ଦେଶ ବିଦେଶ ମନୋରଞ୍ଜନ

ପ୍ରେମ ରାଇଜରେ ଉବୁଟୁବୁ ଆମୀର ଖାନଙ୍କ ଝିଅ ଇରା : ବାପାଙ୍କ ଫିଟନେସ୍ କୋଚ୍‌ଙ୍କୁ କରୁଛନ୍ତି ଡେଟ୍

ମୁମ୍ବାଇ ୨୫/୧୧: ବଲିଉଡ ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ୍ ରିଲେସନଶିପରେ ଅଛନ୍ତି। ସେ ବାପାଙ୍କ ଫିଟନେସ୍ କୋଚ୍ ନୂପୁର ଶିଖରଙ୍କୁ ଡେଟ୍ କରୁଛନ୍ତି। ନୂପୁର ସୋସିଆଲରେ ପୋଷ୍ଟ ଜରିଆରେ ପ୍ରଶଂସକଙ୍କୁ ହିଣ୍ଟ୍ ଦେଇଛନ୍ତି। ଗତ ବର୍ଷ ଇରା ଖାନଙ୍କ ଫଟୋ ଏବଂ ଭିଡିଓ ଏକ୍ସ-ବୟଫ୍ରେଣ୍ଡ ମିଶାଲ କ୍ରିପଲାନିଙ୍କ ସହ ଭାଇରାଲ୍ ହୋଇଥିଲା। ଏବେ ନୂପୁରଙ୍କ ସହ ଇରାଙ୍କ ଫଟୋରୁ ଆଭାସ ମିଳୁଛି ଯେ ତାଙ୍କୁ ପୁଣି ଥରେ ପ୍ରେମ ହୋଇଛି। ଇରା ଖାନ୍ ଏବେ ସୁଦ୍ଧା ତ ଫିଲ୍ମ ଡେବ୍ୟୁ କରି ନାହାନ୍ତି କିନ୍ତୁ ଥିଏଟର ଏବଂ ଡାଇରେକ୍ସନରେ ସେ ଆଗକୁ ବଢ଼ୁଛନ୍ତି।


ଇରା ଖାନ୍ ଏବଂ ନୂପୁର ଶିଖର ଲକଡାଉନ୍ ସମୟରୁ ପରସ୍ପରକୁ ଡେଟ୍ କରୁଛନ୍ତି। ଇରା ଖାନ୍ ନିଜ ଫିଟନେସ୍ ପ୍ରତି ଧ୍ୟାନ ଦେବା ଆରମ୍ଭ କରିବାବେଳେ ସେମାନଙ୍କର ଘନିଷ୍ଠତା ବଢ଼ିଥିଲା। ନିକଟରେ ଇରା ଏବଂ ନୂପୁର ଭ୍ୟାକେସନରେ ମହାବଳେଶ୍ବର,ଖାନ୍ ଫାର୍ମହାଉସ୍ ପହଞ୍ଚିଥିଲେ। ଦୁହେଁ ପରସ୍ପରର ମାଆଙ୍କୁ ମଧ୍ୟ ଭେଟିଥିଲେ। କୁହାଯାଉଛି ଯେ ଦୁହେଁ ସିରିୟସ୍ ରିଲେସନଶିପରେ ଅଛନ୍ତି। ଏବେ ସୁଦ୍ଧା ଆମୀର ଖାନଙ୍କ ପ୍ରଥମ ପତ୍ନୀ ଏବଂ ଇରା ଖାନଙ୍କ ମାଆ ରୀନା ଦତ୍ତ ଏଥିରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି,କିନ୍ତୁ ନୂପୁରଙ୍କ ମାଆଙ୍କ ପୋଷ୍ଟରେ ଇରା ଖାନ୍ ଆକ୍ଟିଭ ହୋଇ କମେଣ୍ଟ୍ କରନ୍ତି।

ନିକଟରେ ନୂପୁର ନିଜ ମାଙ୍କ ଏକ ଫଟୋ ସେୟାର କରିଥିଲେ,ଯେଉଁଥିରେ ଇରା ସୁନ୍ଦର କମେଣ୍ଟ କରିଥିଲେ। ଇରାଙ୍କୁ ରିପ୍ଲାଇ କରି ନୂପୁର ମଧ୍ୟ କିସ୍ ଇମୋଜୀ ପଠାଇଥିଲେ। ଇରା ଖାନ୍ ନିଜ ସୋସିଆଲ୍ ମିଡିଆ ପ୍ରୋଫାଇଲରେ ଉଭୟଙ୍କର ଏକାଠି କୌଣସି ଫଟୋ ସେୟାର କରି ନାହାନ୍ତି,କିନ୍ତୁ ନୂପୁର ଏସବୁରେ ପଛକୁ ହଟି ନାହାନ୍ତି। ସେ ଉଭୟଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି ,‘ କାରଣ ଆମକୁ ରେଡ୍ଡି ହେବା ପସନ୍ଦ ଏବଂ ହସିବା ମଧ୍ୟ’। ଏଥିରେ ଇରା ଲେଖିଛନ୍ତି,‘ ହଁ,ଏହା ତ ସତ କଥା,ମାନୁଛି।’


ନୂପୁର ଶିଖର ସେଲିବ୍ରିଟି ଫିଟନେସ୍ କୋଚ୍। ଏହି ସମୟରେ ସେ ଆମୀର ଖାନ୍,ଇରା ଖାନ୍ ଏବଂ ସୁସ୍ମିତା ସେନଙ୍କୁ ଟ୍ରେନ୍ କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ