ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ଯମରାଜାଙ୍କ ଦିଗ କୁହାଯାଇଥାଏ। ଏହି ଦିଗର ସ୍ବାମୀ ସ୍ବୟଂ ଯମ। ଏହି ଦିଗର ଶୁଭ -ଅଶୁଭ ପରିଣାମ ସ୍ତ୍ରୀଙ୍କ ଉପରେ ସବୁଠୁ ଅଧିକ ପଡ଼ିଥାଏ। ସାଧାରଣ ଲୋକଙ୍କ ମନରେ ଦକ୍ଷିଣ ଦିଗକୁ ନେଇ କେତେକ ଭ୍ରାନ୍ତି ହୋଇଥାଏ ଯେପରି ଦକ୍ଷିଣମୁଖୀ ଘର ଆର୍ଥିକ ସମସ୍ୟା ନେଇ ଆସିଥାଏ କିନ୍ତୁ ସବୁ ସ୍ଥିତିରେ ଏପରି ହୋଇନଥାଏ।
ଯଦି ଦକ୍ଷିଣମୁଖୀ ଭବନ କିମ୍ବା ଭୂମି କିଣିବା ଅନିବାର୍ଯ୍ୟ ହୋଇଯାଏ ତେବେ ସର୍ବପ୍ରଥମେ ଏହି ଭୂଖଣ୍ଡକୁ ଅନ୍ୟ ଜଣଙ୍କ ନାଁରେ କିଣି ଦିଅନ୍ତୁ। ଯଦି ପୂର୍ବରୁ ସେଠାରେ କିଛି ନିର୍ମାଣ ରହିଝତ ତେବେ ଏହାକୁ ଭାଙ୍ଗି ଦିଅନ୍ତୁ। ଏହା ପରେ ପଶ୍ଚିମ କିମ୍ବା ଦକ୍ଷିଣ ଦିଗ ଆଡ଼କୁ ଭବନର ନିର୍ମାଣ ଆରମ୍ଭ କରନ୍ତୁ। ଭବନ ପୂରା ହୋଇଯିବା ପରେ ତାହାକୁ ନିଜ ନାଁରେ କରି ଦିଅନ୍ତୁ ଏବଂ ଗୃହ ପ୍ରବେଶ କରନ୍ତୁ।
ଦକ୍ଷିଣମୁଖୀ ଭୂମିରେ ଘର କରୁଛନ୍ତି ଯଦି ତେବେ ଧ୍ୟାନ ରଖନ୍ତୁ ଯେ ଦକ୍ଷିଣ ଭାଗ ଉଚ୍ଚ ହେବା ଉଚିତ୍। ଏହା ଦ୍ବାରା ସେହି ଘରେ ରହିଲେ ସୁସ୍ଥ ଏବଂ ସୁଖୀ ହେବେ। ଦକ୍ଷିଣ ଭାଗରେ କକ୍ଷ ଉଚ୍ଚ ନିର୍ମାଣ କରିବା ଉଚିତ୍ ଏହା ଦ୍ବାରା ଘରର ମାଲିକ ଐଶ୍ବର୍ଯ୍ୟ ସମ୍ପନ୍ନ ହୋଇଥାନ୍ତି।
ଦକ୍ଷିଣ ଦିଗର ଘରର ପାଣି ଉତ୍ତର ଦିଗରୁ ହୋଇ ବାହାର ଆଡ଼କୁ ପ୍ରବାହିତ ଧନ ଲାଭ ହୋଇଥାଏ। ଏପରି ଘରେ ରହୁଥିବା ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଠିକ୍ ରହିଥାଏ। ଘରର ମୁଖ୍ୟ ଦ୍ବାର କେବେ ବି ଦକ୍ଷିଣ ଦିଗ ଆଡ଼କୁ ହେବା ଅନୁଚିତ୍।
ଯଦି ଆପଣଙ୍କ ଘରର ଦ୍ବାର ଦକ୍ଷିଣ ଆଡ଼କୁ ହୋଇଥାଏ ତେବେ ଦ୍ବାରର ସାମନାରେ ଏକ ଦର୍ପଣକୁ ଏପରି ଲଗାନ୍ତୁ ଯାହା ଫଳରେ ଘରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପୂରା ପ୍ରତିବିମ୍ବ ଦର୍ପଣରେ ପଡ଼ିବ। ଏହା ଦ୍ବାରା ଘରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସହ ଘରେ ପ୍ରବେଶ କରୁଥିବା ନକରାତ୍ମକ ଶକ୍ତି ଫେରିଯାଇଥାଏ।
ଯଦି ଦକ୍ଷିଣମୁଖୀ ଘରେ ବାସ୍ତୁଦୋଷ ରହିଛି ତେବେ ଦ୍ବାରର ଠିକ୍ ସାମନାରେ ଆଶୀର୍ବାଦ ମୁଦ୍ରାରେ ହନୁମାନଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଦ୍ବାରା ଦକ୍ଷିଣ ଦିଗ ଆଡ଼କୁ ମୁଖ୍ୟ ଦ୍ବାରର ବାସ୍ତୁଦୋଷ ଦୂର ହୋଇଥାଏ। ଦକ୍ଷିଣ ଦିଗରେ ଶୋଇବା ଦ୍ବାରା ଫୁସଫୁସର ଗତି ଧିମା ହୋଇଯାଇଥାଏ। ଏଥିପାଇଁ ମୃତ୍ୟୁ ପରେ ମନୁଷ୍ୟଙ୍କ ଗୋଡ଼ ଦକ୍ଷିଣ ଦିଗ ଆଡ଼କୁ କରି ଦିଆଯାଇଥାଏ ଯାହା ଦ୍ବାରା ତାଙ୍କ ଶରୀରର ବଳକା ଜୀବାଂଶ ସମାପ୍ତ ହୋଇଯିବ।

