Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ପୂଜକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
    ରାଜ୍ୟ

    ପୂଜକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

    NewsLaxmi7By NewsLaxmi7May 26, 2023Updated:May 26, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଜଗତସିଂହପୁର ଟାଉନ୍ : ଘରେ ସମସ୍ୟା ଥିବା କହି ପୂଜା କରିବା ବାହାନାରେ ଜଣେ ପୂଜକ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ଥାନା ପୁଲିସ ଅଭିଯୁକ୍ତ ପୂଜକଙ୍କୁ ଅଟକ ରଖିଛି। ଅନ୍ୟପଟେ ସମ୍ପୃକ୍ତ ପୂଜକଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କୁ ଅଟକ ରଖି ୫ ଲକ୍ଷ ଟଙ୍କା ବଟି ମଗାଯିବା ଭଳି ଅଭିଯୋଗ ଆଣିଛନ୍ତି। ଏଥିପାଇଁ ମଧ୍ୟ ପୁଲିସ ଏକ ମାମଲା ରୁଜୁ କରିଛି।

    ଅଭିଯୋଗ ଅନୁଯାୟୀ ଦୁଷ୍କର୍ମ ଉଦ୍ୟମ ଆଣିଥିବା ମହିଳାଙ୍କ ଘର ଜଗତସିଂହପୁର ଥାନା ଅନ୍ତର୍ଗତ ଅଲଣାହାଟ ନିକଟ କାଂସ ଗ୍ରାମରେ। ଗତ ୧୫ ତାରିଖରେ ଅଭିଯୋଗକାରୀ ମହିଳା ତାଙ୍କ ସ୍ବାମୀଙ୍କ ସହ ଝଙ୍କଡ ସାରଳା ମନ୍ଦିରକୁ ଯାଇଥିଲେ। ସେଠାରେ ଜଣେ ସେବାୟତ ମହିଳାଙ୍କ ସ୍ବାମୀଙ୍କୁ ନାଲି କପଡ଼ା ଓ ଗୁଆ ଆଣିବାକୁ ପଠାଇ ଦେଇଥିଲେ। ମହିଳାଙ୍କୁ ତାଙ୍କ ପରିବାରରେ ସମସ୍ୟା ଥିବା କଥା କହିଥିଲେ। ଏଥିପାଇଁ ପୂଜା କଲେ ସବୁ ସମସ୍ୟା ଦୂର ହେବ ବୋଲି ଆଶ୍ବାସନା ଦେଇଥିଲେ। ମହିଳାଙ୍କଠାରୁ ମୋବାଇଲ୍‌ ନମ୍ବର ମଧ୍ୟ ନେଇଥିଲେ। ବିଭିନ୍ନ ସମୟରେ ମହିଳାଙ୍କୁ ଫୋନ୍ କରି ପୂଜାର୍ଚ୍ଚନା ପାଇଁ କହୁଥିଲେ। ଗତକାଲି ପୂଜା ହେବାପାଇଁ ସ୍ଥିର ହୋଇଥିଲା।

    ସେବାୟତ ଜଣକ ସନ୍ଧ୍ୟାରେ ମହିଳାଙ୍କ ଘରେ ପହଞ୍ଚିଥିଲେ। ଗୋଟିଏ କୋଠରୀରେ ପୂଜା ବସାଇବା ସହ ପରିବାରର ସମସ୍ତ ସଦସ୍ୟଙ୍କୁ ବାହାରକୁ ଯିବାପାଇଁ କହିଥିଲେ। ମହିଳାଙ୍କୁ ପୂଜା ସ୍ଥାନକୁ ଡାକିଥିଲେ। ହେଲେ, ସେଠାରେ ମହିଳାଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ସେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ସେବାୟତଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଏ ନେଇ ଆଜି ଥାନାରେ ସମ୍ପୃକ୍ତ ମହିଳା ସେବାୟତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି।

    ଅନ୍ୟପକ୍ଷେ ସେବାୟତଙ୍କ ପତ୍ନୀ ପାଲଟା ଏତଲା ଦେଇଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ତାଙ୍କ ସ୍ବାମୀ ଗତକାଲି ସନ୍ଧ୍ୟାରେ ପୂଜା କରିବା ପାଇଁ ଘରୁ ଗାଧୋଇ ବାହାରିଥିଲେ। ସାଙ୍ଗରେ ପୂଜା ସାମଗ୍ରୀ ଓ ଭୋଗ ନେଇଥିଲେ। ରାତି ସାଢ଼େ ୧୦ଟାରୁ ୧୧ଟା ଭିତରେ ଫେରି ଆସିବେ ବୋଲି କହିଥିଲେ। ରାତି ୧୦ଟା ୧୫ରେ ପତ୍ନୀ ଫୋନ୍ କରିବାରୁ ଜଣେ ପୁରୁଷ ବ୍ୟକ୍ତି ଉଠାଇଥିଲେ। ସେ କହିଥିଲେ ଯେ ଯଦି ସ୍ବାମୀଙ୍କୁ ନେବାକୁ ଚାହୁଁଛ ତା’ହେଲେ ୫ ଲକ୍ଷ ଟଙ୍କା ଧରି ଜଲ୍‌ଦି ପହଞ୍ଚ। କିଛି ସମୟ ପରେ ସେବାୟତଙ୍କ ବଡ଼ଭାଇଙ୍କୁ ଫୋନ୍ କରି ୫ ଲକ୍ଷ ଟଙ୍କା ଦାବି କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସେବାୟତଙ୍କ ପତ୍ନୀ ଦେଇଥିବା ଏହି ଅଭିଯୋଗ ଆଧାରରେ ମଧ୍ୟ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    Share. Facebook Twitter LinkedIn WhatsApp Email
    Previous Articleଆଜି ଜୟନ୍ତୀ: ମନେପଡ଼ନ୍ତି ଭଜନ ସମ୍ରାଟ ଭିକାରୀ ବଳ, ମହାପ୍ରଭୁଙ୍କ ଚାମର ସେବକ ଥିଲେ
    Next Article ସୁନ୍ଦରଗଡ଼ରେ ନିର୍ମାଣ ଶ୍ରମିକଙ୍କୁ ଧୋକା: ଅଟକିଛି ୨୧.୮୨ କୋଟି ସହାୟତା
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କରୋନା କଟକଣାକୁ ବେଖାତିର କରି ସିଲ୍‌ ହେଲା କଟକର ମହିନ୍ଦ୍ରା କୋଚିଂ ସେଣ୍ଟର୍‌

    April 8, 2021

    ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ

    April 27, 2023

    ୧୮‌ରେ ଲେଉଟିବ ଶୀତ

    December 15, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.