Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ବିଧାନସଭାରେ ପିଏମ୍‌ଜି ତାତି, ଦିନତମାମ ଅଚଳ
    ରାଜ୍ୟ

    ବିଧାନସଭାରେ ପିଏମ୍‌ଜି ତାତି, ଦିନତମାମ ଅଚଳ

    NewsLaxmi7By NewsLaxmi7March 2, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ଭୁବ‌ନେଶ୍ବର : ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୁଲିସ୍‌ ମଧ୍ୟରେ ଗତ ମଙ୍ଗଳବାର ଦିନ ହୋଇଥିବା ସଂଘର୍ଷକୁ ନେଇ ବୁଧବାର ଦିନ ବିଧାନସଭା ହୁଲସ୍ତୁଲ ହୋଇଛି। ଏହି ପ୍ରସଙ୍ଗକୁ ଗଣ୍ଠି କରି ବିଜେପି ଲଗାତାର ଭାବେ ସରକାରଙ୍କୁ ଟାର୍ଗେଟ୍‌ କରିଥିଲା। ବିଜେଡି ବି କଡ଼ା ଭାଷାରେ ଜବାବ ଦେଇଥିଲା। ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏକ ଲିଖିତ ଉତ୍ତରକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଦେଇଥିଲା। ଏମିତି ହୋହଲ୍ଲା ଭିତରେ ବୁଧବାର ଦିନତମାମ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

    ବୁଧବାର ଦିନ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ପୁଲିସ୍‌ ବିରୋଧରେ ସ୍ଲୋଗାନ୍ ଦେଇ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ‘ପୁଲିସ୍‌ ଅତ୍ୟାଚାର ଚଳିବ ନାହିଁ’… ‘ଯଦି ଚଳିବ, ରାସ୍ତାଘାଟରେ ଲଢ଼େଇ ହେବ’ ଏମିତି ନାରାବାଜିରେ ଗୃହ କମ୍ପିଥିଲା। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ ବି ହୋହଲ୍ଲା ଭିତରେ ସମ୍ଭବ ହୋଇ ନଥିଲା। ଫଳରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

    ୧୧ଟା ୩୦ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ୧୫ ମିନିଟ୍‌ ମୁଲତବୀ ରଖିଥିଲେ।

    ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଉପରେ କହିଥିଲେ। ଏହା ଉପରେ ରୁଲିଂ ଦାବି କରିଥିଲେ। ବାଚସ୍ପତି ଏହାକୁ ଅନୁଧ୍ୟାନ କରିବେ ବୋଲି କହିଥିଲେ।
    ତାହା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, ନବ ଦାସଙ୍କୁ ଷଡ଼୍‌ଯନ୍ତ୍ରପୂର୍ଣ୍ଣ ହତ୍ୟା କରାଯାଇଛି। ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗତକାଲି ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ପୁଲିସ୍‌ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରେ ଅତ୍ୟାଚାର କରାଗଲା। କିଛି ସାଦା ପୋଷାକଧାରୀ ଲୋକ ମଧ୍ୟ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିଥିଲେ। ସେମାନେ କିଏ? ପୁଲିସ୍‌ ୨୨ ଜଣଙ୍କ ନାଁରେ ମକଦ୍ଦମା କରିଛି ପୁଣି ୩୦୭ ପରି ସଙ୍ଗୀନ ଦଫା ଲଗାଇଛି। ପୁଲିସ୍‌ ମାଡ଼ରେ ଆହତ ବିଜେପି କର୍ମୀଙ୍କୁ ଦେଖା କରିବାକୁ ମୁଁ ନିଜେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଇଥିଲି। ସେଠାରେ ଚିକିତ୍ସାରେ ବି ପାତରଅନ୍ତର କରାଯାଉଛି। ବିଜେପି କର୍ମୀଙ୍କୁ ଠିକ୍ ଚିକିତ୍ସା ମିଳିନି। ମୁଁ ଆହତ ପୁଲିସଙ୍କୁ ମଧ୍ୟ ଦେଖା କରିବାକୁ ଚାହିଁଥିଲି। କିନ୍ତୁ ମୋତେ ସେଠାକୁ ପୂରାଇ ଦେଲେନି। ଯେତେ ଶକ୍ତି ପୁଲିସ୍‌ ଆନ୍ଦୋଳନକାରୀଙ୍କ ଉପରେ ପ୍ରୟୋଗ କଲା, ସେତିକି ଶକ୍ତି ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ପ୍ରୟୋଗ କରିଥିଲେ ସତ ଜଣାପଡ଼ିଥା’ନ୍ତା। ଗଣତନ୍ତ୍ରରେ କ’ଣ ପ୍ରତିବାଦ ହେବନି? ସରକାରଙ୍କ ସବୁ କଥା କ’ଣ ସମସ୍ତେ ମାନିନେବେ? ପୁଲିସ୍‌ର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ତଦନ୍ତ କରିବାକୁ ସେ ଦାବି କରିଥିଲେ।

    ଏହା ପରେ ବିଜେପିକୁ ଜବାବ ଦେବାକୁ ଶାସକ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ଅରୁଣ ସାହୁ କହିବା ପାଇଁ ଠିଆ ହେଲେ। ଏହି ସମୟରେ କଂଗ୍ରେସ ସଭ୍ୟମାନେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଉପରେ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଶ୍ରୀ ସାହୁ ବିଜେପିକୁ କଡ଼ା ସମାଲୋଚନା କରି କହିଲେ, ଗଣତନ୍ତ୍ରରେ ଆନ୍ଦୋଳନକୁ ମନା ନାହିଁ। କିନ୍ତୁ ଗତକାଲି ଯେଉଁମାନେ ଆନ୍ଦୋଳନ କରିବାକୁ ଆସିଥିଲେ, ସେମାନେ ସାଙ୍ଗରେ ପଥର, ବୋମା, ଛୁରୀ ଆଦି କାହିଁକି ଆଣିଥିଲେ? ବିଜେପିର ଚିତ୍ର ଓ ଚରିତ୍ର ଏମିତି ବୋଲି ପ୍ରମାଣିତ ହେଉଛି। ଯୁବଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରିବାକୁ ଆପଣମାନେ ସେମାନଙ୍କୁ ଉସ୍‌କାଇଥିଲେ। ପୁଲିସ୍‌ ତା’ର କର୍ତ୍ତବ୍ୟ କରୁଥିଲା। ଆନ୍ଦୋଳନକାରୀମାନେ କାହିଁକି ସେମାନଙ୍କ ଉପରକୁ ପଥର ଫିଙ୍ଗିଲେ? ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଏମିତି କାର୍ଯ୍ୟକଳାପ ଶୋଭାପାଉନି।

    ଶ୍ରୀ ସାହୁଙ୍କ ମନ୍ତବ୍ୟର ପ୍ରତିବାଦ କରି ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସରକାର ଓ ପୁଲିସ୍‌ ବିରୋଧରେ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। ୪ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପୁଣି ସେହି ପ୍ରସଙ୍ଗ ଉଠାଇ କହିଲେ, ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନ ସମ୍ପର୍କରେ ପୂର୍ବରୁ କୁହାଯାଇଥିଲା। କିନ୍ତୁ ପୁଲିସ୍‌ ହିଂସାତ୍ମକ ଆଚରଣ କଲା। ଯେଉଁ ଧଳା ଡ୍ରେସ୍ ପିନ୍ଧି କିଛି ଯୁବକ ଆନ୍ଦୋଳନକାରୀଙ୍କୁ ପିଟୁଛନ୍ତି ସେମାନେ କିଏ? ତାହାର ତଦନ୍ତ କରାଯାଉ। ଯୁବମୋର୍ଚ୍ଚାର ଏତଲାକୁ ପୁଲିସ୍‌ ରଖୁନି କାହିଁକି? ଶ୍ରୀ ମାଝୀ ଏତିକି କହିଲା ପରେ ବିଜେପି ସଭ୍ୟମାନେ ପୁଣି ନାରାବାଜି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଗିରଫ ହୋଇଥିବା ଯୁବମୋର୍ଚ୍ଚା କର୍ମୀଙ୍କୁ ଛାଡ଼ିବା ସହ ଏତଲା ରଖିବାକୁ ସେମାନେ ଦାବି କରିଥିଲେ। ଗୃହରେ ଅସ୍ବାଭାବିକ ସ୍ଥିତି ଲାଗି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ସେଥିରେ କୌଣସି ସୁଫଳ ମିଳି ନଥିଲା। ବୈଠକ ପରେ ଗୃହରେ ହୋହଲ୍ଲା ଜାରି ରହିଲା। ତାହାରି ଭିତରେ ଅର୍ଥ ମନ୍ତ୍ରୀ ବଜେଟ୍‌ ଆଲୋଚନାର ଉତ୍ତର ରଖିଥିଲେ। ୪ଟା ୫୯ରେ ବାଚସ୍ପତି ଗୃହକୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleମାଣ୍ଡିଆର ପ୍ରଚାର କରିବ ରିକି କେଜଙ୍କ ମାଣ୍ଡିଆ ଗୀତ
    Next Article ପାୱାର ଚାନେଲକୁ ଛାତ୍ରୀ ଡେଇଁବା ଘଟଣା: ୨ ଛାତ୍ରଙ୍କ ବିରୋଧରେ ହତ୍ୟା ମାମଲା
    NewsLaxmi7
    • Website

    Related Posts

    ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ

    June 2, 2023

    ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ

    June 2, 2023

    ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ

    June 2, 2023

    ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି: ଶ୍ରୀବିଗ୍ରହ ସମ୍ମୁଖରେ ଛିଡ଼ା‌ହେବେନି ସେବକ

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ପଞ୍ଜାବକୁ ଜିତାଇଲେ ରବାଦା-ଧାୱନ

    May 4, 2022

    ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ

    January 3, 2023

    ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ ! ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

    September 10, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.