ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ମଞ୍ଚରେ ଜଗନ୍ନାଥ ଭଜନ ଗାଇଲେ ବିବାଦ ଘେରରେ ଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରି ବିବାଦ ଘେରରେ ଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅବଶେଷରେ ଏକ ଜଗନ୍ନାଥ ଭଜନ ଗାଇଛନ୍ତି। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଜିଗନିପୁରଠାରେ ଆୟୋଜିତ ମହାଙ୍ଗା ମହୋତ୍ସବରେ ସେ ମଞ୍ଚରେ ଜଗନ୍ନାଥଙ୍କ ଭଜନ ଗାଇଛନ୍ତି। ଏହି ଗୀତର ମୁଖୁଡ଼ା ହେଲା ଦଣ୍ଡବତ ହେଲି ମୁଁ କାଳିଆ ପାଖରେ…। ଏହି ଗୀତର ସ୍ବର ସଂଯୋଜନା କରିଛନ୍ତି ବି ନିଜେ ହ୍ୟୁମାନ ସାଗର।
ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ଶ୍ରୀଶ୍ରୀବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ଆୟୋଜିତ ମାହାଙ୍ଗା ମହୋତ୍ସବର ଆଜି ଚତୁର୍ଥ ସଂଧ୍ୟାରେ ଖଚାଖଚ୍ ଭିଡ଼ ହୋଇଥିଲା। ଅନୁକୂଳ ପାଗ ଯୋଗୁଁ ବହୁ ସଂଖ୍ୟାରେ ଦର୍ଶକ ଓ ଶ୍ରଦ୍ଧାଳୁ ଶ୍ରୀବଳଦେବଜିଉଙ୍କ ଦର୍ଶନ କରିବା ସହ ବିଭିନ୍ନ ଷ୍ଟଲ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ବିଶେଷ କରି ଆଜି ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର୍ଙ୍କ ଚିତ୍ତାକର୍ଷକ ସଂଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହି ଅବସରରେ ହ୍ୟୁମାନ୍ ସାଗର ଜଗନ୍ନାଥଙ୍କ ଭଜନ ଗାଇ ଦର୍ଶକଙ୍କ ମନ ମୋହି ନେଇଥିଲେ। ଏଥିସହ ଆଜି ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାହାଙ୍ଗା ମହୋତ୍ସବ କମିଟି ପକ୍ଷରୁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଉମାକାନ୍ତ ବିଶ୍ବାଳ, ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ପ୍ରଭୁ ବଳଦେବଜିଉଙ୍କ ଫଟୋଚିତ୍ର ଦେଇ ସମ୍ବଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ସରପଞ୍ଚ ତିଳୋତ୍ତମ ରାଉତ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବକିଶୋର କାପଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା କଣ୍ଠଶିଳ୍ପୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା। ଜଗନ୍ନାଥଙ୍କ ଭଜନ ଗାଇବା ତାଙ୍କ ଧର୍ମରେ ନାହିଁ ବୋଲି ହ୍ୟୁମାନ କହିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ହ୍ୟୁମାନଙ୍କୁ ଗୀତ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି। ଏହା ସହିତ ଜାପାନୀ କଟକ ଆସିଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏନେଇ ଜାପାନୀ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ