ଅପରାଧ ରାଜ୍ୟ

ପୁଲିସ କବ୍‌ଜାରେ ଚୋର ଗ୍ୟାଙ୍ଗ: ୩ ବାଇକ ସହ ୧୦ ମୋବାଇଲ ଓ ଲାପଟପ୍ ଜବତ

ରାଉରକେଲା: ପୁଣି ମାତିଲେ ମୋଟରବାଇକ୍‌ ଚୋର ଗ୍ୟାଙ୍ଗ। ରାଉରକେଲା ଓ ଏହାର ଆଖପାଖରେ ମୋଟରବାଇକ୍‌ ଚୋରି କରୁଥିବା ଗ୍ୟାଙ୍ଗର ୪ ଜଣକୁ ଗିରଫ କରିଛି ବ୍ରାହ୍ମଣୀତରଙ୍ଗ ପୁଲିସ। ସେମାନେ ହେଲେ ବେଦବ୍ୟାସ ବୁରୁଟୋଲାର ବବ୍‌ଲୁ ଓରଫ କହ୍ନେଇ ଲୁହା (୨୧), ସିଂହଟୋଲା ହନୁମାନମନ୍ଦିର ନିକଟରେ ରହୁଥିବା ରୁଦ୍ର ଓରଫ ଉତ୍ତମ ସିଂହ (୨୦), ଟୁଙ୍ଗୁରିଟୋଲା ସ’ ମିଲ୍‌ର ଦୀପକ କୁମାର ସ’ (୩୦), ବେଦବ୍ୟାସ ମନ୍ଦିରରୋଡର ଟିଙ୍କୁ ଓରଫ ତ୍ରିଲୋକନାଥ ଦୁବେ (୨୦)। ଏମାନଙ୍କ ନିକଟରୁ ତିନିଟି ମୋଟରବାଇକ୍‌, ୧୦ଟି ମୋବାଇଲ୍‌ ଓ ଗୋଟିଏ ଲାପ୍‌ଟପ୍‌ ଜବତ ହୋଇଛି। ଗିରଫ‌ ଚୋରମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଆଜି ବ୍ରାହ୍ମଣୀତରଙ୍ଗ ଥାନା ପରିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ଏସ୍‌. ସାମଦ କହିଛନ୍ତି, ଗତକାଲି ବେଦବ୍ୟାସ ବିଶ୍ବକର୍ମାବିହାର ଦାଣ୍ଡିଆପାଲିର ହର୍ସ ଅଗ୍ରୱାଲ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଥିଲେ, ଦାଣ୍ଡିଆପାଲି ରାଣାବାଇ ମାର୍ବଲ ଦୋକାନ ଆଗରୁ ତାଙ୍କ ମୋଟରବାଇକ୍‌ (ଓଡ଼ି୨୩-୭୨୧୬) କେହି ଦୁର୍ବୃତ୍ତ ଚୋରି କରି ନେଇଥିଲେ। ସେହି ଦିନ ରାତି ପ୍ରାୟ ସାଢ଼େ ୧୦ଟାରେ କେନାଲରୋଡ଼ ଗଣପତି ଆଲୁମିନିୟମ କାରଖାନାର ଜଗନାରାୟଣ ବଡ଼ାଇକ ସମାନ ଲିଖିତ ଅଭିଯୋଗ କରିଥିଲେ। ଗତ ୯ ତାରିଖ ରାତିରେ ତାଙ୍କ କ୍ବାର୍ଟର୍ସ ସମ୍ମୁଖରୁ କେହି ଜଣେ ଦୁର୍ବୃତ୍ତ ତାଙ୍କ (ଓଡି୧୪କେ-୧୭୫୦) ମୋଟରବାଇକ୍‌କୁ ଚୋରି ନେଇଥିଲେ। ଦୁଇଟି ଲିଖିତ ଅଭିଯୋଗ ଆଧାରରେ ବ୍ରାହ୍ମଣୀତରଙ୍ଗ ଥାନା ପକ୍ଷରୁ ଗଠିତ ସ୍ବତନ୍ତ୍ରଟିମ୍‌ ଚୋର ଗ୍ୟାଙ୍ଗକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।