ରାଜ୍ୟ

ପାଗଳ ବିଲୁଆ କାମୁଡ଼ାରେ ୬ ମହିଳା ଓ ଜଣେ ପୁରୁଷ ଆହତ

ପାଟପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ସାହସପୁର ଗ୍ରାମରେ ପାଗଳ ବିଲୁଆ କାମୁଡ଼ାରେ ୬ ମହିଳା ଓ ଜଣେ ପୁରୁଷ ଆହତ ହୋଇଥିବା ଜଣାପଡ଼ିଛି। ଏହାସହ ବିଲୁଆଟି ଦୁଇଟି କୁକୁରକୁ ମଧ୍ୟ କାମୁଡି ଦେଇଥିବା ବେଳେ ଏହି କୁକୁର ପ୍ରତି ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଗଳ ବିଲୁଆ ଆତଙ୍କରେ ସାହସପୁର, ତିତିଖଣ୍ଡି, ହାଟପଦା ଅଂଚଳରେ ଲୋକେ ଭୟଭୀତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମନୁ ନାୟକ (୩୫), ଜୟନ୍ତୀ ସେଠୀ (୫୦), ଏନ୍.ଲକ୍ଷ୍ମୀଆମା (୫୦), ଏନ୍. ଗାୟତ୍ରୀ ପାତ୍ର (୨୬), ଭାସିନୀ ବେହେରା (୫୩), କେ.ଦମୟନ୍ତୀ ଦୋରା (୬୦), ନରହରି ସ୍ୱାଇଁ (୬୦)। ସମସ୍ତ ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପାଟପୁର ଫରେଷ୍ଟର ଅରୁଣ ଚନ୍ଦ୍ର ଦାସ ଓ ଦିଗପହଣ୍ଡି ରେଞ୍ଜର୍‌ଙ୍କ ସମେତ ୩ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଏହା ଉପରେ ଦୃଷ୍ଟି ରଖିଥିବା କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।