ରାଜ୍ୟ ସ୍ପେଶାଲ ରିପୋର୍ଟ

ମଧୁବାବୁଙ୍କ ବୈଠକଖାନାରେ ରାଷ୍ଟ୍ରପତି

କଟକ: ଶୈଳବାଳା ମହିଳା ସ୍ବୟଂଶାସିତ କଲେଜକୁ ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କଲେଜ ପକ୍ଷରୁ ଅଧ୍ୟକ୍ଷ‌ା ଡକ୍ଟର ଗାୟତ୍ରୀ ବିଶ୍ବାଳ ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ମଧୁ ବାବୁଙ୍କ ବୈଠକଖାନା (କଲେଜର ୯ ନମ୍ବର ରୁମ)କୁ ରାଷ୍ଟ୍ରପତି ଯାଇଥିଲେ। ସେଠାରେ କଲେଜ ଅଧ୍ୟକ୍ଷା, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ କଲେଜ ସଂପର୍କରେ ଆଲୋଚନା କରିଥିଲେ।

କଲେଜ ପକ୍ଷରୁ ରାଷ୍ଟ୍ରପତିଙ୍କୁ ମଧୁସୂଦନଙ୍କ ଏକ ତୈଳଚିତ୍ର ସହ କଲେଜ ପକ୍ଷରୁ ପ୍ରକାଶିତ ‘ମଧୁ ବାବୁ, ମହାତ୍ମା ଗାନ୍ଧୀ ଓ ଓଡ଼ିଶା’ ପୁସ୍ତକ, ‘କୁଳବୃଦ୍ଧ ମଧୁସୂଦନ’ ବହି ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କଲେଜ ଛାତ୍ରୀଙ୍କ ସହିତ ପାଠପଢା ସଂପର୍କରେ ଆଲୋଚନା କରିବା ସହ ଭଲ ପାଠପଢି ଜାତିର ନାଁ ରଖିବାକୁ ପରାମର୍ଶ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।