ରାଜ୍ୟ ସ୍ପେଶାଲ ରିପୋର୍ଟ

ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ୨୦୨୨-୨୩ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ୨୦୦.୪୩ ନିୟୁତ ଟନ୍‌ ପଣ୍ୟ ବୋଝେଇ କରି ନୂତନ ରେକର୍ଡ ସୃଷ୍ଟି କରିଛି। ମାତ୍ର ୩୧୦ ଦିନ ତଥା ଚଳିତ ଆର୍ଥିକ ବର୍ଷ ଶେଷ ହେବାର ୫୫ ଦିନ ପୂର୍ବରୁ ଏହି ସଫଳତା ମିଳିଛି। ଏହି ଆକଳନ ହାସଲ କରିବାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୩୨୦ ଦିନ ସମୟ ନେଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୩୬୦ ଦିନ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୩୬୬ ଦିନ ଲାଗିଥିଲା। ଏହି ସମୟ ମଧ୍ୟରେ ପଣ୍ୟ ବୋଝେଇରୁ ପୂର୍ବତଟ ରେଳପଥ ୨୦ ହଜାର ୬୩୫ କୋଟି ଟଙ୍କା ଆୟ କରିଛି, ଯାହାକି ଗତ ଆର୍ଥିକ ବର୍ଷର ୧୯ ହଜାର ୨୦୪ କୋଟି ଟଙ୍କା ତୁଳନାରେ ୭.୫% ଅଧିକ।

ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ ୧୨୬.୧୮ ନିୟୁତ ଟନ୍‌ କୋଇଲା, ୨୦.୨୨ ନିୟୁତ ଟନ୍‌ ଲୁହାପଥର, ୧୮.୧୬ ନିୟୁତ ଟନ୍‌ ଅନ୍ୟାନ୍ୟ ସାମଗ୍ରୀ, ୧୫.୭୪ ନିୟୁତ ଟନ୍‌ ଇସ୍ପାତ, ୬.୨୭ ନିୟୁତ ଟନ୍‌ ଇସ୍ପାତ କାରଖାନାକୁ କଞ୍ଚାମାଲ, ୫.୧୧ ନିୟୁତ ଟନ୍‌ ସାର, କଣ୍ଟେନରରେ ୩.୧୭ ନିୟୁତ ଟନ୍‌, ୨.୩୭ ନିୟୁତ ଟନ୍‌ ଖଣିଜ ତେଲ, ୨.୧୩ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଓ ୧.୦୯ ନିୟୁତ ଟନ୍‌ ସିମେଣ୍ଟ ପରିବହନ କରାଯାଇଛି। ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ୧୨୯.୯୩ ନିୟୁତ ଟନ୍‌, ୱାଲଟିୟର୍‌ ରେଳ ମଣ୍ଡଳ ୫୭.୦୩ ନିୟୁତ ଟନ୍‌ ଓ ସମ୍ବଲପୁର ରେଳ ମଣ୍ଡଳ ୧୩.୪୭ ନିୟୁତ ଟନ୍‌ ମାଲ ପରିବହନ କରିଛି। ଏହି ସଫଳତା ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଏହାର ତିନିଟି ରେଳ ମଣ୍ଡଳ ଓ କର୍ମଚାରୀଙ୍କୁ ସଂପୂର୍ଣ୍ଣ ଶ୍ରେୟ ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।