ରାଜ୍ୟ ସ୍ପେଶାଲ ରିପୋର୍ଟ

ପୂଜକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଜଗତସିଂହପୁର ଟାଉନ୍ : ଘରେ ସମସ୍ୟା ଥିବା କହି ପୂଜା କରିବା ବାହାନାରେ ଜଣେ ପୂଜକ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ଥାନା ପୁଲିସ ଅଭିଯୁକ୍ତ ପୂଜକଙ୍କୁ ଅଟକ ରଖିଛି। ଅନ୍ୟପଟେ ସମ୍ପୃକ୍ତ ପୂଜକଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କୁ ଅଟକ ରଖି ୫ ଲକ୍ଷ ଟଙ୍କା ବଟି ମଗାଯିବା ଭଳି ଅଭିଯୋଗ ଆଣିଛନ୍ତି। ଏଥିପାଇଁ ମଧ୍ୟ ପୁଲିସ ଏକ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ ଦୁଷ୍କର୍ମ ଉଦ୍ୟମ ଆଣିଥିବା ମହିଳାଙ୍କ ଘର ଜଗତସିଂହପୁର ଥାନା ଅନ୍ତର୍ଗତ ଅଲଣାହାଟ ନିକଟ କାଂସ ଗ୍ରାମରେ। ଗତ ୧୫ ତାରିଖରେ ଅଭିଯୋଗକାରୀ ମହିଳା ତାଙ୍କ ସ୍ବାମୀଙ୍କ ସହ ଝଙ୍କଡ ସାରଳା ମନ୍ଦିରକୁ ଯାଇଥିଲେ। ସେଠାରେ ଜଣେ ସେବାୟତ ମହିଳାଙ୍କ ସ୍ବାମୀଙ୍କୁ ନାଲି କପଡ଼ା ଓ ଗୁଆ ଆଣିବାକୁ ପଠାଇ ଦେଇଥିଲେ। ମହିଳାଙ୍କୁ ତାଙ୍କ ପରିବାରରେ ସମସ୍ୟା ଥିବା କଥା କହିଥିଲେ। ଏଥିପାଇଁ ପୂଜା କଲେ ସବୁ ସମସ୍ୟା ଦୂର ହେବ ବୋଲି ଆଶ୍ବାସନା ଦେଇଥିଲେ। ମହିଳାଙ୍କଠାରୁ ମୋବାଇଲ୍‌ ନମ୍ବର ମଧ୍ୟ ନେଇଥିଲେ। ବିଭିନ୍ନ ସମୟରେ ମହିଳାଙ୍କୁ ଫୋନ୍ କରି ପୂଜାର୍ଚ୍ଚନା ପାଇଁ କହୁଥିଲେ। ଗତକାଲି ପୂଜା ହେବାପାଇଁ ସ୍ଥିର ହୋଇଥିଲା।

ସେବାୟତ ଜଣକ ସନ୍ଧ୍ୟାରେ ମହିଳାଙ୍କ ଘରେ ପହଞ୍ଚିଥିଲେ। ଗୋଟିଏ କୋଠରୀରେ ପୂଜା ବସାଇବା ସହ ପରିବାରର ସମସ୍ତ ସଦସ୍ୟଙ୍କୁ ବାହାରକୁ ଯିବାପାଇଁ କହିଥିଲେ। ମହିଳାଙ୍କୁ ପୂଜା ସ୍ଥାନକୁ ଡାକିଥିଲେ। ହେଲେ, ସେଠାରେ ମହିଳାଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ସେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ସେବାୟତଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଏ ନେଇ ଆଜି ଥାନାରେ ସମ୍ପୃକ୍ତ ମହିଳା ସେବାୟତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି।

ଅନ୍ୟପକ୍ଷେ ସେବାୟତଙ୍କ ପତ୍ନୀ ପାଲଟା ଏତଲା ଦେଇଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ତାଙ୍କ ସ୍ବାମୀ ଗତକାଲି ସନ୍ଧ୍ୟାରେ ପୂଜା କରିବା ପାଇଁ ଘରୁ ଗାଧୋଇ ବାହାରିଥିଲେ। ସାଙ୍ଗରେ ପୂଜା ସାମଗ୍ରୀ ଓ ଭୋଗ ନେଇଥିଲେ। ରାତି ସାଢ଼େ ୧୦ଟାରୁ ୧୧ଟା ଭିତରେ ଫେରି ଆସିବେ ବୋଲି କହିଥିଲେ। ରାତି ୧୦ଟା ୧୫ରେ ପତ୍ନୀ ଫୋନ୍ କରିବାରୁ ଜଣେ ପୁରୁଷ ବ୍ୟକ୍ତି ଉଠାଇଥିଲେ। ସେ କହିଥିଲେ ଯେ ଯଦି ସ୍ବାମୀଙ୍କୁ ନେବାକୁ ଚାହୁଁଛ ତା’ହେଲେ ୫ ଲକ୍ଷ ଟଙ୍କା ଧରି ଜଲ୍‌ଦି ପହଞ୍ଚ। କିଛି ସମୟ ପରେ ସେବାୟତଙ୍କ ବଡ଼ଭାଇଙ୍କୁ ଫୋନ୍ କରି ୫ ଲକ୍ଷ ଟଙ୍କା ଦାବି କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସେବାୟତଙ୍କ ପତ୍ନୀ ଦେଇଥିବା ଏହି ଅଭିଯୋଗ ଆଧାରରେ ମଧ୍ୟ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।