ଭୁବନେଶ୍ବର: କଲେଜ ଖୋଲିବା ମାସେ ବିଳମ୍ବ ହୋଇପାରେ ବୋଲି ଆଜି ଉଚ୍ଚଶିକ୍ଷା ସଚିବ କହିଛନ୍ତି। ତେବେ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆଜି ନହେଲେ ଦିନେ ନା ଦିନେ ଏହା ଖୋଲିବ। ହୁଏତ ବିଳମ୍ବ ହୋଇପାରେ। । ଏହାକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ଘୁଞ୍ଚାଯିବ ବୋଲି ଶାଶ୍ବତ ମିଶ୍ର ଆଜି କହିଛନ୍ତି।
ତେବେ ଶିକ୍ଷାବର୍ଷ ବାତିଲ କଥା ସାରା ଦେଶର ସରକାର ମିଶି ବିଚାର କରିବା କଥା। କାରଣ ଶିକ୍ଷାବର୍ଷ ବାତିଲ ଏକ ବହୁତ ବଡ଼ ନିଷ୍ପତ୍ତି। ଯଦି ବାତିଲ ହେଉଛି ତାହେଲେ ଛାତ୍ରଛାତ୍ରୀଙ୍କୁ କ୍ଷତି ସହିବାକୁ ପଡ଼ିବ । ସେହିପରି କଲେଜ ଓ ହଷ୍ଟେଲ ଖୋଲିବା ନେଇ ସବୁ ଦିଗରୁ ବିଚାର କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି।