କଳା ଓ ସଂସ୍କୃତି ଧର୍ମ

ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହେବ କଳ୍ପବାସ: ପଢନ୍ତୁ କଳ୍ପବାସର ମହତ୍ତ୍ୱ କ’ଣ

ପ୍ରୟାଗରାଜ ୨୫/୦୧ : ପ୍ରୟାଗରାଜ ମାଘ ମେଳା ପାଇଁ ପ୍ରସ୍ତୁତି ଚାଲିଛି। ଜାନୁଆରୀ ୨୮ ତାରିଖରେ ପୌଷ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମା ଦିନ ସ୍ନାନ ସହ ବିଧି ବଦ୍ଧ ଭାବେ କଳ୍ପବାସ ଆରମ୍ଭ ହେବ। ଅନେକ କଳ୍ପବାସୀ କଳ୍ପବାସ ପାଇଁ ପ୍ରୟାଗ ସଙ୍ଗମ ତଟରେ ଲାଗିଥିବା ଶିବିରକୁ ଆସିବା ଆରମ୍ଭ କରିଦେଲେଣି। କଳ୍ପବାସର ଅର୍ଥ ହେଲା ସଙ୍ଗମ ତଟରେ ବାସ କରି ବେଦ ଅଧ୍ୟୟନ କରିବା ଓ ଧ୍ୟାନ କରିବା। ପ୍ରୟାଗ କୁମ୍ଭ ମେଳାରେ କଳ୍ପବାସର ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ମାଘ ମାସରେ ଏହାର ମହତ୍ତ୍ୱ ଆହୁରି ଅଧିକ ଥାଏ। ଏହା ପୌଷ ମାସର ଏକାଦଶ ଦିନରୁ ମାଘ ମାସର ଦ୍ୱାଦଶ ଦିନ ଯାଏଁ ରହିଥାଏ।

ମାଘ ମେଳାରେ କଳ୍ପବାସର କଣ ରହିଛି ମହତ୍ତ୍ୱ ପଢନ୍ତୁ –

ପୌରାଣିକ କଥା ଅନୁଯାୟୀ, ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହ ଆରମ୍ଭ ହେବାକୁଥିବା ଗୋଟିଏ ମାସର କଳ୍ପବାସରୁ ଏକ କଳ୍ପ ଯାହାକି ବ୍ରହ୍ମାଙ୍କ ଗୋଟିଏ ଦିନ ବରାବର ହୋଇଥାଏ ସେହି ସମାନ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। କଳ୍ପବାସ ମନୁଷ୍ୟର ଆତ୍ମିକ ବିକାଶର ଏକ ମାଧ୍ୟମ ବୋଲି ମଧ୍ୟ ବିଶ୍ୱାସ ରହିଛି।


ମାଘ ମାସରେ ସଙ୍ଗମ ତଟରେ ମାସେ ବାସ କରି ପୁଣ୍ୟ ଫଳ ପ୍ରାପ୍ତ କରିବାର ଏହି ସାଧନାକୁ କଳ୍ପବାସ କୁହାଯାଏ। ଯେଉଁମାନେ କଳ୍ପବାସ କରନ୍ତି ସେମାନଙ୍କ ମନୋସ୍କାମନା ପୂରଣ ହୋଇଥାଏ ଏବଂ ସେମାନଙ୍କୁ ଜନ୍ମ ଜନ୍ମାନ୍ତରର ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।

ମହାଭାରତର ଏକ ପ୍ରସଙ୍ଗରେ ଉଲ୍ଲେଖ ରହିଛି ଯେ ମାର୍କଣ୍ଡେୟ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଥିଲେ ପ୍ରୟାଗ ତୀର୍ଥ ସବୁ ପାପ ନାଶ କରିଥାଏ। ଯେଉଁମାନେ ମାସେ କାଳ ଇନ୍ଦ୍ରିୟକୁ ବସ କରି ଏଠାରେ ସ୍ନାନ, ଧ୍ୟାନ ଓ କଳ୍ପବାସ କରିଥାଏ ସେମାନଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ। ପୌରାଣିକ ଗ୍ରନ୍ଥରେ ଉଲ୍ଲେଖ ରହିଛି ଯେ ଦେବତା ମଧ୍ୟ ମନୁଷ୍ୟ ଜନ୍ମ ନେଇ ପ୍ରୟାଗରେ କଳ୍ପବାସ ସ୍ନାନ ଓ ପୁଣ୍ୟ ଲାଭ ପ୍ରାପ୍ତ ନିଶ୍ଚୟ କରିଥାନ୍ତି।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ