ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୋକ ବିକଳରେ ଦାଦନ ସାଜିଲେ ୩ ଦମ୍ପତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କାଳିଆପାଣି : ରାସନ କାର୍ଡରେ ଚାଉଳ ମିଳିଲାନି। ୩ ମାସ ଧରି ଡିଲର ସେମାନଙ୍କ ରାସନ ଚାଉଳ ହଡ଼ପ କରିନେଲେ। ଏପଟେ ଘରପାଖରେ କାମ ବି ମିଳିଲାନି। ଯେଉଁଥିପାଇଁ, ସେମାନଙ୍କୁ ସବୁବେଳେ ଭୋକଉପାସରେ କାଳାତିପାତ କରିବାକୁ ପଡ଼ୁଥିଲା। ଶେଷରେ, ଭୋକ ବିକଳରେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ପଳାଇଛନ୍ତି ୩ ଯୋଡ଼ା ଦମ୍ପତି। ଘରେ ସେମାନଙ୍କ ୬ ଜଣ ଛୋଟଛୋଟ ପିଲାଙ୍କୁ ଛାଡ଼ିଦେଇ ଯାଇଛନ୍ତି। ସେମାନେ ହେଲେ, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ବିର୍ସାନଗର ବସ୍ତି ୧ ନଂ ୱ‌ାର୍ଡ ଘାଗିଆସାହିର ପଲସ୍ମିକା ଓ ଦଶରଥ ମାରାଣ୍ଡି, ମଧୁସ୍ମିତା ଓ ରଥିଆ ମହାନ୍ତ ଏବଂ ୨ ନମ୍ବର ୱାର୍ଡର ରଜନୀ ଓ ଗୋବିନ୍ଦ ତନ୍ତୀ।

ରଜନୀ ଓ ଗୋବିନ୍ଦ ତନ୍ତୀ ଘର ପାଖରେ ରହି ମୂଲମଜୁରି କରି ଚଳୁଥିଲେ। ଅଭାବ ଭିତରେ ଥିବାବେଳେ ହଠାତ୍‌ ଚାଉଳ ମିଳିଲାନି। ତା’ପରେ, ଯେଉଁ କାମ କରୁଥିଲେ ତାହା ବି ମଳିଲାନି। ଫଳରେ, ବାଧ୍ୟହୋଇ ଏହି ଦମ୍ପତି ୨ ସନ୍ତାନ ରାଇମନି(୭) ଓ ଲାଲମୋହନ(୯)ଙ୍କୁ ବୁଢ଼ୀମାଆ ପାଖରେ ଛାଡ଼ି ରାଜ୍ୟ ବାହାରକୁ ପଳାଇଛନ୍ତି। ସେମାନଙ୍କ ଭଳି ପଲସ୍ମିକା ଓ ଦଶରଥଙ୍କୁ ଘର ପାଖରେ କାମ ମିଳୁନଥିଲା। ରୋଗଣା ବଡ଼ଭାଇ ଲୋକନାଥଙ୍କ ପାଖରେ ପୁଅ ଦେବଦତ୍ତ(୬) ଓ ଝିଅ ପାୟଲ(୯)ଙ୍କୁ ଛାଡ଼ି ଏହି ଦମ୍ପତି ରାଜ୍ୟ ବାହାରକୁ ଚାଲିଯିବା ପାଇଁ ବାଧ୍ୟ ହୋଇଛନ୍ତି। ଉଭୟ ବେଙ୍ଗାଲୁରୁର ଏକ କୁକୁଡ଼ା ଫାର୍ମରେ କାମ କରୁଥିବା ଜଣାପଡ଼ିଛି। ସେହିପରି, ମଧୁସ୍ମିତା ଓ ରଥିଆ ବଡ଼ଝିଅକୁ ହାତୀବାରି ଛାତ୍ରାବାସ ଓ ସାନଝିଅ ଆୟନିକା(୧୦)କୁ ବିଧବା ବୃଦ୍ଧାମାଆ ଲକ୍ଷ୍ମୀ ପାଖରେ ଛାଡ଼ି ରୋଜଗାର ଉଦ୍ଦେଶ୍ୟରେ ଘର ଛାଡ଼ିଛନ୍ତି। ତେବେ, ମାଲିକ ସେମାନଙ୍କୁ ବନ୍ଦୀ କରି ରଖିଛି, ମୁହଁ ଖୋଲିଲେ ନିର୍ଯାତନା ଦେଉଥିବା ନେଇ ଗତ ସପ୍ତାହରେ ପଲସ୍ମିକା ଓ ଦଶରଥ ତାଙ୍କୁ ଫୋନ୍‌କରି କହୁଥିଲେ ବୋଲି କହନ୍ତି ତାଙ୍କ ପଡ଼ୋଶୀ ମଞ୍ଜୁ ମହାନ୍ତ।

ଅନ୍ୟପକ୍ଷରେ, ମାଆବାପାଙ୍କ ଅନୁପସ୍ଥିତିରେ ସଂପୃକ୍ତ ୬ ଶିଶୁ ଅସହାୟ ଅବସ୍ଥାରେ ନିଜନିଜ ଘରେ ମନମାରି ରହିଛନ୍ତି। ଖାଦ୍ୟରେ ଭାତଲୁଣ, କିମ୍ବା ଶାଗ ଛଡ଼ା ଅଧିକ କିଛି ନାହିଁ। ଏମିତିରେ ଏହି ଶିଶୁମାନଙ୍କ ଶୈଶବ ଓ ପ୍ରାଥମିକ ଶିକ୍ଷା ପ୍ରଭାବିତ ହୋଇଛି। ଦାରିଦ୍ର୍ୟ ସେମାନଙ୍କ ମନରୁ ସରସ ଛଡ଼ାଇ ନେଇଛି। ଏ ସଂପର୍କରେ ସରପଞ୍ଚ ବିକାଶ କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାରେ ତାଙ୍କ ପାଖରେ ଖବର ନଥିବା କହନ୍ତି। ତେବେ ଯଥାଶୀଘ୍ର ଅନୁଧ୍ୟାନ କରି ସହାୟତା କରିବେ ବୋଲି କହିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।