍ରି ଭୋଜର ସମୟ ଉପଗତ ହୁଅନ୍ତେ ପ୍ରାର୍ଥ ପାଚାରିଲେ ‘ହେ ମଧୁସୂଦନ ଦୁର୍ଯ୍ୟୋଧନର ଅନ୍ତ ସହ ମହାଭାରତ ଶେଷ ହୋଇଛି। ହେଲେ ଏପର୍ଯ୍ୟନ୍ତ ଆପଣ ବଡଭାଇଙ୍କୁ ବିଜୟ ଅଭିନନ୍ଦନତ ଜଣାଇ ନାହାନ୍ତି’? ମାଧବ କହିଲେ ଅଷ୍ଟାଦଶ ଦିବସ ଶେଷ ହେବାକୁ ଆଉ ମାତ୍ର କିଛି ପ୍ରହର ବାକି ଅଛି। ଏଣୁ ଯୁଦ୍ଧ ସରିଲା ବୋଲି ନିଶ୍ଚିତ ଭାବେ କିଛି କହି ହେବନି। ଏପର୍ଯ୍ୟନ୍ତ ମହାରାଜ ଧ୍ରୁତରାଷ୍ଟ୍ର ସିଂହାସନ ରିକ୍ତ କରିନାହାନ୍ତି।

ଅର୍ଜୁନ ପଚାରିଲେ ତେବେ ଆମକୁ କଣ ଏହି ରାତ୍ରିରେ ହସ୍ତିନା ଯିବାକୁ ହେବ ? କୃଷ୍ଣ କହିଲେ ନା ଏବେ ଆମକୁ ଶିବିରକୁ ଫେରିବାକୁ ପଡିବ।

ତେବେ ଏତିକିବେଳେ ସାତ୍ୟକୀ କହିଲେ ପାଣ୍ଟବମାନଙ୍କ ଲାଗି ଏହି କ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରୁ କୌଣସି ନିଷ୍ପତ୍ତି ନନେଇ ଫେରିଗଲେ ସେମାନଙ୍କ ହାତମୁଠାକୁ ଆସିଥିବା ବିଜୟ ପରାଜୟରେ ବି ପରିଣତ ହୋଇପାରେ। ସାତ୍ୟକୀଙ୍କ କଥା ବି ଶାସ୍ତ୍ର ସମ୍ମତ ଥିଲା। ହେଲେ ଏବେ କରାଯିବ କଣ ସେ ନେଇ ସମସ୍ତେ ଚିନ୍ତିତ ହୋଇପଡିଲେ। ଯୁଦ୍ଧ ସରିଗଲା ବୋଲି ଭାବୁଥିବା ପାଣ୍ଡବଙ୍କ ମୁଣ୍ଡରେ ଅଚାନକ ଚଡକ ପଡିଲା। ଏତିକି ବେଳେ ଗୁରୁପୁତ୍ର ଅଶ୍ୱଥାମା ପାଣ୍ଡବ ଭାବି ଶିବିରରେ ଶୟନ କରିଥିବା ସେମାନଙ୍କ ପାଞ୍ଚପୁତ୍ରଙ୍କୁ ବଧ କରିଦେଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ