ଦେଶ ବିଦେଶ ମନୋରଞ୍ଜନ

ବିଗ୍ ବସ୍ ଫେମ୍ ଅଭିନେତ୍ରୀ ଜୟଶ୍ରୀ ରମେୟାଙ୍କ ଦେହାନ୍ତ: ଘରୁ ଉଦ୍ଧାର ହେଲା ମୃତଦେହ

ନୂଆଦିଲ୍ଲୀ ୨୫/୦୧ : କନ୍ନଡ଼ ଅଭିନେତ୍ରୀ ତଥା ବିଗ ବସ କନ୍ନଡ଼ର ପୂର୍ବତନ ପ୍ରତିଯୋଗୀ ଜୟଶ୍ରୀ ରମେୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରୁ ଜୟଶ୍ରୀଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ସେ ବହୁ ସମୟ ଧରି ଡିପ୍ରେସନରେ ଥିଲେ। ବେଙ୍ଗାଲୁରୁର ସନ୍ଧ୍ୟା କିରଣ ଆଶ୍ରମରେ ତାଙ୍କର ଚିକିତ୍ସା ଚାଲିଥିଲା। ଜୟଶ୍ରୀ ରମେୟା ବିଗ୍ ବସ୍ ସିଜନ୍-୩ ରେ ପ୍ରତିଯୋଗୀ ଥିଲେ। ଜୟଶ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କନ୍ନଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁଯାୟୀ, ସୋମବାର ଦିନ ଜୟଶ୍ରୀ ନିଜ ପରିବାର ଓ ସାଙ୍ଗମାନଙ୍କ ଫୋନ ରିସିଭ କରିନଥିଲେ ସେତେବେଳେ ତାଙ୍କ ସାଙ୍ଗମାନେ ଆଶ୍ରମକୁ ଯୋଗାଯୋଗ କରିଥିଲେ। ଆଶ୍ରମ ସଞ୍ଚାଳକ ଆସି ଦେଖିଲାବେଳେ ଜୟଶ୍ରୀଙ୍କ ମୃତଦେହ ପଙ୍ଖାରେ ଝୁଲୁଥିଲା। ଏହାପରେ ଆଶ୍ରମ ସଞ୍ଚାଳକ ପୋଲିସକୁ ସୂଚନା ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ