ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଭୁବନେଶ୍ବରକୁ ଯେପରି ଅଧିକ ବିମାନ ଉଡ଼ାଣ କରିବ, ରାଜ୍ୟର ବିଭିନ୍ନ ଆର୍ସିଏସ୍ ( ରିଜଓନାଲ କନେକ୍ଟିଭିଟି ସ୍କିମ୍) ବିମାନବନ୍ଦରରୁ ଏୟାରଲାଇନ୍ସଗୁଡ଼ିକ ବିମାନ ଚଳାଚଳ କରିବାକୁ ଆଗ୍ରହ ଦେଖାଇବେ ସେଥିପାଇଁ ରାଜ୍ୟ ସରକାର ଏଟିଏଫ୍ (ବିମାନ ଇନ୍ଧନ) ବିକ୍ରୟ ଉପରେ ଥିବା ଭାଟ୍କୁ ୧%କୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ଭାଟ୍ ହ୍ରାସ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ହେଲେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ନନ୍-ଆର୍ସିଏସ୍ ବିମାନବନ୍ଦର ହୋଇଥିବାରୁ ଏଠାରେ ଏହି ସୁବିଧା ଉପଲବ୍ଧ ହେବନି।
କିନ୍ତୁ, ଏହାଦ୍ବାରା ଓଡ଼ିଶାରେ ଅବସ୍ଥିତ ଯେ କୌଣସି ବିମାନବନ୍ଦର/ ହେଲିପୋର୍ଟ/ ହେଲିପ୍ୟାଡ୍/ ୱାଟର ଏରୋଡ୍ରମଗୁଡ଼ିକରେ ଆର୍ସିଏସ୍ ଫିକ୍ସଡ ୱିଙ୍ଗ ବିମାନ/ହେଲିକପ୍ଟର/ ସାମୁଦ୍ରିକ ବିମାନଗୁଡ଼ିକ ନିମନ୍ତେ ଏଟିଏଫ୍ ବିକ୍ରୟ ଉପରେ ଥିବା ଭାଟ୍ ୧% କୁ ହ୍ରାସ ପାଇବ। ଏହା୨୦୨୭ ମସିହା ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଛି।
ଅପରପକ୍ଷେ ପୂର୍ବରୁ ଆର୍ସିଏସ୍ ବିମାନବନ୍ଦରର ବ୍ୟବହାରକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଅର୍ଥ ବିଭାଗର ବିଜ୍ଞପ୍ତି ସଂଖ୍ୟା ୨୪୫୬୭, ତା ୨୨/୦୮/୨୦୧୭ ଅନୁଯାୟୀ ଆର୍ସିଏସ୍ ବିମାନ ପାଇଁ ଆର୍ସିଏସ୍ ବିମାନବନ୍ଦରରେ ଏଟିଏଫ୍ ବିକ୍ରୟ ଉପରେ ଥିବା ଭାଟ୍କୁ ୧%କୁ ୧୦ବର୍ଷ ନିମନ୍ତେ ହ୍ରାସ କରିଥିଲେ। ଏହାଦ୍ବାରା ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ଉତ୍କେଲା ବିମାନବନ୍ଦରରେ ତେଲ କମ୍ପାନିଗୁଡ଼ିକ ଏଟିଏଫ୍ ବିକ୍ରି ଉପରେ ଥିବା ଭାଟ୍କୁ ୧%କୁ ହ୍ରାସ କରିଛନ୍ତି।
ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଖୁବ୍ ଶୀଘ୍ର ଭୁବନେଶ୍ବର ବିମାନବନ୍ଦର ଆର୍ସିଏସ୍ ଏୟାରଲାଇନ୍ସ ଅପରେଟରମାନଙ୍କ ମୁଖ୍ୟ କାର୍ଯ୍ୟସ୍ଥଳୀରେ ପରିଣତ ହେବ। ଏହା ରାଜ୍ୟରେ ଆଞ୍ଚଳିକ ବିମାନ ସଂଯୋଗକୁ ବୃଦ୍ଧି କରିବ, ଏୟାରଲାଇନ୍ସଗୁଡ଼ିକୁ ପୁଞ୍ଜି ବିନିଯୋଗ କରିବା ନିମନ୍ତେ ଆକର୍ଷିତ କରିବ, ରୋଜଗାର ସୃଷ୍ଟି ସହ ବିମାନ ଯାତ୍ରା ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l