ନୂଆଦିଲ୍ଲୀ,୦୯/୦୬: ଭୁଶୁଡି ପଡିଲା କୋଠା । ଜଣେ ମୃତ । ୧୬ ଜଣ ଆହତ । ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ । ସମସ୍ତ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ଜି ପ୍ଲସ୍ ଟୁ ଟାଇପ ଏକ କୋଠା ଭୁଶୁଡି ପଡିଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି । ଖବର ପାଇ ବୃହତମୁମ୍ବାଇ ମହାନଗର ନିଗମ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମୁମ୍ବାଇ ଡିସିପି ମଞ୍ଜୁନାଥ ସିଙ୍ଘେ ମଧ୍ୟ ପହଁଚିଛନ୍ତି ।
ଡିସିପିଙ୍କ କହିବାନୁସାରେ, ଅଘଟଣରେ ୧୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ଜଣେ ପ୍ରାଣ ମଧ୍ୟ ହରାଇଛନ୍ତି । ଆହତଙ୍କ ମଧ୍ୟରୁ ଅଧିକାଂଶ ବିହାରର ଶ୍ରମିକ ଅଟନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି ।