ରାଜ୍ୟ ସ୍ୱାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଅଧିକ ଟିକା ଦେବାକୁ ଅନୁରୋଧ

ଭୁବନେଶ୍ୱର ୧୭।୦୪: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଟିକାର ଅଭାବକୁ ନେଇ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ରାଜ୍ୟରେ ଦୈନିକ ପ୍ରାୟ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିପାଇଁ ଅଧିକ ଟିକାର ଆବଶ୍ୟକତା ରହିଛି ।

ଖବର ଅନୁଯାୟୀ, ଓଡ଼ିଶାକୁ ଅଧିକ ଟିକା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୪୭ ଲକ୍ଷ ଡୋଜ୍ କରୋନା ଭ୍ୟାକସିନ୍ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ କର୍ମୀ, ଆଗଧାଡ଼ିର କର୍ମୀ ଓ ୪୫ ବର୍ଷରୁ ଅଧକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଇଛି। ଓଡ଼ିଶା ସରକାର ପ୍ରତିଦିନ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ରାଜ୍ୟରେ ପ୍ରତିଦିନ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଆବଶ୍ୟକ ହେଉଛି ୨୫ ଲକ୍ଷ ଡୋଜ୍ ଟିକା।

ଯଦି ପ୍ରତିଦିନ ୩ ଲକ୍ଷ ଡୋଜ୍ ଟିକା ଦିଆଯାଏ ତେବେ ବର୍ତ୍ତମାନ ସ୍ଥିତିରେ ଯୋଗ୍ୟ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଟିକା ଦେବାକୁ ୧୬୦ ଦିନ ଲାଗିବ। ତେଣୁ କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ଟିକା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହିତ କରୋନା ଭ୍ୟାକସିନ୍ ସରକାରୀ ଯୋଗାଣ ବ୍ୟବସ୍ଥା ଛଡ଼ା ଖୋଲା ମାର୍କେଟ୍ ରେ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହାଦ୍ବାରା ଯେଉଁ ଲୋକମାନେ ଚାହିଁବେ ସିଧାସଳଖ ମାର୍କେଟରୁ ଟିକା କିଣି ନେଇପାରିବେ।

ଏହାଦ୍ବାରା ସରକାର ଟିକା କିଣିପାରୁନଥିବା ଅଭାବୀ ଲୋକମାନଙ୍କ ଉପରେ ଫୋକସ୍ କରିପାରିବେ। ବିଶ୍ବସ୍ତରରେ ଅନ୍ୟଦେଶରେ ଅନୁମୋଦନ ପାଇଥିବା ଟିକାକୁ ଭାରତରେ ମଧ୍ୟ ଅନୁମୋଦନ ଦିଆଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ଯ ସରକାର କରୋନା ଟିକା ଉତ୍ପାଦନ କେନ୍ଦ୍ର ଖୋଲିବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଅର୍ଥନୀତି ନିର୍ଭର କରୁଥିବା ମହାନଗରୀ ଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ଏବଂ ବୟସ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ