ଖେଳ ଦେଶ ବିଦେଶ

ପିଚ୍‌ରେ ପଡିଗଲେ ବ୍ୟାଟର, କିନ୍ତୁ ରନ୍ ଆଉଟ୍ କଲେନି ଓ୍ୱିକେଟ୍ କିପର୍

ନୂଆଦିଲ୍ଲୀ ୧୫/୦୨: ଭଦ୍ରଲୋକଙ୍କ ଖେଳ କ୍ରିକେଟ୍ । ଯାହାର ବଡ ଉଦାହରଣ ଦେଖିବାକୁ ମିଳିଛି ଆୟାରଲାଣ୍ଡ ଓ ନେପାଳ ବିପକ୍ଷ ଟି୨୦ ସିରିଜରେ । ମୁକାବିଲାରେ ନେପାଳର ଓ୍ୱିକେଟ କିପର ଆଶିଫ୍ ସେକ୍ ଆୟରଲାଣ୍ଡର ଆଣ୍ଡି ମ୍ୟାକବ୍ରାଏନଙ୍କୁ ରନ୍ ଆଉଟ୍ କରିନଥିଲେ । କାରଣ ରନ୍ ନେବା ବେଳେ ତଳେ ପଡି ଯାଇଥିଲେ ଆଣ୍ଡି ।

ଏହି ଘଟଣା ଆୟାରଲାଣ୍ଡ ଇନିଂସର ୧୯ ତମ ଓଭରରେ ଘଟିଥିଲା । ବ୍ୟାଟିଂ କରୁଥିଲେ ଆୟରଲାଣ୍ଡ ବ୍ୟାଟର୍ । ନେପାଳର କମଲ ସିଂ ବୋଲିଂ କରୁଥିବା ବେଳେ ବ୍ୟାଟର ଏକ ସଟ୍ ମାରିଥିଲେ । ଏହାସହ ରନ୍ ନେଇଥିଲେ । ଏତିକିବେଳେ ନନଷ୍ଟ୍ରାଇକର୍ ଏଣ୍ଡରେ ଥିବା ଆଣ୍ଡି ନେପାଳ ବୋଲର କମଲ ସିଂଙ୍କ ସହ ଧକ୍କା ହୋଇ ପଡି ଯାଇଥିଲେ ।

ତେବେ ବଲ ଓ୍ୱିକେଟ୍ କିପର ଆଶିଫଙ୍କ ପାଖରେ ଥିଲେ ମଧ୍ୟ ସେ ଓ୍ୱିକେଟରେ ଲଗାଇ ନଥିଲେ । ଫଳରେ ଆଣ୍ଡି ରନ୍ ଆଉଟ୍ ହେବାରୁ ବର୍ତ୍ତି ଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ, ଏହି ମୁକାବିଲାରେ ଆୟାରଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୨୭ ରନ୍ କରିଥିଲା । ଜବାବରେ ନେପାଳ ୨୦ ଓଭରରେ ୧୧୧ ରନ୍ କରିବାରେ ସକ୍ଷମ ହେବା ସହ ୧୬ ରନରେ ପରାସ୍ତ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ