ଦେଶ ବିଦେଶ ସ୍ୱାସ୍ଥ୍ୟ

ଭୟଙ୍କର ନୁହେଁ କରୋନାର ନୂଆ ଷ୍ଟ୍ରେନ୍, ପୁରୁଣା ତୁଳନାରେ ଅଧିକ ସଂକ୍ରାମକ : ବ୍ରିଟିଶ୍ ରିପୋର୍ଟ

ନୂଆଦିଲ୍ଲୀ ୨।୧: କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ୍ ଭାରତରେ ମଧ୍ୟ ଦେଖାଗଲାଣି । କିଛି ରାଜ୍ୟରେ କିଛି ଲୋକ ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍ ର ପବ୍ଲିକ୍ ହେଲ୍ଥ ସଂସ୍ଥାର ଗବେଷଣା ଅନୁସାରେ ଏହି ନୂଆ ଷ୍ଟ୍ରେନ୍ କୁ ନେଇ ଚିନ୍ତାକୁ କମ୍ କରିପାରେ । ଗବେଷଣାକୁ ଜଣାପଡିଛି ଯେ, ପୁରୁଣା ଷ୍ଟ୍ରେନ୍ ତୁଳନାରେ ନୂଆ ଷ୍ଟ୍ରେନ୍ ଅଧିକ କ୍ଷତିକାରକ ନୁହେଁ । ଏହାର ସଂକ୍ରମଣ ପୂର୍ବାପେକ୍ଷା ଅଧିକ ରହିଛି । ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଡରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ।

ଏକ ରିପୋର୍ଟ ଅନୁସାରେ ଏହି ଗବେଷଣାରେ ୩୬୦୦ ଲୋକ ସାମିଲ ହୋଇଥିଲେ । ରୋଗୀଙ୍କୁ ଦୁଇ ଭାବଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ବର୍ଗରେ ପୁରୁଣା ଷ୍ଟ୍ରେନ୍ ସଂକ୍ରମିତ ଏବଂ ଅନ୍ୟ ବର୍ଗରେ ନୂଆ ଷ୍ଟ୍ରେନ୍ ର ସଂକ୍ରମିତ ରହିଥିଲେ । ଏତେ ସଂଖ୍ୟକ ସଂକ୍ରମିତଙ୍କ ମଧ୍ୟରେ ୪୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ପୁରୁଣା ଷ୍ଟ୍ରେନ୍ ଦ୍ବାରା ୨୬ ଏବଂ ନୂଆ ଷ୍ଟ୍ରେନ୍ ଦ୍ବାରା ୧୬ ଜଣ ରହିଥିଲେ ।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ପୁରୁଣା ଷ୍ଟ୍ରେନ୍ ର ୧୨ ଜଣ ସଂକ୍ରମିତ ଥିଲେ । ଅନ୍ୟ ୧୦ ଜଣ ନୂଆ ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ଥିଲେ । ଏଥିରୁ ଜଣାପଡିଛି ଯେ, ଏହି ନୂଆ ଷ୍ଟ୍ରେନ୍ କମ୍ କ୍ଷତିକାରକ । ଏହି ଗବେଷଣାରୁ ଆଉ ଏକ ଜରୁରୀ କଥା ସାମ୍ନାକୁ ଆସିଛି । ନୂଆ ଷ୍ଟ୍ରେନ୍ କମ୍ କ୍ଷତିକାରକ ହୋଇଥିବା ବେଳେ ଏହା ଅଧିକ ସଂକ୍ରାମକ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ