ରାଜ୍ୟ ସ୍ପେଶାଲ ରିପୋର୍ଟ

ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଝାରସୁଗୁଡ଼ା : ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ଏଏସ୍‌ଆଇ ଗୋପାଳ ଦାସ କ୍ରାଇମବ୍ରାଞ୍ଚ ହେପାଜତରେ ରହିଛି। ତଥାପି ହତ୍ୟାର କାରଣ ନେଇ ମୁହଁ ଖୋଲୁନି କ୍ରାଇମବ୍ରାଞ୍ଚ। ଘଟଣା ପଛର ରହସ୍ୟ କଣ ଏମିତି ଅଛି ଯେ, କ୍ରାଇମବ୍ରାଞ୍ଚ ସତ କାଢ଼ିପାରୁନି? ଏହି ପ୍ରସଙ୍ଗକୁ ନେଇ ସାଧାରଣରେ ଚର୍ଚ୍ଚା ବଢ଼ୁଛି। ହତ୍ୟାକାଣ୍ଡ ପଛରେ ଏକ ବଡ଼ ଧରଣର ଷଡ଼୍‌ଯନ୍ତ୍ର ରହିଥିବା ନେଇ ଆଶଙ୍କା ଦୃଢ଼ୀଭୂତ ହେଉଛି ବୋଲି ସବୁ ମହଲରେ ଆଲୋଚନା ହେଉଛି।

କ୍ରାଇମବ୍ରାଞ୍ଚ ଆଜି ଦିନ ତମାମ ଗୋପାଳକୁ ଜେରା କରୁଥିବା କୁହାଯାଉଛି। ଦ୍ବିତୀୟ ପର୍ଯ୍ୟାୟ ୪ ଦିନ ରିମାଣ୍ଡରୁ ୨ ଦିନ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କାରଣ ସଂପର୍କରେ ଜାଣି ପାରି ନାହିଁ। ତେବେ ଗୋପାଳର ମାନସିକ ସ୍ଥିତି ପରୀକ୍ଷା ଚାଲିଥିବା ନେଇ କୁହାଯାଉଛି। କ୍ରାଇମବ୍ରାଞ୍ଚ କଣ ଜେରା କରୁଛି, ଗୋପାଳ କଣ କହୁଛି ତାହା ଗୁପ୍ତ ରଖାଯାଉଛି। ତେବେ ହତ୍ୟାକାଣ୍ଡ ସଂପର୍କରେ ଗୋପାଳର ବୟାନକୁ ନେଇ ଅନେକ ମନଗଢ଼ା କଥା ଏବେ ପ୍ରଚାର ହେଉଛି। ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ। ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍‌ ଘରେ ରଖାଯାଉଥିବା ଜଣାଯାଇଛି।

ସେଠାରେ ତାକୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନରେ ଦିନ ତମାମ ରଖାଯାଉଛି। ଏହାର ଉଦ୍ଦେଶ୍ୟ ଜଣାପଡ଼ୁନଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ମଧ୍ୟ କିଛି କହୁନାହାନ୍ତି। ରିମାଣ୍ଡ ଅବଧି ଆଉ ଦୁଇ ଦିନ ଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡର କାରଣ ସଂପର୍କରେ କ’ଣ କହିବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।