ନୂଆଦିଲ୍ଲୀ : ଯେଉଁମାନେ ଭ୍ରମଣ ପ୍ରିୟ ସେମାନଙ୍କ ଲାଗି ଖୁସି ଖବର। ଗୁରଗ୍ରାମର ଏକ ଘରୋଇ ଟ୍ରାଭେଲ କମ୍ପାନୀ ସଡକ ରାସ୍ତାରେ ଦିଲ୍ଲୀରୁ ଲଣ୍ଡନ ଭ୍ରମଣର ସୁଯୋଗ ଦେଉଛନ୍ତି। ଏହି ଟୁର ଏକତରଫା ଓ ୭୦ ଦିନର। ଯେ କେହି ବି ଚାହିଁବେ ଏହି ଦୀର୍ଘ ଯାତ୍ରାରେ ସାମିଲ ହୋଇପାରିବେ। ଏଥିଲାଗି ଟ୍ରାଭେଲ କମ୍ପାନୀ ଗତ ଅଗଷ୍ଟ ୧୫ ତାରିଖ ଦିନ ବସ୍ ମଧ୍ୟ ଲଞ୍ଚ କରିଛନ୍ତି। ଯାହାକୁ ‘ବସ୍ ଟୁ ଲଣ୍ଡନ’ ନାମକରଣ କରିଛନ୍ତି।
ଦିଲ୍ଲୀରୁ ୭୦ ଦିନର ଲଣ୍ଡନ ଯାତ୍ରା ଲାଗି ପୃଥକ ପୃଥକ ୧୮ଟି ଦେଶ ହୋଇ ଯିବାକୁ ପଡିବ। ଯେଉଁଥିରେ ଇଣ୍ଡିଆ, ମ୍ୟାଁମାର, ଥାଇଲ୍ୟାଣ୍ଡ, ଲାଓସ୍, ଚୀନ୍, କିର୍ଗିଜସ୍ତାନ, ଉଜବେକିସ୍ତାନ, କଜାଖସ୍ତାନ, ଋଷିଆ, ଲାଟିଭିଆ, ଲିଥୁଆନିଆ, ପୋଲାଣ୍ଡ, ଚେକ୍ ରିପବ୍ଲିକ୍, ଜର୍ମାନ, ନେଦରଲ୍ୟାଣ୍ଡ, ବେଲଜିୟମ, ଫ୍ରାନ୍ସ ଓ ୟୁନାଇଟେଡ୍ କିଙ୍ଗଡମ ଆଦି ଦେଶ ଭ୍ରମଣର ସୁଯୋଗ ମିଳିବ। ତେବେ ଏହା କଣ ସମ୍ଭବ ବୋଲି ହୁଏତ ଭାବୁଥାଇପାରନ୍ତି। ତେବେ ଏହା ସମ୍ଭବ କରିଛନ୍ତି ଦିଲ୍ଲୀ ନିବାସୀ ତୁଷାର ଓ ସଞ୍ଜୟ ମଦାନ।
ତୁଷାର ଓ ସଞ୍ଜୟ ୨୦୧୭, ୨୦୧୮ ଓ ଗତ ୨୦୧୯ରେ କାରଯୋଗେ ସଡକ ମାର୍ଗରେ ଏହି ଦୂରତା ଅତିକ୍ରମ କରିଛନ୍ତି। ସେହି ଆଧାରରେ ସେମାନେ ୨୦ ଜଣିଆ ଟୁରର ପରିକଳ୍ପନା କରିଛନ୍ତି। ବସ୍ ଟୁ ଲଣ୍ଡନରେ ଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି ଟୁର ଆୟୋଜକ କହିଛନ୍ତି। ଏପରିକି ଏଥିରେ ଯାତ୍ରୀଙ୍କ ଲାଗି ଆବଶ୍ୟକ ହେଉଥିବା ଭିସା ମଧ୍ୟ ଟୁର ଅପରେଟର ବ୍ୟବସ୍ଥା କରିବେ।
ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ଯାତ୍ରା ଲାଗି ମୋଟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ପଡିବ। ତେବେ ଏଥିପାଇଁ ଟୁର ଅପରେଟର ଇଏମଆଇ ବ୍ୟବସ୍ଥା ମଧ୍ୟ ରଖିଛନ୍ତି। ଏହି ସମ୍ପୂର୍ଣ୍ଣ ଟୁର ୪ଟି କ୍ୟାଟଗରୀରେ ବିଭିଜିତ ହୋଇଥିବା ବେଳେ ପ୍ରତ୍ୟେକ କ୍ୟୋଟଗରୀ ଲାଗି ପୃଥକ ପୃଥକ ଦେୟ ରକିଛନ୍ତି। ତେବେ କୋଭିଡ-୧୯ ଯୋଗୁ ଏବେ ଏହି ଟୁର ଆରମ୍ଭ ହେବ ନାହିଁ। ୨୦୨୧ ମସିହାରେ ପ୍ରଥମ ଟୁର ଆୟୋଜନ ନେଇ ଅପରେଟର ଯୋଜନା କରିଛନ୍ତି।
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Wednesday, April 24