ହିନ୍ଦୁଧର୍ମରେ ଅଶ୍ୱତଥ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ବୃକ୍ଷ କୁହାଯାଏ। ଏଣୁ ଏହି ବୃକ୍ଷର ପୂଜାର୍ଚ୍ଚନା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି। ଭାରତୀୟ ଧର୍ମ ଶାସ୍ତ୍ରରେ ଏହି ବୃକ୍ଷରେ ସବୁ ଦେବାଦେବୀଙ୍କ ନିବାସ ବୋଲି ବର୍ଣ୍ଣନା ରହିଛି। ଏଣୁ ଅଶ୍ୱତଥ ଗଛ ପାଖ ଆଖରେ ଘର କରି ରହିବାରେ କୌଣସି ଅସୁବିଧା ନଥାଏ। ତେବେ ଏହି ବୃକ୍ଷକୁ କଷ୍ଟ ଦେଲେ ଅଥବା ଡାଳ କାଟିଲେ ବ୍ୟକ୍ତିଙ୍କ ପିତୃପୁରୁଷଙ୍କୁ କଷ୍ଟ ହୋଇଥାଏ ବୋଲି ଲୋକଙ୍କ ଧାରଣା ରହିଛି।
ହିନ୍ଦୁ ମାନ୍ୟତା ଅନୁସାରେ ଓସ୍ତ ଗଛକୁ ପୂଜା କଲେ ସମସ୍ତ ମନୋକାମନା ପୁରଣ ହୋଇଥାଏ। ଏଣୁ ଏହି ବୃକ୍ଷକୁ ପୂଜା ବି କରାଯାଏ। ତେବେ ବୈଜ୍ଞାକନିକ ମାନ୍ୟତା ଅନୁସାରେ ଅନ୍ୟ କୌଣସି ବୃକ୍ଷ ଅପେକ୍ଷା ଜୀବଜଗତ ଲାଗି କେବଳ ଓସ୍ତ ଗଛ ହିଁ ବିପୁଳ ପରିମାଣକ ଉଦଯାନ ଯୋଗାଇଥାଏ। ଏଣୁ ଏହି ବୃକ୍ଷର ସୁରକ୍ଷା ଲାଗି ପ୍ରାଚୀନ ମୁନିଋଷିମାନେ ଏଭଳି କଟକଣା ହୁଏତ କରିଥାଇପାରନ୍ତି। ଅଥର୍ବ ବେଦରେ ଓସ୍ତଗଛର ମୂଳକୁ ଦେବତାଙ୍କ ସ୍ୱର୍ଗ ବୋଲି ବର୍ଣ୍ଣନା କରାଯାଇଛି। ଏଣୁ ବୃକ୍ଷମୂଳରେ ବିଷ୍ଣୁ, ଗଣ୍ଡିରେ କେଶବ, ଡାଳରେ ନାରାୟଣ, ପତ୍ରରେ ଶ୍ରୀ ହରି ଓ ଫଳ ସବୁଦେବତାଙ୍କ ବାସ ବୋଲି ବି ବର୍ଣ୍ଣନା ରହିଛି।
ଏଣୁ ଅଶ୍ୱତଥ ବୃକ୍ଷ ମୂଳରେ ଶୌଚ, ଲଘୁଶଙ୍କା, ପାଟି କୁଳିକରି ପାଣି ପକାଇବା ଭଳି ଅଶୁଦ୍ଧ, ଘୃଣିତ ଓ ଅପବିତ୍ର କାର୍ଯ୍ୟ କରିବା ଉଚିତ ନୁହେଁ। ଏଣୁ ଆଗକାଳରେ ଏହି ବୃକ୍ଷମୂଳରେ ଲୋକେ ମଣ୍ଡପ କରୁଥିଲେ। ଯାହା ଦ୍ୱାରା ବୃକ୍ଷ ମୂଳର ପବିତ୍ରତା ରକ୍ଷା ହେବା
ସହ ସ୍ୱଚ୍ଛତା ରକ୍ଷା ହେଉଥିଲା। ତେବେ ଶାସ୍ତ୍ରୀୟ ମାନ୍ୟତା ଅନୁସାରେ କୁହାଯାଏ ଅଶ୍ୱତଥ ବୃକ୍ଷଙ୍କୁ ଜଳ ଲାଗି କଲେ ଜାତକର ସମସ୍ତ ଦୋଷ ଦୂର ହୁଏ। ଅଶ୍ୱତଥ ବୃକ୍ଷମୂଳରେ ମୁଣ୍ଡନ ଓ ଅନ୍ୟ ସଂସ୍କାର କାର୍ଯ୍ୟ ଆୟୋଜନକୁ ଶୁଭ ମନେ କରାଯାଏ। ଶନିଙ୍କ ଦୁଷ୍ପ୍ରଭାବରୁ ମୁକ୍ତ ହେବା ଲାଗି ପ୍ରତି ଶନିବାର ଜଳ ଲାଗି କରି ୭ ବାର ପରିକ୍ରମା କଲେ ଗ୍ରହ କଷ୍ଟ ଦୂର ହୁଏ। ସନ୍ଧ୍ୟାରେ ଓସ୍ତଗଛ ମୂଳରେ ଦୀପ ପ୍ରଜ୍ୱଳନ କଲେ ଅଖଣ୍ଡପୂଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି।
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Thursday, March 28