ନୂଆଦିଲ୍ଲୀ ୦୪।୦୬: ଭିଜେ ତଥା ଅଭିନେତ୍ରୀ ଅନୁଷା ଦାଣ୍ଡେକର ନିଜର ବୋଲ୍ଡନେସ୍ ଏବଂ ନିଜ ଷ୍ଟାଇଲିସ୍ ପାଇଁ ବେଶ୍ ଜଣାଶୁଣା। ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଥାଆନ୍ତି। କରଣ କୁନ୍ଦ୍ରାଙ୍କ ସହ ବ୍ରେକ୍ଅପ୍ ହେବା ପରେ ସେ ନିଜକୁ ସମୟ ଦେଇଥିଲେ । କିଛି ଦିନ ପାଇଁ ଟେଲି ପରଦାରୁ ଦୂରେଇ ଯାଇଥିଲେ। ହେଲେ ବର୍ତ୍ତମାନ ସେ ସୋସିଆଲ୍ ମିଡିଆରେ କିଛି ନା କିଛି ଫଟୋ ସେୟାର କରୁଛନ୍ତି । ହେଲେ ଏବେ ଅନୁଷା ଛୋଟ ପିଲା ସହିତ ଅନେକ ଫଟୋ ସେୟାର କରିଛନ୍ତି। ଯାହା ଦେଖି ତାଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ନିକଟରେ ଅନୁଷା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ଏକ ଛୋଟି ଶିଶୁ ସହ ଖେଳୁଥିବାର ଦେଖିବାକୁ ମିଳିଛି। ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି । ଅନୁଷା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି- ‘ମୋର ଶେଷରେ ଏକ ଛୋଟ ଝିଅଟେ ଅଛି । ଯାହାକୁ ମୁଁ ମୋର ତଥା ନିଜର ବୋଲି କହିପାରିବି … ମୋର ଏଞ୍ଜଲକୁ ପରିଚୟ କରାଉଛି, ମୋ ଝିଅ ସହାର। ମୋ ଜୀବନର ସବୁଠାରୁ ବଡ ପ୍ରେମ । ଶେଷରେ ଲେଖିଥିଲେ- ଆଇ ଲଭ ୟୁ ବେବି ଗର୍ଲ ।
ଅନୁଷାଙ୍କ ଏହି ପୋଷ୍ଟ ଦେଖିବା ପରେ ତାଙ୍କୁ ସେଲେବ୍ମାନେ ଶୁଭେଚ୍ଛା ଜଣାଇଛନ୍ତି। ସଭିଏଁ ଭାବୁଛନ୍ତି କି ସେ ଏହି ଝିଅକୁ ଆଡପଟ୍ କରିଛନ୍ତି କିନ୍ତୁ ତାହା ବିଷୟରେ ଅଭିନେତ୍ରୀ ଖୋଲା ଖୋଲି ଭାବରେ କିଛି କହି ନାହାନ୍ତି। ବରଂ ସେ କହିଛନ୍ତି ଏହି ପିଲାଟିକୁ ପିତାମାତା ପରି ଏକ ସ୍ନେହ ଦେବେ । ନିଜର ଝିଅ ବୋଲି କହି ପାରିବେ। ତେବେ ତାଙ୍କର ଏହି କ୍ୟାପସନ୍ ଦେଖିଲେ ସବୁ କିଛି ଜଣାପଡି ଯାଉଛି।

