ରାଜ୍ୟ

ବିଧାନସଭାରେ ପିଏମ୍‌ଜି ତାତି, ଦିନତମାମ ଅଚଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବ‌ନେଶ୍ବର : ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୁଲିସ୍‌ ମଧ୍ୟରେ ଗତ ମଙ୍ଗଳବାର ଦିନ ହୋଇଥିବା ସଂଘର୍ଷକୁ ନେଇ ବୁଧବାର ଦିନ ବିଧାନସଭା ହୁଲସ୍ତୁଲ ହୋଇଛି। ଏହି ପ୍ରସଙ୍ଗକୁ ଗଣ୍ଠି କରି ବିଜେପି ଲଗାତାର ଭାବେ ସରକାରଙ୍କୁ ଟାର୍ଗେଟ୍‌ କରିଥିଲା। ବିଜେଡି ବି କଡ଼ା ଭାଷାରେ ଜବାବ ଦେଇଥିଲା। ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏକ ଲିଖିତ ଉତ୍ତରକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଦେଇଥିଲା। ଏମିତି ହୋହଲ୍ଲା ଭିତରେ ବୁଧବାର ଦିନତମାମ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ବୁଧବାର ଦିନ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ପୁଲିସ୍‌ ବିରୋଧରେ ସ୍ଲୋଗାନ୍ ଦେଇ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ‘ପୁଲିସ୍‌ ଅତ୍ୟାଚାର ଚଳିବ ନାହିଁ’… ‘ଯଦି ଚଳିବ, ରାସ୍ତାଘାଟରେ ଲଢ଼େଇ ହେବ’ ଏମିତି ନାରାବାଜିରେ ଗୃହ କମ୍ପିଥିଲା। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ ବି ହୋହଲ୍ଲା ଭିତରେ ସମ୍ଭବ ହୋଇ ନଥିଲା। ଫଳରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

୧୧ଟା ୩୦ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ୧୫ ମିନିଟ୍‌ ମୁଲତବୀ ରଖିଥିଲେ।

ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଉପରେ କହିଥିଲେ। ଏହା ଉପରେ ରୁଲିଂ ଦାବି କରିଥିଲେ। ବାଚସ୍ପତି ଏହାକୁ ଅନୁଧ୍ୟାନ କରିବେ ବୋଲି କହିଥିଲେ।
ତାହା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, ନବ ଦାସଙ୍କୁ ଷଡ଼୍‌ଯନ୍ତ୍ରପୂର୍ଣ୍ଣ ହତ୍ୟା କରାଯାଇଛି। ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗତକାଲି ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ପୁଲିସ୍‌ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରେ ଅତ୍ୟାଚାର କରାଗଲା। କିଛି ସାଦା ପୋଷାକଧାରୀ ଲୋକ ମଧ୍ୟ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିଥିଲେ। ସେମାନେ କିଏ? ପୁଲିସ୍‌ ୨୨ ଜଣଙ୍କ ନାଁରେ ମକଦ୍ଦମା କରିଛି ପୁଣି ୩୦୭ ପରି ସଙ୍ଗୀନ ଦଫା ଲଗାଇଛି। ପୁଲିସ୍‌ ମାଡ଼ରେ ଆହତ ବିଜେପି କର୍ମୀଙ୍କୁ ଦେଖା କରିବାକୁ ମୁଁ ନିଜେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଇଥିଲି। ସେଠାରେ ଚିକିତ୍ସାରେ ବି ପାତରଅନ୍ତର କରାଯାଉଛି। ବିଜେପି କର୍ମୀଙ୍କୁ ଠିକ୍ ଚିକିତ୍ସା ମିଳିନି। ମୁଁ ଆହତ ପୁଲିସଙ୍କୁ ମଧ୍ୟ ଦେଖା କରିବାକୁ ଚାହିଁଥିଲି। କିନ୍ତୁ ମୋତେ ସେଠାକୁ ପୂରାଇ ଦେଲେନି। ଯେତେ ଶକ୍ତି ପୁଲିସ୍‌ ଆନ୍ଦୋଳନକାରୀଙ୍କ ଉପରେ ପ୍ରୟୋଗ କଲା, ସେତିକି ଶକ୍ତି ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ପ୍ରୟୋଗ କରିଥିଲେ ସତ ଜଣାପଡ଼ିଥା’ନ୍ତା। ଗଣତନ୍ତ୍ରରେ କ’ଣ ପ୍ରତିବାଦ ହେବନି? ସରକାରଙ୍କ ସବୁ କଥା କ’ଣ ସମସ୍ତେ ମାନିନେବେ? ପୁଲିସ୍‌ର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ତଦନ୍ତ କରିବାକୁ ସେ ଦାବି କରିଥିଲେ।

ଏହା ପରେ ବିଜେପିକୁ ଜବାବ ଦେବାକୁ ଶାସକ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ଅରୁଣ ସାହୁ କହିବା ପାଇଁ ଠିଆ ହେଲେ। ଏହି ସମୟରେ କଂଗ୍ରେସ ସଭ୍ୟମାନେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଉପରେ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଶ୍ରୀ ସାହୁ ବିଜେପିକୁ କଡ଼ା ସମାଲୋଚନା କରି କହିଲେ, ଗଣତନ୍ତ୍ରରେ ଆନ୍ଦୋଳନକୁ ମନା ନାହିଁ। କିନ୍ତୁ ଗତକାଲି ଯେଉଁମାନେ ଆନ୍ଦୋଳନ କରିବାକୁ ଆସିଥିଲେ, ସେମାନେ ସାଙ୍ଗରେ ପଥର, ବୋମା, ଛୁରୀ ଆଦି କାହିଁକି ଆଣିଥିଲେ? ବିଜେପିର ଚିତ୍ର ଓ ଚରିତ୍ର ଏମିତି ବୋଲି ପ୍ରମାଣିତ ହେଉଛି। ଯୁବଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରିବାକୁ ଆପଣମାନେ ସେମାନଙ୍କୁ ଉସ୍‌କାଇଥିଲେ। ପୁଲିସ୍‌ ତା’ର କର୍ତ୍ତବ୍ୟ କରୁଥିଲା। ଆନ୍ଦୋଳନକାରୀମାନେ କାହିଁକି ସେମାନଙ୍କ ଉପରକୁ ପଥର ଫିଙ୍ଗିଲେ? ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଏମିତି କାର୍ଯ୍ୟକଳାପ ଶୋଭାପାଉନି।

ଶ୍ରୀ ସାହୁଙ୍କ ମନ୍ତବ୍ୟର ପ୍ରତିବାଦ କରି ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସରକାର ଓ ପୁଲିସ୍‌ ବିରୋଧରେ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। ୪ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପୁଣି ସେହି ପ୍ରସଙ୍ଗ ଉଠାଇ କହିଲେ, ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନ ସମ୍ପର୍କରେ ପୂର୍ବରୁ କୁହାଯାଇଥିଲା। କିନ୍ତୁ ପୁଲିସ୍‌ ହିଂସାତ୍ମକ ଆଚରଣ କଲା। ଯେଉଁ ଧଳା ଡ୍ରେସ୍ ପିନ୍ଧି କିଛି ଯୁବକ ଆନ୍ଦୋଳନକାରୀଙ୍କୁ ପିଟୁଛନ୍ତି ସେମାନେ କିଏ? ତାହାର ତଦନ୍ତ କରାଯାଉ। ଯୁବମୋର୍ଚ୍ଚାର ଏତଲାକୁ ପୁଲିସ୍‌ ରଖୁନି କାହିଁକି? ଶ୍ରୀ ମାଝୀ ଏତିକି କହିଲା ପରେ ବିଜେପି ସଭ୍ୟମାନେ ପୁଣି ନାରାବାଜି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଗିରଫ ହୋଇଥିବା ଯୁବମୋର୍ଚ୍ଚା କର୍ମୀଙ୍କୁ ଛାଡ଼ିବା ସହ ଏତଲା ରଖିବାକୁ ସେମାନେ ଦାବି କରିଥିଲେ। ଗୃହରେ ଅସ୍ବାଭାବିକ ସ୍ଥିତି ଲାଗି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ସେଥିରେ କୌଣସି ସୁଫଳ ମିଳି ନଥିଲା। ବୈଠକ ପରେ ଗୃହରେ ହୋହଲ୍ଲା ଜାରି ରହିଲା। ତାହାରି ଭିତରେ ଅର୍ଥ ମନ୍ତ୍ରୀ ବଜେଟ୍‌ ଆଲୋଚନାର ଉତ୍ତର ରଖିଥିଲେ। ୪ଟା ୫୯ରେ ବାଚସ୍ପତି ଗୃହକୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।