ଅପରାଧ ରାଜ୍ୟ

ଜଗନ୍ନାଥ ମନ୍ଦିରରୁ ଚୋରି, ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଧର୍ମଗଡ ୪।୬: ଜଗନ୍ନାଥ ମନ୍ଦିରରୁ ଚୋରି । ଭଗବାନଙ୍କ ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଚୋର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳୁ ମନ୍ଦିରର ପୂଜକ ଭଗବାନଙ୍କ ନୀତିକାନ୍ତି ପାଇ ଆସିଥିବା ବେଳେ ମନ୍ଦିରର ତିନୋଟି ଦ୍ଵାରର ତାଲା କାଟି ଗେଟ୍ ଖୋଲାଥିବା ଦେଖିଥିଲେ । ମନ୍ଦିର ଭିତରକୁ ଯାଇ ଦେଖିବା ପରେ ତିନି ଠାକୁରଙ୍କ ୩ଟି ରୂପା ମୁକୁଟ ଏବଂ ଅନେକ ଅଳଙ୍କାର, ଦାନ ହୁଣ୍ଡିରେ ଥିବା ଲକ୍ଷାଧିକ ଟଙ୍କା ସହିତ ଅନେକ ଜିନିଷପତ୍ର ଚୋରି ହୋଇଥିବା ପୂଜକ ଅଭିଯୋଗ କରିଛନ୍ତି । ଭଗବାନଙ୍କ ମନ୍ଦିରରେ ଚୋରି ହୋଇଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଜୟପାଟଣା ପୋଲିସ ଘାଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।