ନୀଳଗିରି ୦୮।୦୬: ପିଇବା ପାଣି ପାଇଁ ଡହଳ ବିକଳ ଜାମବଣି ଗ୍ରାମବାସୀ। ଗରା ବାଲ୍ଟି ଧରି ମିତ୍ରପୁର ଅଯୋଧ୍ୟା ରାସ୍ତାର ଜାମବଣି ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ।
ଖବର ଅନୁଯାୟୀ, ଗାଁରେ ଥିବା ପାଣି ଟାଙ୍କି କିଛିଦିନ ହେବ ଅଚଳ ହୋଇଯାଇଛି । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିନଥିଲେ। ଶେଷରେ କିଛି ଉପାୟ ନପାଇ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । ସକାଳ ଠାରୁ ଏବେ ଯାଏଂ ରାସ୍ତାରେ ବସି ପ୍ରତିବାଦ କରୁଛନ୍ତି ଗ୍ରାମବାସୀ । ଧାରଣାର କିଛି ସମୟ ପରେ ଵିଭାଗୀୟ ଅଧିକାରୀମାନେ ପହଁଚି ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।