ଦେଶ ବିଦେଶ ମନୋରଞ୍ଜନ

ବାପା ହେଲେ ଆଦିତ୍ୟ ନାରାୟଣ, କହିଲେ- ଯାହା ମାଗିଥିଲି ତାହା ମିଳିଲା…

ନୂଆଦିଲ୍ଳୀ ୦୪।୦୩ : ବଲିଉଡ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି। ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି। କାରଣ ଦୁହେଁ ଏବେ ମା’-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଫେବୃୟାରୀ ୨୪ରେ ସେମାନେ ମୁମ୍ବାଇ ସ୍ଥିତ ଏକ ନର୍ସିଂହୋମରେ ସେମାନଙ୍କର ପ୍ରଥମ କନ୍ୟା ସନ୍ତାନକୁ ସ୍ବାଗତ କରିଥିଲେ। ଏନେଇ ଆଦିତ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଦୁହେଁ ଏବେ ବେଶ୍ ଖୁସି ଥିବା ଜଣାପଡିଛି।

ଏହା ବ୍ୟତୀତ ଆଦିତ୍ୟ କହିଛନ୍ତି କି ‘ସମସ୍ତେ ମୋତେ କହୁଥିଲେ ଯେ ଆମର ପୁଅ ହେବ। କିନ୍ତୁ ମୁଁ ମୋ ହୃଦୟ ସହ ପ୍ରାର୍ଥନା କରୁଥିଲି କି ଆମ ଘରକୁ ଗୋଟେ ଝିଅଟେ ଆସୁ। କାହିଁକି ନା ମୁଁ ଜାଣେ କି ବାପାମାନେ ସେମାନଙ୍କ ଝିଅମାନଙ୍କ ସହିତ ଅତି ନିକଟତର ହୋଇଥାନ୍ତି। ସେଥିପାଇଁ ମୁଁ ବୁହତ ଖୁସି ମୋ ପାଇଁ ଗୋଟେ ପରୀ ଆସିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ