ଆଜିଥିଲା ପବିତ୍ର ମହାଶିବ ରାତ୍ରୀ! ରାଜଧାନୀ, ଉପକଣ୍ଠସ୍ଥ ବିଭିନ୍ନ ଶୈବପୀଠ ହୋଇଥିଲା ଚଳଚଞ୍ଚଳ! ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାସିଆସୁଥିଲା ଶିବ ପଞ୍ଚାକ୍ଷର ମନ୍ତ୍ର! ପଥର ଗାଡ଼ିଆ ଗ୍ରାମର ଭକ୍ତ ଏହି ପବିତ୍ର ମୁହୁର୍ତ୍ତର, ପ୍ରଭୁ ମହାଦେବଙ୍କୁ ସବୁକିଛି ସମର୍ପି ଦେଈଛନ୍ତି! କରୋନା କଟକଣା କାରଣରୁ ଦୀର୍ଘ ଦୁଇବର୍ଷ ଧରି ଭକ୍ତ ଭଗବାନ ଙ୍କ ମିଳନ ହୋଇପାରିନଥିଲା! ଏଥିରୁ ତ୍ରାହି ମିଳିବା ପରେ ପ୍ରଭୁ ଭୋଳାନାଥଙ୍କ ନିକଟରେ ଜାଗର ଜାଳି ଭକ୍ତ ତା ମନର ସବୁ ଦୁଃଖ ଶୋକ ବ୍ୟକ୍ତ କରିଦେଈଛି, ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ର ମୁଖ୍ୟ ସନ୍ତୋଷ ବେହେରା ଓ ଦିଲିପ୍ ବେହେରା ଏବଂ ମହେଶ୍ୱର ବେହେରା ସମସ୍ତ କାର୍ଯ୍ୟକୁ ସଠିକ୍ ଭାବରେ ପରିଚାଳନା କରୁଥିଲେ ସନ୍ତୋଷ ବେହେରାଙ୍କ ତତ୍ୱବଧାନରେ ଏବଂ ସମସ୍ତ ସଦସ୍ୟଙ୍କ ସହଯୋଗରେ ମହାଶିବ ରାତ୍ରୀର ଆୟୋଜନ କରାଯାଇଥିଲା, ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ବହୁ ପୁରାତନ ମନ୍ଦିର ବୋଲି କୁହାଯାଇଛି ବୃଷବଙ୍କର ଯଜ୍ଞ ଆଜକୁ ପ୍ରାୟ ୧୩ ବର୍ଷ ଧରି ବହୁ ଆଡ଼ମ୍ବରରେ ପୂଜା ଚାଲୁଅଛି, ଚଳିତ ବର୍ଷ ପାଖାପାଖି ୮,୦୦୦ରୁ ଉର୍ଦ୍ଧ ଭକ୍ତଙ୍କର ସମାବେଶ ଦେଖିବାକୁ ମିଳିଥିଲା,ମା ଲକ୍ଷ୍ମୀ ଭଜନ ସନ୍ଧ୍ୟା ପକ୍ଷରୁ ମୋନାଲିଶା ଓ ପମି ମିଶ୍ର ଙ୍କ ଭଳି କଣ୍ଠଶିଳ୍ପୀଙ୍କୁ ନେଇ ଭଜନ ସମାରୋହ ଆୟୋଜନ ହୋଇଥିଲା ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ପ୍ରସାଦ ସେବନ ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, ରାତ୍ର ୧୧ଟା ଠାରୁ ଭକ୍ତମାନେ ଧାଡ଼ି ବାନ୍ଧି ମହାଦୀପକୁ ଅପେକ୍ଷା କରି ଚାହିଁ ରହିଥିଲେ, ପ୍ରାୟ ପାଖା ପାଖି ରାତ୍ର ୧୨ ଟାରେ ମହାଦୀପ ଉଠିଲା ପରେ ଶ୍ରଦ୍ଧାଳୁ ମାନେ ବ୍ରତ ସମାପନ କରିଥିଲେ
Trending
- ନ୍ୟାୟପାଳିକାକୁ ନେଇ ମୋଦୀ-କଂଗ୍ରେସ ମୁହାଁମୁହିଁ
- ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ: ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ‘ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ’
- ଟିକେଟ୍ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା
- ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ବିଜେପି: ସଫଳ ହେବ ନା ବିଫଳତାକୁ ଦୋହରାଇବ?
- ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କିଏ? ନାମ ଘୋଷଣା କଲାନି ବିଜେଡି, କର୍ମୀଙ୍କ ଉତ୍କଣ୍ଠା ବଢ଼ୁଛି
- ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ
- ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ
Friday, March 29