ଦେଶ ବିଦେଶ ମନୋରଞ୍ଜନ

ପୁଣି ପୁଲିସ୍‌ ହେବେ ସଲମାନ୍‌

ପୁଣିଥରେ ପୁଲିସ୍‌ ଚରିତ୍ରରେ ନଜର ଆସିବେ ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍। ‘ଦବଙ୍ଗ’ ଚଳଚ୍ଚିତ୍ରରେ ପୁଲିସ୍‌ ଇନ୍‌ସ୍ପେକ୍ଟର ଚୁଲବୁଲ୍‌ ପାଣ୍ଡେ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ସଲ୍‌ମାନ୍‌। ଏବେ ନିର୍ଦ୍ଦେଶକ ମହେଶ ମା‌ଞ୍ଜେରକରଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ’ରେ ପୁଣିଥରେ ତାଙ୍କୁ ପୁଲିସ ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ମରାଠୀ ଚଳଚ୍ଚିତ୍ର ‘ମୁଲ୍‌ସି ପାର୍ଟନ୍‌’ର ହିନ୍ଦୀ ରିମେକ୍‌। ଏଥିରେ ସଲ୍‌ମାନଙ୍କ ବିପକ୍ଷରେ ଅଭିନେତା ଆୟୂଷ ଶର୍ମା ନଜର ଆସିବେ। ଗ୍ୟାଙ୍ଗ୍‌ଷ୍ଟର ଓ ପୁଲିସ୍‌ ମଧ୍ୟରେ ସଂଘର୍ଷର କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯିବ ବୋଲି ନିର୍ମାତାମାନେ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ