ଦେଶ ବିଦେଶ ସ୍ୱାସ୍ଥ୍ୟ

ଟ୍ରେନରେ ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଏଣିକି ଟ୍ରେନରେ ଯାତ୍ରା କରୁଥିଲେ ଆଉ ମାସ୍କ ପିନ୍ଧୁ ନଥିଲେ ଆପଣଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ | ଭାରତୀୟ ରେଳ ପକ୍ଷରୁ ଆଜି ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି | ଆଉ ଏଥିରେ କୁହାଯାଇଛି ଯେ ଟ୍ରେନ ବଗି ଭିତରେ କିମ୍ବା ଷ୍ଟେସନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ | ଆଗାମୀ ୬ ମାସ ଯାଏଁ ଏହି ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି।

ରେଳ ବୋର୍ଡ ଅଧ୍ୟକ୍ଷ ସୁନିତ ଶର୍ମା କହିଛନ୍ତି ଯେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ କୋଭିଡ-୧୯ ନେଗେଟିଭ ହୋଇଥିବା ଜରୁରୀ | ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ-୧୯ ନିର୍ଦ୍ଦେଶନାମା ଅନୁଯାୟୀ ଯାତ୍ରୀମାନଙ୍କୁ ନିୟମାବଳୀ ପାଳନ କରିବାକୁ ପଡିବ | ସେହିପରି କୋଭିଡ-୧୯ ମହାମାରୀ ଓ ସ୍ୱଚ୍ଛତାକୁ ନଜରରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଯାତ୍ରା ସମୟରେ ଭୋଜନ ସେବାକୁ ବନ୍ଦ କରିଦିଆଯାଇଛି |

ଟ୍ରେନରେ ରେଡି ଟୁ ଇଟ(ଆରଟିଇ) ଭୋଜନ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ସୂଚନା ଥାଉ କି ରେଳ ମନ୍ତ୍ରାଳୟ ପକ୍ଷରୁ ବର୍ତ୍ତମାନ ସାରା ଦେଶରେ ପ୍ରତିଦିନ ୧୪୦୨ଟି ଟ୍ରେନ ଚଳାଯାଉଛି | ଏଥିରେ ୮୩୦ଟି ପାସେଞ୍ଜର ଟ୍ରେନ ରହିଛି |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ